ଆଇପିଏଲ ୧୧: ୩୧ ରନ୍‌ରେ ମୁମ୍ବାଇକୁ ହରାଇଲା ହାଇଦ୍ରାବାଦ

ମୁମ୍ବାଇ: ସନ୍‌ରାଇଜର୍ସ ହାଇଦ୍ରାବାଦ ୩୧ ରନ୍‌ରେ ମଙ୍ଗଳବାର ମୁମ୍ବାଇକୁ ପରାସ୍ତ କରିଛି। ମୁମ୍ବାଇ ୧୮.୫ ଓଭରରେ ୮୭ ରନ୍‌ ସଂଗ୍ରହ କରି ସମସ୍ତ ଓ୍ଵିକେଟ୍‌ ହରାଇଛି। ସୂର୍ଯ୍ୟ କୁମାର ଯାଦବଙ୍କ ୩୪ ରନ୍‌ ଓ କୃଣାଳ ପାଣ୍ଡ୍ୟାଙ୍କ ୨୪ ରନ୍‌ ବ୍ୟତୀତ ଅନ୍ୟ ଖେଳାଳିମାନେ ବିଫଳ ହୋଇଥିଲେ। ସିଦ୍ଧାର୍ଥ କାଉଲ ୪ ଓଭର ବୋଲିଂ କରି ୨୩ ରନ୍‌ ଦେଇ ହାଇଦ୍ରାବାଦ୍‌ର ୩ଟି ଓ୍ଵିକେଟ୍‌ ନେଇଥିଲେ।

ଦ୍ୱିତୀୟ ଇନିଂସରେ ୧୧୯ ରନ୍‌ ବିଜୟ ଲକ୍ଷ୍ୟ ନେଇ ମୁମ୍ବାଇ ଇଣ୍ଡିଆନସ୍‌ ୧୨ ରନ୍‌ରେ ଇଭିନ ଲୁଇସକୁ ହରାଇଥିଲା। ୧୭ ରନ୍‌ରେ ୨ୟ ଓ୍ଵିକେଟ୍‌, ୨୧ ରନ୍‌ରେ ୩ୟ ଓ୍ଵିକେଟ୍‌, ୬୧ ରନ୍‌ରେ ୪ର୍ଥ ଓ୍ଵିକେଟ୍‌, ୭୩ ରନ୍‌ରେ ୫ମ ଓ୍ଵିକେଟ୍‌, ୭୭ ରନ୍‌ରେ ୬ଷ୍ଠ ଓ୍ଵିକେଟ୍‌, ୭୮ ରନ୍‌ରେ ୭ମ ଓ୍ଵିକେଟ୍‌, ୮୦ ରନ୍‌ରେ ୮ମ ଓ୍ଵିକେଟ୍‌ ଓ ୮୧ ରନ୍‌ରେ ୯ମ ଓ୍ଵିକେଟ୍‌ ପଡ଼ିଥିଲା।

ପ୍ରଥମ ଇନିଂସରେ ସନରାଇଜର୍ସ ହାଇଦ୍ରାବାଦ ୧୮.୪ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୧୧୮ ରନ୍‌ କରିଥିଲା। ମୁମ୍ବାଇର ଓ୍ଵାଙ୍ଖେଡେ ଷ୍ଟାଡିୟମରେ ମଙ୍ଗଳବାର ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ବ୍ୟାଟିଂ କରିଥିଲା। ମୁମ୍ବାଇକୁ ୧୧୯ ରନ୍‌ ବିଜୟ ଲକ୍ଷ୍ୟ ମିଳିଛି। ରସିଦ ଖାଁ(୬)ଙ୍କୁ ଯସପ୍ରୀତ ବୁମରା ଆଉଟ କରିଥିଲେ।

ଈଶାନ କିଷାନ ଓ୍ଵିକେଟ ପଛରେ ଗୁରୁତ୍ୱପୂର୍ଣ୍ଣ କାମ କରିଥିଲେ। ୧୦୦ ରନ୍‌ ସ୍କୋର ଥିବା ବେଳେ ହାଇଦ୍ରାବାଦ୍‌ ନିଜର ୭ମ ଓ୍ଵିକେଟ୍‌ ହରାଇଥିଲା। ମହମ୍ମଦ ସାମି(୧୪) ମୟଙ୍କ ମାର୍କଣ୍ଡେୟଙ୍କ ଲେଗ୍‌ ସ୍ପିନ୍‌ରେ ଫସି ଯାଇଥିଲେ ଓ ବୋଲ୍ଡ ହୋଇ ପାଭଲିଅନ ଫେରି ଯାଇଥିଲେ। ହାଇଦ୍ରାବାଦ ୮୫ ରନ୍‌ରେ ୬ଷ୍ଠ ଓ୍ଵିକେଟ୍‌ ହରାଇଥିଲା। କେନ୍‌ ଓ୍ଵିଲିୟମସନ୍‌ (୨୯) ଅଧିନାୟକ ଖେଳିବା ଭଳି ସ୍କୋର କରିପାରି ନଥିଲେ। ତାଙ୍କୁ ହାର୍ଦ୍ଦିକ ପାଣ୍ଡ୍ୟା ପାଭଲିଅନ୍‌ ଫେରାଇଥିଲେ। ଈଷାନ କିଷାନ ଆଉ ଏକ କ୍ୟାଚ୍‌ ନେଇଥିଲେ। ସ୍କୋର ୬୩ ରନ୍‌ ବେଳକୁ ହାଇଦ୍ରାବାଦ୍‌ର ଅଧ ଟିମ୍‌ ଫେରି ଆସିଥିଲେ।

ସମ୍ବନ୍ଧିତ ଖବର