ଆଇପିଏଲ୍‌ ୧୨: ପୁଣି ହିଟ୍‌ କରି ପାରିବେ ରସେଲ! ଟସ୍‌ ଜିଣି ଦିଲ୍ଲୀର ବୋଲିଂ ନିଷ୍ପତ୍ତି, ହାଇଦ୍ରାବାଦ୍‌ କରୁଛି ବ୍ୟାଟିଂ

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଦ୍ୱାଦଶ ସଂସ୍କରଣର ୧୦ମ ମ୍ୟାଚ୍‌ ଶନିବାର କୋଲକାତା ନାଇଟ୍‌ ରାଇଡର୍ସ ଏବଂ ଦିଲ୍ଲୀ କ୍ୟାପିଟାଲସ୍‌ ମଧ୍ୟରେ ଖେଳାଯାଉଛି। କୋଲକାତା ଟିମ୍‌ର ଆନ୍ଦ୍ରେ ରସେଲ ଏଯାଏଁ ସବୁଠାରୁ ବିସ୍ଫୋରକ ବ୍ୟାଟସ୍‌ମ୍ୟାନ୍‌ ଭାବରେ ଉଭା ହୋଇଛନ୍ତି। ସେ ହାଇଦ୍ରାବାଦ୍‌ ବପିକ୍ଷରେ ୧୯ ବଲ ଖେଳି ଅପରାଜିତ ୪୯ ରନ୍‌ ଏବଂ ପଂଜାବ ବିପକ୍ଷରେ ୧୭ ବଲ୍‌ ଖେଳି ୪୮ ରନ୍‌ କରିଛନ୍ତି। ଉଭୟ ମ୍ୟାଚ୍‌ରେ ରସେଲ ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ପୁରସ୍କାର ପାଇଛନ୍ତି। ଫିରୋଜ ଶାହା କୋଟଲା ଷ୍ଟାଡିୟମ୍‌ରେ ରସେଲ ଆଜି ଦିଲ୍ଲୀ ବିପକ୍ଷରେ କ’ଣ କରୁଛନ୍ତି ଦେଖିବାକୁ ଅପେକ୍ଷା କରିଛନ୍ତି ଦର୍ଶକ। ଟସ୍‌ ଜିଣି ଦିଲ୍ଲୀ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ହାଇଦ୍ରାବାଦ୍‌ ବ୍ୟାଟିଂ କରୁଛି।

କ୍ରିସ୍‌ ମୋରିସ୍‌ ମ୍ୟାଚ୍‌ ପୂର୍ବରୁ ଶୁକ୍ରବାର ସନ୍ଧ୍ୟାରେ କହିଛନ୍ତି, ରସେଲ ଜଣେ ପ୍ରତିଭା ସଂପନ୍ନ ଖେଳାଳି। ଯଦି ସେ ବିଫଳ ହୁଅନ୍ତି ତା’ହେଲେ ମୁଁ ହିଟ୍‌ ହୋଇଯିବି। ମୋର ଟାର୍ଗେଟ ପୂରା କରିବାକୁ ନେଇ ମୁଁ କାମ କରିବି। କାରଣ ସେଥି ପାଇଁ ମୁଁ ତାଲିମ ନେଇଛି। ଆମକୁ ସମାନ କାମ ମିଳିଛି। ମାତ୍ର ସେ ଟିକିଏ ଦ୍ରୁତ ଗତିରେ ସ୍କୋର କରିଥାନ୍ତି।

ସମ୍ବନ୍ଧିତ ଖବର