ଆଇପିଏଲ୍‌ ୧୨: ଟସ୍‌ ଜିଣି ହାଇଦ୍ରାବାଦ୍‌ର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରୁଛି ଦିଲ୍ଲୀ କ୍ୟାପିଟାଲସ୍‌

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଦ୍ୱାଦଶ ସଂସ୍କରଣରେ ଭଲ ଫର୍ମରେ ଥିବା ସନରାଇଜର୍ସ ହାଇଦ୍ରାବାଦ ଟିମ ଗୁରୁବାର ଦିଲ୍ଲୀ କ୍ୟାପିଟାଲସ୍‌କୁ ଭେଟିଛି। ହାଇଦ୍ରାବାଦ୍‌ ନିଜର ବିଗତ ମ୍ୟାଚରେ ବେଙ୍ଗାଲୁରୁକୁ ପରାସ୍ତ କରିଥିଲା। ଏବେ ଦିଲ୍ଲୀ ବିପକ୍ଷରେ ନିଜର ବିଜୟ ଅଭିଯାନକୁ ଜାରି ରଖିବାକୁ ଉଦ୍ୟମ କରିବ। ଅନ୍ୟପକ୍ଷରେ ପଂଜାବ ବିପକ୍ଷରେ ନାଟକୀୟ ଢଙ୍ଗରେ ମ୍ୟାଚ ହାରିଥିବା ଦିଲ୍ଲୀ ନିଜକୁ ସଂଶୋଧନ କରିବାକୁ ଲକ୍ଷ୍ୟ ରଖିଛି। ଫିରୋଜ ଶାହା କୋଟଲା ଷ୍ଟାଡିୟମ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ଟସ୍‌ ଜିଣି ବୋଲିଂ ନିଷ୍ପତ୍ତି ନେବା ପରେ ଦିଲ୍ଲୀ କ୍ୟାପିଟାଲସ୍‌ ବ୍ୟାଟିଂ କରୁଛି।

ଦିଲ୍ଲୀର ଆଇପିଏଲ-୧୨ରେ ଘରୋଇ ପଡିଆରେ ଏହା ହେଉଛି ୩ୟ ମ୍ୟାଚ୍‌। କୋଟଲାରେ ବିଗତ ୨ ମ୍ୟାଚରୁ ଗୋଟିଏରେ ବିଜୟ ଏବଂ ଅନ୍ୟଟିରେ ପରାଜୟ ସ୍ୱୀକାର କରିବାକୁ ପଡ଼ିଛି। ଦିଲ୍ଲୀର ପ୍ରଦର୍ଶନରେ ନିରନ୍ତରତା କମ ଦେଖିବାକୁ ମିଳିଛି। ବିଗତ ମ୍ୟାଚରେ ଦିଲ୍ଲୀ ୧୭ ବଲ ଖେଳି ମାତ୍ର ୮ ରନ କରିଥିଲା। ଏହାରି ମଧ୍ୟରେ ଦିଲ୍ଲୀ ୭ଟି ମୂଲ୍ୟବାନ ଓ୍ଵିକେଟ ହରାଇଥିଲା। ଅନ୍ୟପକ୍ଷରେ ହାଇଦ୍ରାବାଦ ଟିମ୍‌ ଏକ ବଡ଼ ଲକ୍ଷ୍ୟ ନେଇ ମ୍ୟାଚ୍‌ ଖେଳୁଛି। ମାତ୍ର ଗୋଟିଏ ମ୍ୟାଚରେ ହାରିବାକୁ ମଧ୍ୟ ପଡ଼ିଛି।

ସମ୍ବନ୍ଧିତ ଖବର