ଆଇପିଏଲ୍‌ ୧୨: ଟସ୍‌ ଜିଣି ହାଇଦ୍ରାବାଦ୍‌ର ବୋଲିଂ ନିଷ୍ପତ୍ତି, ମୁମ୍ବାଇ କରୁଛି ବ୍ୟାଟିଂ

ହାଇଦ୍ରାବାଦ୍‌: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୧୯ତମ ମ୍ୟାଚ୍‌ରେ ଟସ୍‌ ଜିଣି ହାଇଦ୍ରାବାଦ୍‌ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ ମୁମ୍ବାଇ ବ୍ୟାଟିଂ କରୁଛି। ହାଇଦ୍ରାବାଦ୍‌ର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଏହି ମୁକାବିଲା ହେଉଛି।

ଆଇପିଏଲ୍‌ର ଦ୍ୱାଦଶ ସଂସ୍କରଣରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ଏଯାଏଁ ୪ଟି ମ୍ୟାଚ୍‌ ଖେଳିଛି। ଏଥିରୁ ୩ଟି ମ୍ୟାଚ୍‌ ଜିତିଥିବା ବେଳେ ଗୋଟିଏ ମ୍ୟାଚ୍‌ରେ ହାରଛି। ମାର୍ଚ୍ଚ ୨୪ରେ କୋଲକାତା ଠାରୁ ୬ ଓ୍ଵିକେଟ୍‌ରେ ହାରିବା ପରେ ଦଳ ଆଉ ପଛକୁ ଫେରି ନାହିଁ। ମାର୍ଚ୍ଚ ୨୯ରେ ରାଜସ୍ଥାନ ରୟାଲସ୍‌କୁ ହାଇଦ୍ରାବାଦ ୫ ଓ୍ଵିକେଟରେ, ମାର୍ଚ୍ଚ ୩୧ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୧୧୮ ରନ୍‌ ଓ ଏପ୍ରିଲ ୪ରେ ଦିଲ୍ଲୀ କ୍ୟାପିଟାଲସ୍‌ ବିପକ୍ଷରେ ୫ ଓ୍ଵିକେଟ୍‌ରେ ବିଜୟୀ ହୋଇଥିଲା।

ମୁମ୍ବାଇ ଇଣ୍ଡିଆନ୍‌ ଏଯାଏଁ ୪ଟି ମ୍ୟାଚ୍‌ ଖେଳି ୨ଟିରେ ବିଜୟୀ ହୋଇଥିବା ବେଳେ ୨ଟିରେ ପରାସ୍ତ ହୋଇଛି। ମୁମ୍ବାଇ ମାର୍ଚ୍ଚ ୨୪ରେ ଦିଲ୍ଲୀ ଠାରୁ ୩୭ ରନ୍‌ରେ ଏବଂ ମାର୍ଚ୍ଚ ୩୦ରେ ପଂଜାବ ଠାରୁ ୮ ଓ୍ଵିକେଟ୍‌ରେ ପରାସ୍ତ ହୋଇଥିଲା। ମୁମ୍ବାଇ ମାର୍ଚ୍ଚ ୨୮ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ୬ ରନ୍‌ରେ ଏବଂ ଏପ୍ରିଲ ୩ରେ ଚେନ୍ନାଇ ବିପକ୍ଷରେ ୩୭ ରନ୍‌ରେ ବିଜୟୀ ହୋଇଥିଲା।

ସମ୍ବନ୍ଧିତ ଖବର