ଆସୁଛି ଆଇପିଏଲ୍

ଚେନ୍ନାଇ: ଆସୁଛି ଆଇପିଏଲ୍‌। ଦ୍ବାଦଶ ଥର ପାଇଁ ଲାଗିବାକୁ ଯାଉଛି ଟ୍ବେଣ୍ଟି-୨୦ର ମହାମେଳା। ଫଟାଫଟ୍ କ୍ରିକେଟ୍‌ର ଏହି ଚର୍ଚିତ ଏବଂ ଲୋକପ୍ରିୟ ମହାକୁମ୍ଭକୁ ନେଇ ସମଗ୍ର କ୍ରିକେଟ୍ ଜଗତ ଉତ୍ସାହିତ। ଖେଳାଳି ପ୍ରସ୍ତୁତ ଥିଲା ବେଳେ ପ୍ରଶଂସକ ବି ପୂରା ତୟାର। ଏଥର ପ୍ରଥମ ମ୍ୟାଚ୍‌ରୁ ହେବ ସିଂହ ଲଢ଼େଇ। ଧୋନି-କୋହଲି ହେବେ ମୁହାଁମୁହିଁ। ଚେନ୍ନାଇରେ ଶନିବାର ଚେନ୍ନାଇ ସୁପରକିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମ୍ୟାଚ୍‌ରୁ ଆରମ୍ଭ ହେବ ମହାଲେଢ଼ଇ। ସେହି ଚେନ୍ନାଇରେ ହିଁ ମେ ୧୨ରେ ହେବ ଫାଇନାଲ୍। ୫୧ ଦିନିଆ ଟ୍ବେଣ୍ଟି-୨୦ ସମରରେ ଖେଳାଯିବ ୬୦ ମ୍ୟାଚ୍। ହିରା ଖଚିତ ଟ୍ରଫି ପାଇଁ ମଇଦାନରେ ଥିବେ ୮ ଦଳ। ୨୦୧୮ରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ହରାଇ ଚେନ୍ନାଇ ସୁପରକିଙ୍ଗ୍ସ ତୃତୀୟ ଥର ପାଇଁ ବିଜେତା ହୋଇଥିଲା। ଏଥିର ମଧ୍ୟ ଧୋନି ସେହି ସଫଳତା ଦୋହରାଇବା ଲକ୍ଷ୍ୟରେ ରହିବେ। ସେପଟେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପ୍ରଥମ ଟ୍ରଫି ଦେବା ଆଶାରେ କୋହଲି ରହିବେ। ମୁମ୍ବାଇ ଇଣ୍ଡିଆନ୍ସ, କୋଲକାତା ନାଇଟ୍ ରାଇଡର୍ସ, ସନ୍‌ରାଇଜର୍ସ ହାଇଦ୍ରାବାଦ, କିଙ୍ଗ୍ସ ଏକାଦଶ ପଞ୍ଜାବ, ରାଜସ୍ଥାନ ରୟାଲ୍ସ ଓ ନବଗଠିତ ଦିଲ୍ଲୀ କ୍ୟାପିଟାଲ୍ସ ବି ନିଜ ନିଜ କମାଲ ଦେଖାଇବାକୁ ଚେଷ୍ଟା କରିବେ।
୧୯୦ ଖେଳାଳି, ୮ ନାୟକ
ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ବିସିସିଆଇ ପୂର୍ବରୁ ମାତ୍ର ୧୭ ମ୍ୟାଚ୍‌ର ସୂଚୀ ଘୋ‌ଷଣା କରିଥିଲା। ମଙ୍ଗଳବାର କେବଳ ଶେଷ ଚାରିଟି ମୁକାବିଲା ଛାଡ଼ି ବଳକା ୩୯ ମ୍ୟାଚ୍‌ର ସୂଚୀ ଓ ସମୟ ଘୋଷଣା କରିଛି। ଫାଇନାଲ୍ ସହ ଦୁଇଟି କ୍ବାଲିଫାୟର ଓ ଗୋଟିଏ ଏଲିନିମେଟର ଲାଗି ସମୟ ପରେ ଘୋଷଣା କରାଯିବ ବୋଲି ବୋର୍ଡ କହିଛି। ଫାଇନାଲ୍ ମ୍ୟାଚ୍‌ର ତାରିଖ ଓ ସ୍ଥାନ ଅବଶ୍ୟ ପ୍ରକାଶ କରି ଦିଆଯାଇଛି। ଚଳିତ ଥର ସବୁ ଫ୍ରାଞ୍ଚାଇଜ୍‌ ନିଜ ନିଜ ସମ୍ଭାବ୍ୟ ଦଳରେ କେତେକ ନୂଆ ଓ ପ୍ରତିଭାବାନ ଖେଳାଳିଙ୍କୁ ସାମିଲ କରିଛନ୍ତି। ପ୍ରତି ଥର ପରି ଏଥର ମଧ୍ୟ ଆଇପିଏଲ୍‌ରୁ କିଛି ନୂଆ ତାରକା ସୃଷ୍ଟି ହେବାର ସମ୍ଭାବନା ଅଛି।
ଚେନ୍ନାଇ ସୁପରକିଙ୍ଗ୍ସ: ମହେନ୍ଦ୍ର ସିଂହ ଧୋନି (ଅଧିନାୟକ), ସୁରେଶ ରାଇନା, ଫାଫ୍ ଡୁ ପ୍ଲେସିସ୍, ମୁରଲୀ ବିଜୟ, ରବୀନ୍ଦ୍ର ଜାଦେଜା, ସାମ୍ ବିଲିଙ୍ଗ୍ସ, ମିଚେଲ ସାଣ୍ଟନର, ଡେୱିଡ୍ ୱିଲି, ଡ୍ବେନ୍ ବ୍ରାଭୋ, ସେନ୍ ୱାଟସନ୍, ଲୁଙ୍ଗି ଏନ୍‌ଗିଡ଼ି, ଇମ୍ରାନ ତାହିର, କେଦାର ଯାଦବ, ଅମ୍ବାତି ରାୟୁଡୁ, ହରଭଜନ ସିଂହ, ଦୀପକ ଚହର, କେଏମ୍ ଆସିଫ, ମୋହିତ ଶର୍ମା, ଋତୁରାଜ ଗାଏକ୍ବାଡ୍, କର୍ଣ୍ଣ ଶର୍ମା, ଧୃବ ସୁରୀ, ଏନ୍ ଜଗଦିଶନ୍, ସାର୍ଦୁଲ ଠାକୁର, ମୋନୁ କୁମାର, ଚୈତନ୍ୟ ବି‌େଷ୍ଣାଇ।
ଦିଲ୍ଲୀ କ୍ୟାପିଟାଲ୍ସ: ଶିଖର ଧାୱନ (ଅଧିନାୟକ), ଶ୍ରେୟସ୍ ଆୟର, ଋଷବ ପନ୍ତ, ପୃଥ୍ବୀ ସ’, ଅମିତ ମିଶ୍ରା, ଅଭେସ୍ ଖାନ୍, ହର୍ଷଲ ପଟେଲ, ରାହୁଲ ତିୱାତିଆ, ଜୟନ୍ତ ଯାଦବ, ମନଜ୍ୟୋତ କାଲ୍‌ରା, କଲିନ୍ ମୁ‌ନ୍ରୋ, ଅକ୍ଷର ପଟେଲ, କିମୋ ପଲ୍, ଈଶାନ୍ତ ଶର୍ମା, ହନୁମା ବିହାରି, ସେରଫାନ ରଦରଫୋର୍ଡ, କଲିନ୍ ଇଙ୍ଗ୍ରାମ, ଜଲଜ ସାକ୍ସେନା, ଅଙ୍କୁଶ ବେନ୍ସ, ନାଥୁ ସିଂହ, ବନ୍ଦାରୁ ଆୟାପ୍ପା, କ୍ରିସ୍ ମୋରିସ୍, କାଗିସୋ ରବାଦା, ସନ୍ଦୀପ ଲାମିଚାନେ, ଟ୍ରେଣ୍ଟ ବୋଲ୍‌ଟ।
କିଙ୍ଗ୍ସ ଏକାଦଶ ପଞ୍ଜାବ: ରବିଚନ୍ଦ୍ରନ୍ ଅଶ୍ବିନ (ଅଧିନାୟକ), ଲୋକେଶ ରାହୁଲ, କ୍ରିସ୍ ଗେଲ୍, ଆଣ୍ଡ୍ର୍ୟୁ ଟାଏ, ମୟଙ୍କ ଅଗ୍ରୱାଲ, ଅଙ୍କିତ ରାଜପୁତ, ମୁଜିବ-ଉର୍-ରହମାନ, କରୁଣ ନାୟର, ସାମ୍ କୁରାନ, ମୋଜେସ୍ ହେନରିକ୍ସ, ମହମ୍ମଦ ସାମି, ନିକୋଲାସ ପୁରାନ, ହାର୍ଦୁସ ଭିଲଜୋନ୍, ବରୁଣ ଚକ୍ରବର୍ତି, ସଫର୍ରାଜ ଖାନ୍, ମୁରୁଗାନ ଅଶ୍ବିନ, ଅର୍ଶଦୀପ ସିଂହ, ଦର୍ସନ ନାଲଖାଣ୍ଡେ, ପ୍ରଭସିମରନ୍ ସିଂହ, ଅଗ୍ନିବେଶ ଆୟାଚି, ହରପ୍ରୀତ ବ୍ରାର, ଡେଭିଡ୍ ମିଲର, ମନଦୀପ ସିଂହ।
କୋଲକାତା ନାଇଟ୍ ରାଇଡର୍ସ: ଦୀନେଶ କାର୍ତିକ (ଅଧିନାୟକ), ରବିନ ଉଥାପ୍ପା, କ୍ରିସ୍ ଲିନ୍, ଆନ୍ଦ୍ରେ ରସେଲ, ସୁନୀଲ ନରିନ, ଶୁଭମନ ଗିଲ୍, ପୀୟୂଷ ଚାୱଲା, ଲୋକି ଫର୍ଗୁସନ୍, କୁଲଦୀପ ଯାଦବ, ପ୍ରସିଦ୍ଧ କୃଷ୍ଣ, ଶିବମ୍ ମାଭି, ନୀତିଶ ରାଣା, ରିଙ୍କୁ ସିଂହ, ଜୋ ଡେନଲି, କାର୍ଲୋସ୍ ବ୍ରାଥୱେଟ୍, ହାରି ଗୁର୍ନି, ଅନରିଚ୍ ନୋର୍ଜେ, ନିଖିଲ ନାୟକ, ପୃଥ୍ବୀ ରାଜ ୟାରା, ଶ୍ରୀକାନ୍ତ ମୁଣ୍ଡେ, କମଲେଶ ନାଗରକୋଟି।
ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା (ଅଧିନାୟକ), ହାର୍ଦିକ ପାଣ୍ଡ୍ୟା, ଯଶପ୍ରୀତ ବୁମରା, କ୍ରୁନାଲ ପାଣ୍ଡ୍ୟା, ଈଶାନ କିଶନ, ଯୁବରାଜ ସିଂହ, ସୂର୍ଯ୍ୟକୁମାର ଯାଦବ, ମୟଙ୍କ ମାର୍କଣ୍ଡ, ରାହୁଲ ଚହର, ଅନୁକୁଳ ରାଓ, ସିଦ୍ଦେଶ ଲାଡ୍, ଆଦିତ୍ୟ ତାରେ, କ୍ବିଣ୍ଟନ୍ ଡି’କକ୍, କିରଣ ପୋଲାର୍ଡ, ଏଭିନ ଲୁଇସ୍, ବେନ୍ କଟିଂ, ମିଚେଲ ମ୍ୟାକ୍ଲିନାଘନ, ଆଡାମ ମିଲନେ, ଲସିଥ ମାଲିଙ୍ଗା, ବରିନ୍ଦର ସ୍ରନ୍, ପଙ୍କଜ ଯଶୱାଲ, ରସିକ ଦାର, ଅନମୋଲପ୍ରୀତ ସିଂହ, ଜାସନ ବେହେରନଡ୍ରଫ୍‌।
ରାଜସ୍ଥାନ ରୟାଲ୍ସ: ଅଜିଙ୍କ୍ୟ ରାହାଣେ (ଅଧିନାୟକ), କୃଷ୍ଣପ୍ପା ଗୌତମ, ସଞ୍ଜୁ ସାମସନ୍, ଜୟଦେବ ଉନାଦକଟ, ଶ୍ରେୟସ୍ ଗୋପାଳ, ଆର୍ଯ୍ୟମନ୍ ବିର୍ଲା, ଏସ୍ ମିଧୁନ, ପ୍ରଶାନ୍ତ ଚୋପ୍ରା, ଷ୍ଟୁଆର୍ଟ ବିନ୍ନି, ରାହୁଲ ତ୍ରିପାଠୀ, ବେନ୍ ଷ୍ଟୋକ୍ସ, ବରୁଣ ଆରୋନ, ଓସାନେ ଥୋମାସ, ଷ୍ଟିଭ୍ ସ୍ମିଥ୍, ଜୋସ୍ ବଟଲର, ଜୋଫ୍ରା ଆର୍ଚର, ଆଷ୍ଟନ୍ ଟର୍ନର, ଲିଆମ ଲିଭିଂଷ୍ଟୋନ୍, ମନନ ଭୋରା, ଶୁଭମ ରଞ୍ଜନେ, ଶଶାଙ୍କ ସିଂହ, ରିଆନ ପରାଗ, ଈଶ୍ ସୋଢ଼ୀ, ଧୱଲ କୁଲକର୍ଣ୍ଣି, ମହିପାଲ ଲୋମରର।
ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର: ବିରାଟ କୋହଲି (ଅଧିନାୟକ), ଏବି ଡି’ଭିଲିୟର୍ସ, ପାର୍ଥିବ ପଟେଲ, ୟୁଜବେନ୍ଦ୍ର ଚହଲ, ୱାସିଂଟନ ସୁନ୍ଦର, ପବନ ନେଗି, ନାଥନ କୁଲଟର ନାଇଲ୍, ମୋଇନ ଅଲ୍ଲୀ, ମହମ୍ମଦ ସିରାଜ, କଲିନ୍ ଡି’ ଗ୍ରାଣ୍ଢୋମେ, ଟିମ୍ ସାଉଦି, ଉମେଶ ଯାଦବ, ନଭଦୀପ ସାଇନି, କୁଲୱନ୍ତ ଖେଜ୍ରୋଲିଆ, ମାର୍କସ ଷ୍ଟୋଇନିସ୍, ସିମରନ୍ ହେଟମେର, ଗୁରୁକିରଟ ସିଂହ, ହେନରିଚ୍ କ୍ଲାସେନ୍, ଦେବଦତ୍ତ ପଡ଼ିକାଲ, ଶିବମ୍ ଦୁବେ, ଆକାଶଦୀପ ନାଥ, ହିମତ ସିଂହ, ମିଲିନ୍ଦ କୁମାର, ପ୍ରୟାସ ରାଏ ବର୍ମନ।
ସନ୍‌ରାଇଜର୍ସ ହାଇଦ୍ରାବାଦ: କେନ୍ ୱିଲିୟମସନ୍ (ଅଧିନାୟକ), ବାସିଲ ଥାମ୍ପି, ଭୁବନେଶ୍ବର କୁମାର, ଦୀପକ ହୁଦା, ମନୀଷ ପାଣ୍ଡେ, ଟି ନଟରାଜନ, ରିକି ଭୂଏ, ସନ୍ଦୀପ ଶର୍ମା, ସିଦ୍ଧାର୍ଥ କୌଲ, ଶ୍ରୀବତ୍ସ ଗୋସ୍ବାମୀ, ଖଲିଲ ଅହମ୍ମଦ, ୟୁସୁଫ ପଠାନ, ବିଲି ଷ୍ଟାନ୍‌ଲେକ, ଡେଭିଡ୍ ୱାର୍ନର, ମାର୍ଟିନ ଗପ୍ଟିଲ, ରସିଦ ଖାନ୍, ରିଦ୍ଧିମାନ ଶାହା, ମହମ୍ମଦ ନବି, ଜନି ବେୟାରଷ୍ଟୋ, ସାକିବ-ଅଲ୍-ହାସନ, ଅଭିଷେକ ଶର୍ମା, ଶାହାବାଜ ନଦୀମ।
ବଦଳିବନି ସମୟ
ସାଧାରଣ ନିର୍ବାଚନ ପାଇଁ ଆଇପିଏଲ-୧୨ ମ୍ୟାଚ୍ ସମୟରେ ପରିବର୍ତନ ହେବ ବୋଲି ଆଶା କରାଯାଉଥିଲା। ହେଲେ ବିସିସିଆଇ ଏଥିରେ କୌଣସି ପରିବର୍ତନ କରିନାହିଁ। ପୂର୍ବ ସମୟ ଅପରାହ୍ନ ୪ଟା ଏବଂ ରାତି ୮ଟାକୁ ବିସିସିଆଇ ଅପରିବର୍ତିତ ରଖିଛି। ପ୍ରଥମ ମ୍ୟାଚ୍ ଅପରାହ୍ନ ୪ ଟା ଏବଂ ଦ୍ବିତୀୟ ୮ଟାରୁ ଆରମ୍ଭ ହେବ ବୋଲି ଭାରତୀୟ ବୋର୍ଡ ଘୋଷଣା କରିଛି। ଅଧିକାଂଶ ଛୁଟି ଦିନରେ ଦୁଇଟି ଲେଖାଏଁ ମ୍ୟାଚ୍ ରଖା ଯାଇଥିଲା ବେଳେ ଅନ୍ୟ ଦିନଗୁଡ଼ିକରେ ଗୋଟିଏ ଲେଖାଏଁ ମ୍ୟାଚ୍ ରଖାଯାଇଛି।

ସମ୍ବନ୍ଧିତ ଖବର