ଆଇପିଏଲ: ଟସ୍‌ ଜିଣି ହାଇଦ୍ରାବାଦ୍‌ର ବୋଲିଂ ନିଷ୍ପତ୍ତି, କୋଲକାତା କରୁଛି ବ୍ୟାଟିଂ

ହାଇଦ୍ରାବାଦ୍‌: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଦ୍ୱାଦଶ ସଂସ୍କରଣର ୩୮ତମ ମ୍ୟାଚ୍‌ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ଓ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ରବିବାର ମୁକାବିଲା ହେଉଛି। ସ୍ଥାନୀୟ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଟସ୍‌ ଜିଣି ଆୟୋଜକ ହାଇଦ୍ରାବାଦ୍‌ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ କୋଲକାତା ବ୍ୟାଟିଂ କରୁଛି।

ଏଯାଏଁ ଖେଳାଯାଇଥିବା ଚଳିତ ଆଇପିଏଲ୍‌ର ଅଙ୍କ ତାଲିକାରେ ହାଇଦ୍ରାବାଦ୍‌ ୫ମ ସ୍ଥାନ ଅଧିକାର କରିଥିବା ବେଳେ କୋଲକାତା ୬ଷ୍ଠ ସ୍ଥାନରେ ରହିଛି। ହାଇଦ୍ରାବାଦ୍‌ ୮ଟି ମ୍ୟାଚ୍‌ ଖେଳି ସେଥିରୁ ୪ଟି ମ୍ୟାଚ ଜିତି ୮ ପଏଣ୍ଟ ହାସଲ କରିଛି। ସେହିଭଳି କୋଲକାତା ୯ଟି ମ୍ୟାଚ ଖେଳି ୪ଟି ମ୍ୟାଚ ଜିତିବା ପରେ ୮ ପଏଣ୍ଟ ହାସଲ କରିଛି।

କୋଲକାତା ଓ ହାଇଦ୍ରାବାଦ୍‌ ମଧ୍ୟରେ ଗତ ମାର୍ଚ୍ଚ ୨୪ରେ ଇଡେନ ଗାର୍ଡେନରେ ମୁକାବିଲା ହୋଇଥିଲା। ଏଥିରେ କୋଲକାତା ୬ ଓ୍ଵିକେଟରେ ବିଜୟୀ ହୋଇଥିଲା। ସେହି ମ୍ୟାଚରେ ହାଇଦ୍ରାବାଦ୍‌ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୩ଟି ଓ୍ଵିକେଟ ହରାଇ ୧୮୧ ରନ୍‌ କରିଥିଲା। ଜବାବାରେ କୋଲକାତା ୧୯.୪ ଓଭରରେ ୪ ଓ୍ଵିକେଟ ହରାଇ ୧୮୩ ରନ୍‌ କରି ମ୍ୟାଚ୍‌ ବିଜୟୀ ହୋଇଥିଲା।

ସମ୍ବନ୍ଧିତ ଖବର