ଆଇପିଏଲ୍‌ ୧୨: ଟସ୍‌ ଜିଣି ପଂଜାବର ବୋଲିଂ ନିଷ୍ପତ୍ତି, କୋଲକାତା କରୁଛି ବ୍ୟାଟିଂ

କୋଲକାତା: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୨ତମ ସଂସ୍କରଣରେ ବୁଧବାର ନିଜର ଦ୍ୱିତୀୟ ମ୍ୟାଚରେ କୋଲକାତା ନାଇଟ୍‌ ରାଇଡର୍ସ ଏବଂ କିଙ୍ଗସ୍‌ ଇଲେଭେନ୍‌ ପଂଜାବ ମୁହାଁମୁହିଁ ହୋଇଛନ୍ତି। ଚଳିତ ଆଇପିଏଲ୍‌ର ୬ଷ୍ଠ ମ୍ୟାଚରେ ପଂଜାବ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ କୋଲକାତା ନାଇଟ୍‌ ରାଇଡର୍ସ ବ୍ୟାଟିଂ କରୁଛି।

ପଂଜାବର ଅଧିନାୟକ ରବିଚନ୍ଦ୍ରନ ଅଶ୍ୱିନ ମାଙ୍କଡିଂ ବିବାଦକୁ ପଛରେ ପକାଇ ଇଡେନ ଗାର୍ଡେନ ପଡ଼ିଆରେ ନିଜର ଳୟକୁ ଠିକ୍‌ ଭାବରେ ପରିଚାଳନା କରିବେ। କୋଲକାତା ଟିମ୍‌ରେ ଆନ୍ଦ୍ରେ ରସେଲ ଖେଳୁଥିବା ବେଳେ ପଂଜାବ ନିଟକରେ ଅଛନ୍ତି ରସେଲ ଏବଂ କ୍ରିସ ଗେଲ୍‌। ରସେଲ ପ୍ରଥମ ମ୍ୟାଚରେ ୪୭ ରନ କରିଥିବା ବେଳେ ଗେଲ୍‌ ୭୯ ରନ୍‌ ଦଳ ପାଇଁ ଯୋଡ଼ିଥିଲେ।

ଅତିଥି ଟିମ ସୋମବାର ଜୟପୁରସ୍ଥିତ ସଓ୍ଵାଇ ମାନସିଂହ ଷ୍ଟାଡିୟମରେ ନାଟକୀୟ ଢଙ୍ଗରେ ରାଜସ୍ଥାନ ରୋୟାଲସ୍‌ ବିପକ୍ଷରେ ୧୪ ରନ୍‌ରେ ଜିତିଥିଲା। ମ୍ୟାଚ୍‌ର ୧୩ତମ ଓଭର ରୋମାଞ୍ଚକର ଥିଲା। ଅଧିନାୟକ ବୋଲିଂ ନକରି ନନ୍‌ ଷ୍ଟ୍ରାଇକ୍‌ ଦିଗରେ ଛିଡ଼ା ହୋଇଥିବା ଜୋସ୍‌ ବଟ୍‌ଲର୍‌ଙ୍କୁ ରନ୍‌ ଆଉଟ୍‌ କରି ମାଙ୍କଡିଂ ବିବାବ ଘଟଣାର ପୁନରାବୃତ୍ତି କରିଥିଲେ। ଅଶ୍ୱିନ ଏହି ବିବାଦକୁ ଛାଡ଼ି କୋଲକାତା ବିପକ୍ଷରେ ବିଜୟକ୍ରମ ଜାରି ରଖିବାକୁ ଉଦ୍ୟମ କରିବେ। ଉଭୟ ଟିମ ନିଜର ପ୍ରଥମ ମ୍ୟାଚ୍‌ ଜିତି ଖୁସିରେ ଅଛନ୍ତି।

ସମ୍ବନ୍ଧିତ ଖବର