ଆଇପିଏଲ୍‌ ୧୧: ରାହୁଲଙ୍କ ବିସ୍ଫୋରକ ବ୍ୟାଟିଂ, ରାଜସ୍ଥାନ ରୟାଲସ୍‌କୁ ୬ ଓ୍ଵିକେଟ୍‌ରେ ହରାଇଲା କିଙ୍ଗସ୍‌ ଏକାଦଶ ପଞ୍ଜାବ

ଇନ୍ଦୋର: ଲୋକେଶ ରାହୁଲ(୮୪ ରନ୍‌, ୫୪ ବଲ୍‌, ୭ ଚୌକା ଓ ୩ ଛକା)ଙ୍କ ଅପରାଜିତ ବିସ୍ଫୋରକ ବେଟିଂ ବଳରେ ରାଜସ୍ଥାନ ରୟାଲସ୍‌କୁ ରବିବାର ୬ ଓ୍ଵିକେଟ୍‌ରେ କିଙ୍ଗସ୍‌ ଏକାଦଶ ପଞ୍ଜାବ ହରାଇଛି। ଓପନର ଲୋକେଶ ରାହୁଲଙ୍କ ବେଟିଂ ବଳରେ ପଞ୍ଜାବ ଇଣ୍ଡିଆନ୍‌ ପ୍ରିମିୟର ଲିଗ-୧୧ର ୩୮ତମ ମ୍ୟାଚ୍‌ରେ ବିଜୟୀ ହୋଇ ପାରିଛି। ୧୫୩ ରନ୍‌ ବିଜୟ ଲକ୍ଷ୍ୟ ନେଇ ପଞ୍ଜାବ ୧୮.୪ ଓଭରରେ ୪ ଓ୍ଵକେଟ ହରାଇ ୧୫୫ ରନ୍‌ ସଂଗ୍ରହ କରିଛି। କରୁଣ ନାୟାର ୩୧ ଓ ମାର୍କ ଷ୍ଟୋନିସ ୨୩ ରନ୍‌ ସଂଗ୍ରହ କରିଥିଲେ।

କିଙ୍ଗସ୍‌ ଏକାଦଶ ପଞ୍ଜାବ ଆଗରେ ରାଜସ୍ଥାନ ୧୫୩ ରନ୍‌ ଟାର୍ଗେଟ ରଖିଥିଲା ରାଜସ୍ଥାନ ରୟାଲସ୍‌। ଓ୍ଵିକେଟ୍‌କିପର ଜୋସ୍‌ ବଟଲର୍‌(୫୧ ରନ୍‌, ୩୯ ବଲ, ୭ଟି ଚୌକା) ବଳରେ ରାଜସ୍ଥାନ ୨୦ ଓଭରରେ ୯ଟି ଓ୍ଵକେଟ୍‌ ହରାଇ ୧୫୨ ରନ୍‌ ସଂଗ୍ରହ କରିଥିଲା। ପଞ୍ଜାବ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେବା ପରେ ରାଜସ୍ଥାନ ବେଟିଂ କରିଥିଲା।

ରାଜସ୍ଥାନ ମାତ୍ର ୩ ରନ୍‌ରେ ସ୍କର୍ଟଙ୍କ ହରାଇଥିଲା। ୩୫ ରନ୍‌ରେ ଆଜିଙ୍କ୍ୟ ରାହାଣେ , ୮୪ ରନ୍‌ରେ ସଞ୍ଜୁ ସାମସନ୍‌(୨୮ ରନ୍‌), ୧୦୦ ରନ୍‌ରେ ବେନ୍‌ ଷ୍ଟୋକ୍‌, ୧୦୬ ରନ୍‌ରେ ଯୋସ ବଟଲର୍‌, ୧୦୬ ରନ୍‌ରେ ଜୋଫର ଆର୍ଚ୍ଚର, ୧୧୪ ରନ୍‌ରେ କ୍ରିଷ୍ଣପା ଗୌତମ, ୧୨୯ ରନ୍‌ରେ ରାହୁଲ ତ୍ରିପାଠୀ ଓ ୧୫୨ ରନ୍‌ରେ ଶ୍ରେୟସ ଗୋପାଳ(୨୪ ରନ୍‌) ଆଉଟ ହୋଇଥିଲେ। ପଞ୍ଜାବର ମୁଜିବ ଉର୍‌ ରହମାନ ୩ଟି ଓ୍ଵିକେଟ୍‌ ନେଇଥିଲେ। ଆଣ୍ଡ୍ର ଟେଙ୍କୁ ୨ଟି ଓ୍ଵିକେଟ୍‌ ମିଳିଥିଲା। ରବିଚନ୍ଦ୍ରନ ଅଶ୍ୱିନ, ଅଙ୍କିତ ରାଜପୁତ ଓ ଅକ୍ଷର ପଟେଲ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ।

ସମ୍ବନ୍ଧିତ ଖବର