ଆଇପିଏଲ୍‌ ଫାଇନାଲ୍‌ରେ ବଲିଉଡ଼ କଳାକାରଙ୍କ ଲାଇଭ୍‌ ପାର୍ଟି, ସଲମାନ୍‌ ସମେତ ରେସ୍‌-୩ ଟିମ୍‌

ମୁମ୍ବାଇ: ଏକାଦଶ ସଂସ୍କରଣର ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ପାଇଁ ମୁମ୍ବାଇର ଓ୍ଵାଙ୍ଖେଡେ ଷ୍ଟାଡ଼ିୟମ୍‌ରେ ଚେନ୍ନାଇ ସୁପର କିଙ୍ଗସ୍‌ ଓ ସନରାଇଜର୍ସ ହାଇଦ୍ରାବାଦ୍‌ ମଧ୍ୟରେ ମୁକାବିଲା ଚାଲିଥିବା ବେଳେ ବଲିଉଡ଼ କଳାକାରମାନେ ନିଜର ନୃତ୍ୟଗୀତ ପ୍ରସ୍ତୁତି ଦେବା ପାଇଁ ବ୍ୟସ୍ତ ଅଛନ୍ତି। ଫାଇନାଲ୍‌ ପୂର୍ବରୁ ଆଇପିଏଲ୍‌କୁ ଅଧିକ ଆକର୍ଷଣ କରିବା ପାଇଁ ଷ୍ଟାର ପ୍ଲସ ପାର୍ଟିର ବଲିଉଡ଼ କଳାକାରମାନେ ନିଜର ପ୍ରସ୍ତୁତି ଦେଇଛନ୍ତି। ଲାଇଭ୍‌ ପାର୍ଟିର ଆରମ୍ଭ କାର୍ତ୍ତିକ ଆୟନଙ୍କ ଧମାକାଦାର ପରଫରମାନସରୁ ଆରମ୍ଭ ହୋଇଛି। ଏହା ପରେ ବଲିଉଡ଼ ଭାଇଜାନ ସଲମାନ ଖାଁ ପ୍ରସ୍ତୁତି ଦେବେ।

କାର୍ତ୍ତିକ ଆୟନ ନିଜର ପରଫରମାନସକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ସେହିଭଳି କାର୍ତ୍ତିକଙ୍କ ବନ୍ଧୁମାନେ ମଧ୍ୟ ଭିଡ଼ିଓକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

କାର୍ତ୍ତିକ ଆୟନଙ୍କ ପରେ ସଲମାନ ଖାଁ ନିଜର ରେସ-୩ ଟିମ ସହିତ ପରଫରମାନସ ଉପସ୍ଥାପନ କରିବେ। ସଲମାନ ଖାଁ, ଜ୍ୟାକଲିନ ଫର୍ଣ୍ଣାଡିଜ ଓ ଅନିଲ କପୁର ଦର୍ଶକଙ୍କୁ ଉତ୍ସାହିତ କରିବେ। ରେସ୍‌-୩ର ଏହି ଆଇପିଏଲ୍‌ ଭଲ ସୋ’ର ପ୍ରୋମେ ସୋସିଆଲ ମିଡିଆରେ ସେୟାର କରାଯାଇଛି।

ଷ୍ଟାର ପ୍ଲସର ଏହି ସୋ’ରେ ଅଭିନେତା ରଣବୀର କପୁର କାର୍ଯ୍ୟକ୍ରମକୁ ଉପସ୍ଥାପନ କରୁଚନ୍ତି। ଏଥିରେ ସୋନମ କପୁର ବି ଆସିବେ। ଆଇପିଏଲ-୧୧ର ଫାଇନାଲ ମ୍ୟାଚ୍‌ ଅବସରରେ ବଲିଉଡ଼ର ଅଧିକାଂଶ କଳାକାର ମଧ୍ୟ ଓ୍ଵାଙ୍ଖେଡେ ଷ୍ଟାଡିୟମରେ ଉପସ୍ଥିତ ଅଛନ୍ତି।

ସମ୍ବନ୍ଧିତ ଖବର