ଆଇପିଏଲ୍‌ ୧୧: ଘରୋଇ ମାଟିରେ ଦିଲ୍ଲୀ ବିରୋଧରେ କୋଲକାତା ୭୧ ରନ୍‌ରେ ବିଜୟୀ

0 94

କୋଲକାତା: ଦ୍ୱିତୀୟ ଇନିଂସରେ ୨୦୧ ରନ୍‌ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଦିଲ୍ଲୀ ଡେୟାରଡେଭିଲସ୍‌ ୧୪.୨ ଓଭରରେ ସମସ୍ତ ୧୦ଟି ଓ୍ଵିକେଟ୍‌ ହରାଇ ୧୨୯ ରନ୍‌ ସଂଗ୍ରହ କରିଛି। ଫଳରେ ଦିଲ୍ଲୀ ୭୧ ରନ୍‌ରେ ପରାଜିତ ହୋଇଛି। ମାତ୍ର ୪ ରନ୍‌ରେ ପ୍ରଥମ ଓ୍ଵିକେଟ୍‌ ହରାଇଥିଲା ଦିଲ୍ଲୀ। ୧୩ ରନ୍‌ରେ ୨ୟ ଓ୍ଵିକେଟ୍‌, ୨୪ ରନ୍‌ରେ ୩ୟ ଓ୍ଵିକେଟ୍‌, ୮୬ ରନ୍‌ରେ ୪ର୍ଥ ଓ୍ଵିକେଟ୍‌, ୯୭ ରନ୍‌ରେ ୫ମ ଓ୍ଵିକେଟ, ୧୧୩ ରନ୍‌ରେ ୬ଷ୍ଠ ଓ୍ଵକେଟ, ୧୧୬ ରନ୍‌ରେ ୭ମ ଓ୍ଵିକେଟ, ୧୧୭ ରନ୍‌ରେ ୮ମ ଓ୍ଵିକେଟ, ୧୨୮ ରନ୍‌ରେ ୯ମ ଓ ୧୨୯ ରନ୍‌ରେ ଶେଷ ଓ୍ଵିକେଟ୍‌ ହରାଇଥିଲା। ଋିଷଭ ପନ୍ଥ ଓ ଗ୍ଲେନ ମ୍ୟାକ୍ସେଓ୍ଵଲଙ୍କ ବ୍ୟତୀତ ଅନ୍ୟ ଖେଳାଳିମାନେ ବିଫଳ ବ୍ୟାଟି କରିଥିଲେ।

ପୂର୍ବରୁ ପ୍ରଥମ ଇନିଂସରେ ଆନ୍ଦ୍ରେ ରସେଲ ଓ ନୀତିଶ ରାଣାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ କୋଲକାତା ନାଇଟ ରାଇଡର୍ସ ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ଵିକେଟ୍‌ ହରାଇ ୨୦୦ ରନ୍‌ ସଂଗ୍ରହ କରିଥିଲା। ଫଳରେ ଦିଲ୍ଲୀକୁ ମ୍ୟାଚ୍‌ ବିଜୟ ପାଇଁ ୨୦୧ରନ୍‌ ଟାର୍ଗେଟ ମିଳିଥିଲା। ଇଣ୍ଡିଆନ୍‌ ପ୍ରିମିୟର ଲିଗର ୧୧ତମ ସଂସ୍କରଣର ଲିଗ୍‌ ମ୍ୟାଚ୍‌ରେ କୋଲକାତାର ଇଡେନ ଗାର୍ଡେନରେ ଟସ୍‌ ଦିଲ୍ଲୀ ଡେୟାରଡେଭିଲସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ କୋଲକାତା ବ୍ୟାଟିଂ କରିଥିଲା।

କ୍ରିସ୍‌ ଲିନ୍‌ ୩୧ ରନ୍‌, ରବିନ ଉଥ୍ଥାପା ୩୫ ରନ୍‌, ନୀତିଶ ରାଣା ୫୯, ଦିନେଶ କାର୍ତ୍ତିକ ୧୯, ଆନ୍ଦ୍ରେ ରସେଲ ୪୧ ରନ୍‌ ସଂଗ୍ରହ କରିଥିଲେ।

କୋଲକାତା ଆରମ୍ଭରୁ ଖରାପ ପ୍ରଦର୍ଶନ କରିଥିଲେ ମଧ୍ୟ ୨ୟ ଓ୍ଵିକେଟ୍‌ରେ ୬୨ ରନ୍‌ ସଂଗ୍ରହ କରିଥିଲା। ଦଳ ପ୍ରଥମ ଓ୍ଵିକେଟ୍‌ ୭ ରନ୍‌ରେ ସୁନୀଲ ନାରିନଙ୍କୁ ହରାଇଥିଲା। ୮୯ ରନ୍‌ରେ ଦିଲ୍ଲୀର ୩ୟ ଶିକାର ହୋଇଥିଲେ କ୍ରିସ୍‌ ଲିନ୍‌। ସେହିପରି ୧୧୭ ରନ୍‌ରେ ୪ର୍ଥ ଓ୍ଵିକେଟ୍‌ରେ ଦିନେଶ କାର୍ତ୍ତିକ, ୧୭୮ ରନ୍‌ରେ ୫ମ ଓ୍ଵିକେଟ୍‌ରେ ରସେଲ, ୧୯୩ ରନ୍‌ରେ ୬ଷ୍ଠ ଓ୍ଵିକେଟ୍‌ରେ ନୀତିଶ ରାଣା, ୨୦ ରନ୍‌ରେ ୭ମ ଓ୍ଵିକେଟ୍‌ରେ ସୁବ୍ରମନ ଗିଲ, ୮ମ ଓ୍ଵିକେଟ୍‌ରେ ପୀୟୁଷ ଚାଓ୍ଵଲା ଓ ୯ମ ଓ୍ଵିକେଟ୍‌ରେ ଟମ୍‌ କରନ୍‌ ଆଉଟ୍‌ ହୋଇଥିଲେ।

ଦିଲ୍ଲୀର ରାହୁଲ ତେଓ୍ଵାଟିଆ ୩ଟି ଓ୍ଵିକେଟ୍‌ ନେଇଥିବା ବେଳେ ଟ୍ରେଣ୍ଟ ବୋଲଟ୍‌ ଓ କ୍ରସି ମୋରିସ ୨-୨ଟି ଓ୍ଵିକେଟ୍‌ ନେଇଥିଲେ। ସେହିପରି ଶହବାଜ ନଦୀମ ଓ ମହମ୍ମଦ ସାମିଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ମିଳିଥିଲା।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

seventeen + three =