ଆଇପିଏଲ LIVE : ପଂଜାବ ଆଗରେ ୧୯୨ ରନର ଲକ୍ଷ୍ୟ ରଖିଲା କୋଲକତା

କୋଲକତା : ସ୍ଥାନୀୟ ଐତିହାସିକ ଇଡେନ ଗାଡେନ୍ସଠାରେ ଅନୁଷ୍ଠିତ ଆଇପିଏଲ ୨୦୧୮ର ଏକ ଲିଗ ମ୍ୟାଚରେ କୋଲକତା ନାଇଟ ରାଇଡର୍ସ କିଙ୍ଗସ ଇଲେଭେନ ପଂଜାବ ସମ୍ମୁଖରେ ୧୯୨ ରନର ଲକ୍ଷ୍ୟ ରଖିଛି । କିଙ୍ଗସ ଇଲେଭେନ ପଂଜାବ ପ୍ରଥମେ ଟସ ଜିଣି କୋଲକତା ନାଇଟ ରାଇଡର୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଇନିଙ୍ଗସ ଆରମ୍ଭରୁ କୋଲକତା ସୁନିଲ ନାରିନଙ୍କ ଓ୍ଵିକେଟ ହରାଇଥିଲା । କିନ୍ତୁ ଓପନର କ୍ରିସ ଲିନ ଓ ରବିନ ଉଥାପ୍ପା ସତର୍କତାର ସହ ଖେଳି ଦଳର ସ୍ଥିତି କୁ ମଝବୁତ କରିଥିଲେ । କ୍ରିସ ଲିନ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୪୧ ବଲରେ ୭୪ ରନ ସଂଗ୍ରହ କରିଥିବାବେଳେ ଉଥାପ୍ପା ୨୩ ବଲରେ ୩୪ ରନ ସଂଗ୍ରହ କରିଥିଲେ । ପରବର୍ତ୍ତି ସମୟରେ ଅଧିନାୟକ ଦିନେଶ କାର୍ତ୍ତିକ ଲଢୁଆ ବ୍ୟାଟିଂ କରି ୨୮ ବଲରେ ୪୩ ରନ ସଂଗ୍ରହ କରି ନିଜ ଦଳକୁ ଏକ ମଝବୁତ ସ୍ଥିତିକୁ ନେଇ ଯାଇଥିଲେ । ତେବେ କାର୍ତ୍ତିକ ଆଉଟ ହେବା ପରେ ଦଳ ଅଳ୍ପ ରନ ବ୍ୟବଧାନରେ ୨ଟି ଓ୍ଵିକେଟ ହରାଇଥିଲା । ପଂଜାବ ପକ୍ଷରୁ ବରିନ୍ଦର ସ୍ରାନ ଓ ଆଣ୍ଡ୍ରୁ ଟାଇ ୨ ଲେଖାଏଁ ଓ୍ଵିକେଟ ସଂଗ୍ରହ କରିଥିଲେ । ସେହିପରି ମୁଜିବୁର ରେହମାନ ଓ ରବିଚନ୍ଦ୍ରନ ଅଶ୍ୱୀନ ଗୋଟିଏ ଲେଖାଏଁ ଓ୍ଵିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର