ଆଇପିଏଲ୍‌ ଖେଳିବା ଲକ୍ଷ୍ୟ: ସୂର୍ଯ୍ୟକାନ୍ତ

ଗୋଆ ବିପକ୍ଷ ରଣଜୀ ମୁକାବିଲାରେ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହ ଓଡ଼ିଶା ବିଜୟର ପ୍ରମୁଖ ଭୂମିକା ନେଇଥିବା ସୂର୍ଯ୍ୟକାନ୍ତ ପ୍ରଧାନ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଏବେ ଆଇପିଲଏଲ୍‌ ଖେଳିବା ତାଙ୍କର ମୁଖ୍ୟ ଲକ୍ଷ୍ୟ ବୋଲି କହିଛନ୍ତି। ଶେଷ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ ସହ ନୂଆ ବର୍ଷର ପ୍ରଥମ ମ୍ୟାଚ୍‌‌େର ଶ୍ରେ‌ଷ୍ଠ ଖେଳାଳି ପୁରସ୍କାର ପାଇବା ଖୁସିର କଥା। ପୂର୍ବରୁ କେବଳ ବୋଲିଂ ଉପରେ ନଜର ଦେଉଥିଲି। ବ୍ୟାଟିଂରେ କିଛି କଲେ ଦଳକୁ ଫାଇଦା ମିଳିପାରିବ। ଏଥିପାଇଁ ବ୍ୟାଟିଂ ଉପରେ ଧ୍ୟାନ ଦେଇଥିଲି ଏବଂ ସଫଳ ‌ମଧ୍ୟ ହୋଇଛି। ମୋର ଏହି କିଛିଟା ରନ୍‌ ଦଳକୁ ସହଯୋଗ କରୁଛି। ଆଗକୁ ଟ୍ବେଣ୍ଟି-୨୦ ରହିଛି। ସେଥିରେ ଭଲ କରିବାକୁ ଚେଷ୍ଟା କରିବି ବୋଲି କହିଛନ୍ତି ସୂର୍ଯ୍ୟକାନ୍ତ।

ସମ୍ବନ୍ଧିତ ଖବର