ଆଇପିଏଲ୍‌ ୧୨: ସୁପର କିଙ୍ଗସ୍‌ ନିକଟରେ ଆତ୍ମସମର୍ପଣ କଲା କିଙ୍ଗସ୍‌ ଏକାଦଶ, ୨୨ ରନ୍‌ରେ ଚେନ୍ନାଇ ବିଜୟୀ

ଚେନ୍ନାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୧୮ତମ ମ୍ୟାଚ୍‌ରେ କିଙ୍ଗ୍‌ ଏକାଦଶ ପଂଜାବ ଶନିବାର ଚେନ୍ନାଇ ସୁପର କିଙ୍ଗସ୍‌ ନିକଟରେ ଆତ୍ମସମର୍ପଣ କରିଛି। ଲୋକେଶ ରାହୁଲ (୫୫ ରନ୍‌, ୪୭ ବଲ, ୩ ଚୌକା, ୧ ଛକା) ଓ ସରଫରାଜ ଖାନ୍‌ (୬୭ ରନ୍‌, ୫୯ ବଲ, ୪ ଚୌକା, ୨ ଛକା)ଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ବି ପଂଜାବ ଟିମ୍‌ ନିର୍ଦ୍ଧାରିତ ୨୦ ଓଭରରେ ୫ଟି ଓ୍ଵିକେଟ ହରାଇ ୧୩୮ ରନ କରିପାରିଛି।

ପଂଜାବର ଅନ୍ୟ ଖେଳାଳି କ୍ରିସ ଗେଲ ୫ ରନ, ମୟଙ୍କ ଅଗ୍ରଓ୍ଵାଲ ୦ ରନ୍‌, ଡାଭିଡ ମିଲର ୬ ରନ, ମନଦୀପ ସିଂହ ଅପରାଜିତ ୧ ରନ କରିଥିଲେ। ଚେନ୍ନାଇ ଟିମର ହରଭଜନ ସିଂହ ଓ ସ୍କଟ କୁଜଆଲିନ୍‌ ୨-୨ ଓ୍ଵିକେଟ୍‌ ନେଇଥିବା ବେଳେ ଦିପକ ଚହର ଗୋଟିଏ ଓ୍ଵିକେଟ ନେଇଥିଲେ। ଚେନ୍ନାଇ ସ୍କୋର ୭ ରନ୍‌ରେ ଗେଲ୍‌ଙ୍କୁ ହରାଇଥିଲା। ଦଳର ଦ୍ୱିତୀୟ ଓ୍ଵିକେଟ ଭାବରେ ମୟଙ୍କ ଅଗ୍ରଓ୍ଵାଲ ଆଉଟ୍‌ ହୋଇଥିଲ। ୩ୟ ଓ୍ଵିକେଟରେ ୧୧୦ ରନ୍‌ ଭାଗିଦାରୀ ହୋଇଥିବା ବେଳେ ମଧ୍ୟ ପଂଜାବ ପରବର୍ତ୍ତୀ ସମୟରେ ଧୀମା ଖେଳିଥିଲା। ଚେନ୍ନାଇର ୩ୟ ଶିକାର ରାହୁଲ ଓ ୪ର୍ଥ ଶିକାର ହୋଇଥିଲେ ଡାଭିଡ ମିଲର। ୧୯ ଓଭରର ଶେଷ ବଲରେ ମିଲର ଆଉଟ ହୋଇଥିଲେ।

Cricbuzz

ପ୍ରଥମ ଇନିଂସରେ କିଙ୍ଗ୍‌ ଏକ୍ସଆଇ ପଂଜାବକୁ ଶନିବାର ଚେନ୍ନାଇ ସୁପର କିଙ୍ଗସ୍‌ ପକ୍ଷରୁ ୧୬୧ ରନ୍‌ ଟାର୍ଗେଟ ମିଳିଥିଲା। ସ୍ଥାନୀୟ ଏମ୍‌.ଏ. ଚିଦାମ୍ବରମ୍‌ ଷ୍ଟାଡିୟମ୍‌ରେ ଚେନ୍ନାଇ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୩ ଓ୍ଵିକେଟ୍‌ ହରାଇ ୧୬୦ ରନ୍‌ କରିଛି। ଫଳରେ ପଂଜାବକୁ ୧୬୧ ରନ୍‌ ଟାର୍ଗେଟ ମିଳିଥିଲା।

ଚେନ୍ନାଇର ଓପନ୍‌ର ସେନ୍‌ ଓ୍ଵାଟସନ୍‌ ୨୪ଟି ବଲ ଖେଳି ୨୬ ରନ୍‌ କରିଥିଲେ। ସେ ଅଧିନାୟକ ରବିଚନ୍ଦ୍ରନ ଅଶ୍ୱିନଙ୍କ ଦ୍ୱାରା ଆଉଟ୍‌ ହୋଇ ପାଭଲିଅନ୍‌ ଫେରିଥିଲେ। ଚେନ୍ନାଇ ୭.୨ ଓଭରରେ ପ୍ରଥମ ଓ୍ଵକେଟ ହରାଇଥିଲା। ଫାଫ୍‌ ଡୁ ପ୍ଲେସିସ୍‌ (୫୪ ରନ୍‌, ୩୮ ବଲ, ୨ ଚୌକା, ୪ ଛକା)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଚେନ୍ନାଇ ୨ୟ ଓ୍ଵିକେଟ ହରାଇବା ବେଳକୁ ସ୍କୋର ୧୦୦ ରନ୍‌ରେ ପହଂଚିଥିଲା।

ଡୁପ୍ଲେସି ମଧ୍ୟ ଅଶ୍ୱିନଙ୍କ ଦ୍ୱାରା ଆଉଟ୍‌ ହୋଇଥିଲେ। ଏହା ପରେ ପଡ଼ିଆକୁ ପ୍ରବେଶ କରିଥିଲେ ମହେନ୍ଦ୍ର ସିଂହ ଧୋନି (ଅପରାଜିତ ୩୭ ରନ, ୨୩ ବଲ, ୪ ଚୌକା, ୧ ଛକା)। ଡୁପ୍ଲେସିଙ୍କ ଆଉଟ୍‌ ହେବା ପରେ ସୁରେଶ ରାଇନା ଅଶ୍ୱିନଙ୍କ ଗୋଟିଏ ବଲ ସମ୍ମୁଖୀନ ହୋଇ ପାଭଲିଅନ ଫେରିଥିଲେ। ଧୋନିଙ୍କ ସହିତ ଖେଳିବା ପଡ଼ିଆକୁ ପ୍ରବେଶ କରିଥିଲେ ଅମ୍ବାତି ରାୟଡୁ (ଅପରାଜିତ ୨୧ ରନ, ୧୫ ବଲ, ୧ ଚୌକା, ୧ ଛକା)।

ସମ୍ବନ୍ଧିତ ଖବର