ଆଇପିଏଲ ୧୧: ରାଜସ୍ଥାନକୁ ୭ ଓ୍ଵିକେଟ୍‌ରେ ପରାସ୍ତ କଲା କୋଲକାତା ନାଇଟ୍‌ ରାଇଡର୍ସ

ଜୟପୁର: ଉଭୟ ବୋଲିଂ ଓ ବ୍ୟାଟି କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଥିବା କୋଲକାତା ନାଇଟ ରାଇଡର୍ସ ବୁଧବାର ରାଜସ୍ଥାନ ରୟାଲସ୍‌କୁ ୭ ଓ୍ଵିକେଟ୍‌ରେ ପରାସ୍ତ କରିଛି। ୧୬୧ ରନ୍‌ ବିଜୟ ଲକ୍ଷ୍ୟ ନେଇ ୨ୟ ଇନିଂସରେ ବ୍ୟାଟିଂ କରିଥିବା କୋଲକାତା ୧୮.୫ ଓଭରରେ ୩ଟି ଓ୍ଵିକେଟ୍‌ ହରାଇ ୧୬୩ ରନ୍‌ ସଂଗ୍ରହ କରିଛି।

ସୁନୀଲ ନାରିନ ୩୫ ରନ୍‌, କ୍ରିସ ଲିନ୍‌ ୦, ରବିନ ଉଥାପା ୪୮ ରନ୍‌, ନୀତିଶ ରାଣା ଅପରାଜିତ ୩୫ ରନ୍‌ ଓ ଅଧିନାୟକ ଦିନେଶ କାର୍ତ୍ତିକ ଅପରାଜିତ ୪୨ ରନ୍‌ ସଂଗ୍ରହ କରିଥିଲେ। ରାଜସ୍ଥାନ ପକ୍ଷରୁ କୃଷ୍ଣପା ଗୌତମ କେବଳ ୨ଟି ଓ୍ଵିକେଟ୍‌ ନେଇଥିଲେ।

ପ୍ରଥମ ଇନିଂସରେ ରାଜସ୍ଥାନ ରୟାଲସ୍‌ ନିର୍ଦ୍ଧାରିତ ୨୦ ଓଭରରେ ୮ଟି ଓ୍ଵିକେଟ୍‌ ହରାଇ ୧୬୦ ରନ୍‌ ସଂଗ୍ରହ କରିଥିଲା। ଫଳରେ କୋଲକାତା ନାଇଟ୍‌ ରାଇଡର୍ସକୁ ବିଜୟ ପାଇଁ ୧୬୧ ରନ୍‌ ଟାର୍ଗେଟ ମିଳିଥିଲା। ଟସ୍‌ ଜିଣି କୋଲକାତା ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ରାଜସ୍ଥାନ ବ୍ୟାଟିଂ କରିଥିଲା। ସଓ୍ଵାଇ ମାନସିଂହ ଷ୍ଟାଡିୟମରେ ବୁଧବାର ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୧୫ତମ ମ୍ୟାଚ୍‌ରେ ଅଧିନାୟକ ଆଜିଙ୍କ୍ୟ ରାହାଣେ ୩୬ ରନ୍‌, ଡି ଆର୍ଚି ସର୍ଟ ୪୪ ରନ୍‌, ସଞ୍ଜୁ ସାମସନ୍‌ ୭ ରନ୍‌, ରାହୁଲ ତ୍ରିପାଠୀ ୧୫ ରନ୍‌, ବେନ୍‌ ଷ୍ଟୋକ୍‌ ୧୪ ରନ୍‌, ଯୋସ୍‌ ବଟଲର ଅପରାଜିତ ୨୪ ରନ୍‌ କ୍ରଷ୍ଣପା ଗୌତମ ୧୨ ରନ୍‌ ସଂଗ୍ରହ କରିଥିଲେ।

ରାଜସ୍ଥାନ ଇନିଂସ ଆରମ୍ଭରୁ ଭଲ ବ୍ୟାଟିଂ କରିଥିଲା। ଦଳ ୫୪ ରନ୍‌ରେ ପ୍ରଥମ ଓ୍ଵିକେଟ୍‌ ହରାଇଥିଲା। ୬୨ ରନ୍‌ରେ ୨ୟ ଓ୍ଵିକେଟ୍‌, ୯୮ ରନ୍‌ରେ ୩ୟ ଓ୍ଵିକେଟ୍‌, ୧୦୬ ରନ୍‌ରେ ୪ର୍ଥ ଓ୍ଵିକେଟ୍‌, ୧୨୨ ରନ୍‌ରେ ୫ମ ଓ୍ଵିକେଟ୍‌, ୧୪୧ ରନ୍‌ରେ ୬ଷ୍ଠ ଓ ୭ମ ଏବଂ ୧୬୦ ରନ୍‌ରେ ୮ମ ଓ୍ଵିକେଟ୍‌ ପଡ଼ିଥିଲା। କୋଲକାତା ପକ୍ଷରୁ ନୀତିଶ ରାଣା ଓ ଟମ୍‌ କୁରାନ ୨-୨ଟି ଓ୍ଵିକେଟ୍‌ ନେଇଥିଲେ। ସେହିଭଳି ପୀୟୁଷ ଚାଓ୍ଵଲା, କୁଳଦୀପ ଯାଦବ ଓ ଶିଭମ୍‌ ମାଭି ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ।

ସମ୍ବନ୍ଧିତ ଖବର