ରନର ପାହାଡ଼ ଛିଡା କଲା କୋଲକତା, ପଞ୍ଜାବ ଆଗରେ ୨୪୬ରନର ଲକ୍ଷ୍ୟ

ଇନ୍ଦୋର : ସ୍ଥାନୀୟ ହୋଲକାର କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୧୮ର ୪୪ ତମ ମ୍ୟାଚରେ  କୋଲକତା ନାଇଟ ରାଇଡର୍ସ  ରନ ବର୍ଷା କରିଛି । ଦଳ ପକ୍ଷରୁ ସୁନୀଲ ନାରିନ ଓ ଦିନେଶ କାର୍ତ୍ତିକଙ୍କ ଲଢୁଆ ବ୍ୟାଟିଂ ଓ ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ଉପଯୋଗୀ ଯୋଗଦାନ ଫଳରେ ୬ ଓ୍ଵିକେଟ ହରାଇ ୨୪୫ ରନ ସଂଗ୍ରହ କରିଛି । ଏହା ହେଉଛି ଆଇପିଏଲ ଇତିହାସରେ ୨ୟ ସର୍ବାଧିକ ସ୍କୋର । ଏହା ଫଳରେ କିଙ୍ଗସ ଏକାଦଶ ପଞ୍ଜାବ  ଆଗରେ ୨୪୬ ରନର ବିଶାଳ ଲକ୍ଷ୍ୟ ରଖିଛି କୋଲକତା ।

ସୁନୀଲ ନାରିନ ମାତ୍ର ୩୬ ବଲ ଖେଳି ୭୫ ରନ ସଂଗ୍ରହ କରିଥିବାବେଳେ ଦିନେଶ କାର୍ତ୍ତିକ ୨୩ ବଲରୁ ୫୦ ରନ ସଂଗ୍ରହ କରିଛନ୍ତି । ସେହିପରି ଓପନର କ୍ରିସ ଲିନ ୧୭ ବଲରେ ୨୭ ରନ ସଂଗ୍ରହ କରିଥିଲେ ।  ପଂଜାବ ତରଫରୁ ଆଣ୍ଡ୍ରୁ ଟାଇ ୪୧ ରନ ଦେଇ ୪ଟି ଓ୍ଵିକେଟ ନେଇଥିଲେ ।

ପଂଜାବର ଅଧିନାୟକ ଆର. ଅଶ୍ୱୀନ ଟସ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ପଂଜାବ ଏପର୍ଯ୍ୟନ୍ତ ୧୦ଟି ମ୍ୟାଚ ଖେଳି ୬ ପରାଜୟ ଓ ୪ ବିଜୟ ସହ ୧୨ ପଏଣ୍ଟ ପାଇଥିବାବେଳେ କୋଲକତା ୧୧ଟି ମ୍ୟାଚରୁ ୫ ବିଜୟ ଓ ୬ ପରାଜୟ ସହ ୧୦ ପଏଣ୍ଟ ପାଇଛି ।

 

 

ସମ୍ବନ୍ଧିତ ଖବର