ଆଇପିଏଲ ୧୧: ବେଙ୍ଗାଲୁରୁକୁ ୫ ଓ୍ଵିକେଟ୍‌ରେ ହରାଇଲା ଚେନ୍ନାଇ

ବେଙ୍ଗାଲୁରୁ: ଲଢୁଆ ବ୍ୟାଟିଂ ବଳରେ ଚେନ୍ନାଇ ସୁପର କିଙ୍ଗସ୍‌ ବୁଧବାର ରୟାଲ ଚ୍ୟାଲେଞ୍ଜର୍ସକୁ ୫ଟି ଓ୍ଵିକେଟ୍‌ରେ ପରାସ୍ତ କରିଛି। ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ୨୦୬ ରନ୍‌ ଟାର୍ଗେଟ ନେଇ ୨ୟ ପାଳିରେ ବ୍ୟାଟିଂ କରିଥିବା ଚେନ୍ନାଇ ୧୯.୪ ଓଭରରେ ୫ଟି ଓ୍ଵିକେଟ୍‌ ହରାଇ ୨୦୭ ରନ୍‌ ସଂଗ୍ରହ କରିଛି। ଅମ୍ବାତି ରାୟଡୁ (୮୨) ଓ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଅପରାଜିତ ୭୦ ରନ୍‌(୩୪ ବଲ, ଗୋଟିଏ ଚୌକା ଓ ୭ ଟି ଛକା) ସହିତ ଚେନ୍ନାଇ ବିଜୟ ପାଇଁ ରନ୍‌ ସଂଗ୍ରହ କରିଛି। ଇନିଂସ ଶେଷ ବେଳକୁ ବ୍ରାଭୋ ଧୋନିଙ୍କୁ ସହଯୋଗ କରିଥିଲେ।

ଚେନ୍ନାଇ ୮ ରନ୍‌ରେ ସେନ୍‌ ଓ୍ଵାଟସନ୍‌, ୫୦ ରନ୍‌ରେ ସୁରେଶ ରାଇନା, ୫୯ ରନ୍‌ରେ ସାମ ବ୍ଲିଙ୍ଗସ୍‌, ୭୪ ରନ୍‌ରେ ରବୀନ୍ଦ୍ର ଜାଡେଜା, ୧୭୫ ରନ୍‌ରେ ଅମ୍ବାତି ରାୟଡୁଙ୍କୁ ହରାଇଥିଲା।

ପ୍ରଥମ ଇନିଂସରେ ଏବି ଡିଭିଲିୟର୍ସ ଓ କ୍ୱିଣ୍ଟନ ଡି କକ୍‌ଙ୍କ ଅର୍ଦ୍ଧଶତକ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ଵିକେଟ୍‌ ହରାଇ ୧୦୫ ରନ୍‌ ସଂଗ୍ରହ କରିଥିଲା। ଫଳରେ ଚେନ୍ନାଇ ସୁପର କିଙ୍ଗସ୍‌କୁ ୨୦୬ ରନ୍‌ ଟାର୍ଗେଟ ମିଳିଥିଲା। ଅଧିନାୟକ ବିରାଟ କୋହଲି ୧୮ ରନ୍‌, କୋରି ଆଣ୍ଡରସନ ୨ ରନ୍‌, ମନ୍ଦିପ ସିଂହ ୩୨ ରନ୍‌, କୋଲିନ ଡି ଗ୍ରାଣ୍ଡହୋମ ୧୧ ରନ୍‌ କରିଛନ୍ତି।

ବେଙ୍ଗାଲୁର ୩୫ ରନ୍‌ରେ ବିରାଟ କୋହଲିଙ୍କୁ ହରାଇଥିଲା। ୧୩୮ ରନ୍‌ରେ ୨ୟ ଓ୍ଵିକେଟ, ୧୪୨ ରନ୍‌ରେ ୩ୟ ଓ ୪ର୍ଥ ଓ୍ଵିକେଟ, ୧୯୧ ରନ୍‌ରେ ୫ମ ଓ ୬ଷ୍ଠ ଓ୍ଵିକେଟ, ୧୯୨ ରନ୍‌ରେ ୭ମ ଓ୍ଵିକେଟ ଓ ୧୯୩ ରନ୍‌ରେ ୮ମ ଓ୍ଵିକେଟ ହରାଇଥିଲା। ଚେନ୍ନାଇ ଟିମ୍‌ର ସାର୍ଦ୍ଦୁଲ ଠାକୁର, ଇମରାନ ତାହିର ଓ ଡେ୍ଵନ ବ୍ରାଭୋ ୨-୨ ଓ୍ଵିକେଟ ନେଇଥିଲେ।

ସମ୍ବନ୍ଧିତ ଖବର