ଦକ୍ଷିଣ ଆଫ୍ରିକା ସ୍ଥାନାନ୍ତର ହୋଇପାରେ ଆଇପିଏଲ୍‌-୧୨

ମୁମ୍ବାଇ: ୨୦୧୯ର ସାଧାରଣ ନିର୍ବାଚନ ପାଇଁ ଆଇପିଏଲର ଦ୍ୱାଦଶ ସଂସ୍କରଣ ଭାରତରୁ ଦକ୍ଷିଣ ଆଫ୍ରିକା ସ୍ଥାନାନ୍ତର ହୋଇପାରେ। ଏହି ବିଷୟରେ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ। ତେବେ ଯଦି ଏପ୍ରିଲ-ମେ’ରେ ନିର୍ବାଚନ ହୁଏ, ତାହାଲେ ବିସିସିଆଇ ଏହାକୁ ସଂପୂର୍ଣ୍ଣ କିମ୍ବା ଆଶିଂକ ଭାବେ ବିଦେଶକୁ ସ୍ଥାନାନ୍ତର କରି ଦେଇପାରେ। ସଂପୂର୍ଣ୍ଣ ସ୍ଥାନାନ୍ତର ହେଲେ ଦକ୍ଷିଣ ଆଫ୍ରିକା ବିସିସିଆଇର ପ୍ରଥମ ପସନ୍ଦ ହେବ। ଆଶିଂକ ସ୍ଥାନାନ୍ତର ହେଲେ ବିସିସିଆଇ ୟୁଏଇକୁ ବାଛିପାରେ।

ସମ୍ବନ୍ଧିତ ଖବର