ଆଇପିଏଲ ୨୦୧୯ : ଘୋଷଣା ହେଲା ଲିଗ୍ ପର୍ଯ୍ୟାୟ ମ୍ୟାଚର କାର୍ଯ୍ୟସୂଚୀ; ଜାଣନ୍ତୁ କେବେ ଖେଳିବ ଆପଣଙ୍କ ପ୍ରିୟ ଟିମ୍

ମୁମ୍ବାଇ: ୨୩ରୁ ଆରମ୍ଭ ହେବ ଆଇପିଏଲ୍ ୨୦୧୯ । ତେବେ ଏହା ପୂର୍ବରୁ ଆଇପିଏଲ ଲିଗ୍ ପର୍ଯ୍ୟାୟର କାର୍ଯ୍ୟସୂଚୀ ଜାରି କରିଛି ବିସିସିଆଇ।  ଲିଗ୍ ପର୍ଯ୍ୟାୟର ସମସ୍ତ ମ୍ୟାଚ୍ ପାଇଁ ଘୋଷଣା ହୋଇଛି ତାରିଖ । ମାର୍ଚ୍ଚ ୨୩ରୁ ମେ’ ୫ ପର୍ଯ୍ୟନ୍ତ ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ଖେଳାଯିବ । ତେବେ କ୍ୱାଲିଫାୟର, ଏଲିମିନେଟର ଓ ଫାଇନାଲ ମ୍ୟାଚ୍ ପାଇଁ ତାରିଖ ଘୋଷଣା କରିନାହିଁ ବିସିସିଆଇ ।

ପ୍ରଥମ ମୁକାବିଲାରେ ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗସ ସହ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମୁହାଁମୁହିଁ ହେବେ । ଏହା ପୂର୍ବରୁ ୧୯ ଫେବ୍ରୁଆରିରେ ପ୍ରଥମ ଦଫାରେ ୧୭ଟି ମ୍ୟାଚ୍ ପାଇଁ କାର୍ଯ୍ୟସୂଚୀ ପ୍ରକାଶ କରାଯାଇଥିଲା । ତେବେ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ଲିଗ ପର୍ଯ୍ୟାୟର ସମସ୍ତ ମ୍ୟାଚ୍ ପାଇଁ ତାରିଖ ଘୋଷଣା କରିଛି ବିସିସିଆଇ ।

ଆଇପିଏଲ ମ୍ୟାଚ୍ କାର୍ଯ୍ୟସୂଚୀ ଅନୁଯାୟୀ, ଗୋଟିଏ ମ୍ୟାଚ୍ ଥିଲେ ରାତି ୮ଟାରେ ଖେଳ ଆରମ୍ଭ ହେବ ଏବଂ ଯେଉଁଦିନ ଦୁଇଟି ମ୍ୟାଚ୍ ରହିଥିବ ସେଦିନ ଅପରାହ୍ନ ୪ଟାରୁ ଖେଳ ଆରମ୍ଭ ହେବ।

ସମ୍ବନ୍ଧିତ ଖବର