ଆଇପିଏଲ୍‌ ୧୧: ବେଙ୍ଗାଲୁରୁ ବିପକ୍ଷରେ ଚେନ୍ନାଇ ୬ ଓ୍ଵିକେଟ୍‌ରେ ବିଜୟୀ

ପୁନେ: ଚେନ୍ନାଇ ସୁପର କିଙ୍ଗସ୍‌ ୬ ଓ୍ଵିକେଟ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ କରିଛି। ୧୨୮ ରନ୍‌ ଟାର୍ଗେଟ ନେଇ ୨ୟ ଇନିଂସରେ ବ୍ୟାଟିଂ କରି ଚେନ୍ନାଇ ୧୮ ଓଭରରେ ୪ଟି ଓ୍ଵିକେଟ୍‌ ହରାଇ ଏହି ରନ୍‌ ପୂରା କରିଛି। ସେନ୍‌ ଓ୍ଵାଟସନ୍‌ ୧୧ ରନ୍‌, ଅମ୍ବାତି ରାୟଡୁ ୩୨ ରନ୍‌, ସୁରେଶ ରୈନା ୨୫ ରନ୍‌, ଧ୍ରୁବ ସୁରୀ ୮ ରନ୍‌, ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଅପରାଜିତ ୩୧ ରନ୍‌ ଓ ଡେ୍ଵନ୍‌ ବ୍ରାଭୋ ଅପରାଜିତ ୧୪ ରନ୍‌ ସଂଗ୍ରହ କରିଛନ୍ତି। ଚେନ୍ନାଇ ୧୮ ରନ୍‌ରେ ଓ୍ଵାଟସନ୍‌ଙ୍କ ହରାଇଥିବା ବେଳେ ୬୨ ରନ୍‌ରେ ରୈନା ଆଉଟ୍‌ ହୋଇଥିଲେ। ସେହିଭଳି ୭୮ ରନ୍‌ରେ ବେଙ୍ଗାଲୁରୁର ୩ୟ ଶିକାର ଅମ୍ବାତି ରାୟଡୁ ଓ ୮୦ ରନ୍‌ରେ ଧ୍ରୁବ ଆଉଟ୍‌ ହୋଇଥିଲେ।

ପ୍ରଥମ ଇନିଂସରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଶନିବାର ଆଇପିଏଲ୍‌ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ୍‌କୁ ୧୨୮ରନ୍‌ ଟାର୍ଗେଟ ଦେଇଥିଲା। ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ବେଙ୍ଗାଲୁରୁ ବେଟିଂ କରିଥିଲା। ନିର୍ଦ୍ଧାରିତ ୨୦ ଓଭରରେ ବେଙ୍ଗାଲୁର ୯ଟି ଓ୍ଵିକେଟ୍‌ ହରାଇ ୧୨୭ ରନ୍‌ ସଂଗ୍ରହ କରିଛି। ବେଙ୍ଗାଲୁରୁ ଟିମ୍‌ର ଓପନର ପାର୍ଥିବ ପଟେଲ(୫୩) ଓ ଟିମ ସାଉଦୀ(୩୬)ଙ୍କ ବ୍ୟତୀତ ଅନ୍ୟ ଖେଳାଳିମାନେ ପଡ଼ିଆରେ ଅଧିକ ସମୟ ରହି ପାରି ନଥିଲେ।

ପୁନେରେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବ୍ରେଣ୍ଡନ ମ୍ୟାକୁଲମ୍‌ ୫ ରନ୍‌, ଅଧିନାୟକ ବିରାଟ କୋହଲି ୮ ରନ୍‌, ଏ.ବି. ଡିଭିଲିୟର୍ସ ୧ ରନ୍‌, ମନ୍ଦୀପ ସିଂହ ୭ ରନ୍‌, କୋଲିନ୍‌ ଗ୍ରାଣ୍ଡହୋମ୍‌ ୮ ରନ୍‌, ମୁରଗାନ ଅଶ୍ୱିନ୧ ରନ୍‌, ଉମେଶ ଯାଦବ ୧ ରନ୍‌ ଓ ମହମ୍ମଦ ସିରାଜ ଅପରାଜିତ ୩ ରନ୍‌ ସଂଗ୍ରହ କରିଥିଲେ। ବେଙ୍ଗାଲୁର ମାତ୍ର ରନ୍‌ରେ ପ୍ରଥମ ଓ୍ଵକେଟ୍‌ ହରାଇଥିଲା। ଚେନ୍ନାଇର ୨ୟ ଶିକାର ହୋଇଥିଲେ ବିରାଟ କୋହଲି। ସେତେବେଳକୁ ସ୍କୋର ୪୭ ରନ୍‌ ଥିଲା। ସେହିପରି ୫୬ ରନ୍‌ରେ ୩ୟ ଓ୍ଵିକେଟ୍‌, ୭୩ ରନ୍‌ରେ ୪ର୍ଥ ଓ୍ଵିକେଟ୍‌, ୮୪ ରନ୍‌ରେ ୫ମ ଓ୍ଵିକେଟ୍‌, ୮୬ ରନ୍‌ରେ ୬ଷ୍ଠ ଓ୍ଵିକେଟ, ୮୭ ରନ୍‌ରେ ୭ମ ଓ୍ଵିକେଟ, ୮୯ ରନ୍‌ରେ ୮ମ ଓ୍ଵିକେଟ୍‌ ଓ ୧୨୭ ରନ୍‌ରେ ୯ମ ଓ୍ଵିକେଟ୍‌ ପଡ଼ିଥିଲା। ରବୀନ୍ଦ୍ର ଜାଦେଜା ୩ଟି ଓ୍ଵିକେଟ୍‌ ଓ ହରଭଜନ ସିଂହ ୨ଟି ଓ୍ଵିକେଟ ନେଇଥିଲେ। ଡାଭିଡ େଓ୍ଵଲି ଓ ଲୁଙ୍ଗି ନେଗଡ଼ି ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ।

ସମ୍ବନ୍ଧିତ ଖବର