ଆଇପିଏଲ୍‌-୧୨ ନିଲାମୀ : ୮.୪୦ କୋଟିରେ ଜୟଦେବ ଉନାଦକଟଙ୍କୁ କିଣିଲା ରାଜସ୍ଥାନ, ବିକ୍ରି ହୋଇ ନାହାନ୍ତି ଯୁବରାଜ ସିଂହ

ମହମ୍ମଦ ସାମିଙ୍କୁ ୪.୮୦ କୋଟି ଟଙ୍କାରେ କିଣିଲା ପଂଜାବ, ଈଶାନ୍ତଙ୍କୁ କିଣିଲା ଦିଲ୍ଲୀ କ୍ୟାପିଟାଲ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗର ଦ୍ୱାଦଶ ତମ ସଂସ୍କରଣ ପାଇଁ ଆଜି ଅପରାହ୍ନରୁ ଆରମ୍ଭ ହୋଇଯାଇଛି ନିଲାମୀ ପ୍ରକ୍ରିୟା । ଆଇପିଏଲ ୨୦୧୯ ପାଇଁ ନିଲାମୀ ସୂଚୀରେ ଅନେକ ନାମୀଦାମୀ କ୍ରିକେଟ୍ ତାରକାଙ୍କ ନାଁ ରହିଛି ।  ଚଳିତ ସିଜନ୍ ଲାଗି ରାଜସ୍ଥାନ ରୟାଲସ୍‌ ଜୟଦେବ ଉନାଦକଟଙ୍କୁ ୮.୪୦ କୋଟି ଟଙ୍କାରେ କିଣିଛି। ବର୍ଷ ୨୦୧୧ ବିଶ୍ୱ କପ୍‌ରେ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ଯୁବରାଜ ସିଂହଙ୍କୁ ଆଗାମୀ ଆଇପିଏଲ ପାଇଁ କୌଣସି ଟିମ୍‌ କିଣି ନାହାନ୍ତି। ଗତ ସଂସ୍କରଣରେ ଯୁବରାଜ ପଂଜାବ କିଙ୍ଗସ୍ ଇଲେଭେନ୍ ଟିମ୍‌ରୁ ଖେଳିଥିଲେ।

ଇଣ୍ଡିଆନ୍‌ ପ୍ରିମିୟର ଲିଗର ୧୨ତମ ସଂସ୍କରଣ ପାଇଁ ମଙ୍ଗଳବାର ଠାରୁ ନିଲାମ ଆରମ୍ଭ ହୋଇଯାଇଛି। ଏହି ନିଲାମ ରାଜସ୍ଥାନର ରାଜଧାନୀ ଜୟପୁରଠାରେ ଚାଲିଛି। ନିଲାମରେ ୩୪୬ କ୍ରିକେଟର ନିଲାମ ପ୍ରକ୍ରିୟାରେ ଭାଗ ନେଇଛି। ଏଥିରେ ୯ ଜଣ ଖେଳାଳିଙ୍କ ବେସ୍‌ ମୂଲ୍ୟ ୨ କୋଟି ଟଙ୍କା ରହିଛି । ଦ୍ରୁତ ବୋଲର ବରୁଣ ଆରୋନଙ୍କୁ ୨.୪୦ କୋଟି ଟଙ୍କାରେ ରାଜସ୍ଥାନ ରୟାଲସ୍‌ କିଣିଛି। ଅଷ୍ଟ୍ରେଲିଆ ବିରୋଧରେ ପର୍ଥ ଟେଷ୍ଟରେ ୬ ଓ୍ଵିକେଟ ନେଇଥିବା ମହମ୍ମଦ ସାମିଙ୍କୁ କିଙ୍ଗସ୍‌ ଇଲେଭେନ ପଂଜାବ ୪.୮୦ କୋଟି ଟଙ୍କାରେ କିଣିଛି। ସେହିପରି ଅଷ୍ଟ୍ରେଲିଆରେ ଭଲ ପ୍ରଦର୍ଶନ କରିଥିବା ଈଶାନ୍ତ ଶର୍ମାଙ୍କୁ ଦିଲ୍ଲୀ କ୍ୟାପିଟାଲ ୧ କୋଟି ୧୦ ଲକ୍ଷ ଟଙ୍କାରେ କିଣିଛି। ଶ୍ରୀଲଙ୍କାର ବୋଲର ଲାସିଥ ମାଲିଙ୍ଗାଙ୍କୁ ମୁମ୍ବାଇ ଇଣ୍ଡିଆନସ୍‌ ୨ କୋଟି ଟଙ୍କାରେ କିଣିଛି। ସେହିପରି ଇଂଲଣ୍ଡର ଅଲରାଉଣ୍ଡର ଜନି ବେୟାରଷ୍ଟୋଙ୍କୁ ୨.୨୦ କୋଟି ଟଙ୍କାରେ ସନରାଇଜର୍ସ ହାଇଦ୍ରାବାଦ କିଣିଛି।

କେଉଁ ଖେଳାଳି ବିିକ୍ରି ହେଲେ

-ଜୟଦେବ ଉନାଦକଟ, ରାଜସ୍ଥାନ ରୋୟାଲସ୍‌, ୮ କୋଟି ୪୦ ଲକ୍ଷ ଟଙ୍କା
-ଲାସିଥ ମାଲିଙ୍ଗା, ମୁମ୍ବାଇ ଇଣ୍ଡିଆନସ୍‌, ୨ କୋଟି ଟଙ୍କା
-ହନୁମା ବିହାରୀ, ଦିଲ୍ଲୀ କ୍ୟାପିଟାଲ, ୨ କୋଟି ଟଙ୍କା
-ଅକ୍ଷର ପଟେଲ, ଦିଲ୍ଲୀ କ୍ୟାପିଟାଲ, ୫ କୋଟି ଟଙ୍କା
-ଋଦ୍ଧିମାନ ଶାହ, ୧ କୋଟି ୨୦ ଲକ୍ଷ, ସନ୍‌ରାଇଜର୍ସ ହାଇଦ୍ରାବାଦ୍‌
-ଶିଭମ୍‌ ଦୁବେ, ୫ କୋଟି ଟଙ୍କା, ରୋୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

ବିକ୍ରି ହୋଇ ନଥିବା ଖେଳାଳି

କ) ଭାରତୀୟ କ୍ରିକେଟର

-ଯୁବରାଜ ସିଂହ
-ମନୋଜ ତିଓ୍ଵାରୀ
-ଚେତେଶ୍ୱର ପୂଜାରା

ଖ) ବିଦେଶୀ କ୍ରିକେଟର

-ଆଲେକ୍ସ ହେଲସ୍‌
-ବ୍ରେଣ୍ଡନ ମ୍ୟାକକୁଲମ
-ମାର୍ଟିନ ଗୁପଟିଲ୍‌
-କ୍ରିସ ଓ୍ଵକସ୍‌

ସମ୍ବନ୍ଧିତ ଖବର