ଟସ୍‌ ଜିଣି ଧୋନି ନେଲେ ବୋଲିଂ ନିଷ୍ପତ୍ତି, ମୁମ୍ବାଇ କରୁଛି ବ୍ୟାଟିଂ

ମୁମ୍ବାଇ: ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗସ୍‌ ଇଣ୍ଡିଆନ୍‌ ପ୍ରିମିୟର ଲିଗ (ଆଇପିଏଲ୍‌)ରେ ବୁଧବାର କ୍ରମାଗତ ୪ର୍ଥ ବିଜୟ ପାଇଁ ଖେଳୁଛି। ଧୋନିଙ୍କ ଟିମ୍‌କୁ ସମ୍ମୁଖୀନ ହୋଇଛି ରୋହିତ୍‌ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନସ୍‌। ଉଭୟଙ୍କ ପାଇଁ ଏହା ହେଉଛି ୪ର୍ଥ ମ୍ୟାଚ। ମାତ୍ର ଦ୍ୱାଦଶ ସଂସ୍କରଣର ଆଇପିଏଲ୍‌ରେ ଚେନ୍ନାଇ ଏଯାଏଁ ୩ଟି ମ୍ୟାଚ୍‌ ଜିତି ଥିବା ବେଳେ ମୁମ୍ବାଇ ୩ଟି ମ୍ୟାଚ୍‌ ହାରିସାରିଛି। ଧୋନୀ ୪ର୍ଥ ବିଜୟ ପାଇଁ ରଣନୀତି ପ୍ରସ୍ତୁତ କରିଥିବା ବେଳେ ରୋହିତ ପ୍ରଥମ ବିଜୟର ଅପେକ୍ଷାରେ ଅଛନ୍ତି। ମୁମ୍ବାଇର ଓ୍ଵାଙ୍ଖେଡେ ଷ୍ଟାଡିୟମ୍‌ରେ ଟସ୍‌ ଜିଣି ଚେନ୍ନାଇ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ମୁମ୍ବାଇ ବ୍ୟାଟିଂ କରୁଛି।

Cricbuzz

ତିନି ଥର ଚାମ୍ପିଅନ୍‌ ସୁପର କିଙ୍ଗସ୍‌ ଚଳିତ ଆଇପିଏଲରେ କ୍ରମାଗତ ୩ ବିଜୟ ହାସଲ କରି ପଏଣ୍ଟ ଟେବୁଲର ଶୀର୍ଷରେ ସ୍ଥାନ ପାଇଛି। ଆଜିର ମ୍ୟାଚ୍‌ରେ ବିଜୟୀ ହୋଇ ଚେନ୍ନାଇ ନିଜର ସ୍ଥିତିକୁ ଆହୁରି ମଜବୁତ କରିବ। ମାତ୍ର ଉଭୟ ମୁମ୍ବାଇ ଓ ଚେନ୍ନାଇର ପ୍ରଦର୍ଶନକୁ ସମୀକ୍ଷା କରାଗଲେ ରୋହିତଙ୍କ ଟିମ୍‌ ଧୋନିଙ୍କ ଟିମ ବିପକ୍ଷରେ ବିଗତ ୫ଟି ମ୍ୟାଚରୁ ୪ଟିରେ ବିଜୟୀ ହୋଇଛି। ଆଇପିଏଲ୍‌ରେ ଉଭୟ ଟିମ୍‌ ମଧ୍ୟରେ ୨୬ଟି ମ୍ୟାଚ ଖେଳାଯାଇଥିବା ବେଳେ ମୁମ୍ବାଇ ୧୪ଟି ଜିତିଛି। ଚଳିତ ସଂସ୍କରଣରେ ବେଙ୍ଗାଲୁରୁ, ରାଜସ୍ଥାନ ଓ ହାଇଦ୍ରାବାଦକୁ ଚେନ୍ନାଇ ପରାସ୍ତ କରିଛି।

ସମ୍ବନ୍ଧିତ ଖବର