ଆଇପିଏଲ ୧୧: କୋହଲିଙ୍କ ବିରାଟ ଉଦ୍ୟମ ବିଫଳ, ବେଙ୍ଗାଲୁରୁକୁ ୪୬ ରନ୍‌ରେ ହରାଇଲା ମୁମ୍ବାଇ

0 254

ମୁମ୍ବାଇ: ରୋୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଅଧିନାୟକ ବିରାଟ କୋହଲି(ଅପରାଜିତ ୯୨ ରନ୍‌, ୬୦ ବଲ୍‌, ୭ ଚୌପା, ୪ ଛକା)ଙ୍କ ବିସ୍ଫୋରକ ବ୍ୟାଟିଂ ପାଣିର ଗାର ହୋଇଛି। ବିରାଟଙ୍କ ବ୍ୟତୀତ ଅନ୍ୟ ଖେଳାଳିମାନେ ଅଧିକ ସମୟ ପର୍ଯ୍ୟନ୍ତ ତିଷ୍ଠି ପାରି ନଥିଲେ। ୨୧୪ ରନ୍‌ ବିଜୟ ଲକ୍ଷ୍ୟ ନେଇ ବେଙ୍ଗାଲୁରୁ ନିର୍ଦ୍ଧାରିତ ୨୦ ଓଭରରରେ ୮ଟି ଓ୍ଵିକେଟ୍‌ ହରାଇ ୧୬୭ ରନ୍‌ ସଂଗ୍ରହ କରିଛି। ଫଳରେ ୪୬ ରନ୍‌ରେ ପରାସ୍ତ ହୋଇଛି।

କ୍ୱିଣ୍ଟନ ଡି କକ୍‌ ୧୯ ରନ୍‌, ଏବି ଡିଭିଲିୟର୍ସ ୧ ରନ୍‌, ମନ୍ଦୀପ ସିଂହ ୧୬ ରନ୍‌, କୋରି ଆଣ୍ଡରସନ ୦ ରନ୍‌, ଓ୍ଵାସିଙ୍ଗଟନ୍‌ ସୁନ୍ଦର ୭, ସରଫରାଜ ଖାଁ ୫, କ୍ରିସ ଓ୍ଵକସ୍‌ ୧୧ ରନ୍‌, ଉମେଶ ଯାଦବ ୧ ରନ୍‌ ସଂଗ୍ରହ କରିଥିଲେ।

ବେଙ୍ଗାଲୁରୁ ୪୦ ରନ୍‌ରେ ପ୍ରଥମ ଓ୍ଵିକେଟ୍‌, ୪୨ ରନ୍‌ରେ ୨ୟ ଓ୍ଵିକେଟ୍‌, ୭୫ ରନ୍‌ରେ ୩ୟ ଓ ୪ର୍ଥ ଓ୍ଵିକେଟ୍‌, ୮୬ ରନ୍‌ରେ ୫ମ ଓ୍ଵିକେଟ୍‌, ୧୦୩ ରନ୍‌ରେ ୬ଷ୍ଠ ଓ୍ଵିକେଟ୍‌, ୧୩୫ ରନ୍‌ରେ ୭ମ ଓ୍ଵିକେଟ ଓ ୧୩୭ ରନ୍‌ରେ ୮ମ ଓ୍ଵିକେଟ୍‌ ପଡ଼ିଥିଲା।

ପ୍ରଥମ ଇନିଂସରେ ଅଧିନାୟକ ରୋହିତ ଶର୍ମା(୯୪ ରନ୍‌, ୫୨ ବଲ, ୧୦ ଚୌକା, ୫ଛକା) ଓ ଇଭିନ ଲୁଇସ(୬୫ ରନ୍‌, ୪୨ ବଲ, ୬ ଚୌକା, ୫ ଛକା)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନସ୍‌ ୨୧୩ ରନ୍‌ ସଂଗ୍ରହ କରିଥିଲା। ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୧ତମ ସଂସ୍କରଣର ମଙ୍ଗଳବାର ମ୍ୟାଚ୍‌ରେ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ମୁମ୍ବାଇ ବ୍ୟାଟିଂ କରିଥିଲା। ନିର୍ଦ୍ଧାରିତ ୨୦ ଓଭରରେ ୬ଟି ଓ୍ଵିକେଟ୍‌ ହରାଇ ୨୧୩ ରନ୍‌ ସଂଗ୍ରହ କରିବା ପରେ ବେଙ୍ଗାଲୁରୁକୁ ୨୧୪ ରନ୍‌ ବିଜୟ ଲକ୍ଷ୍ୟ ମିଳିଥିଲା।

ଓ୍ଵାଙ୍ଖେଡେ ଷ୍ଟାଡିୟମରେ ବିନା କୌଣସି ରନ୍‌ରେ ମୁମ୍ବାଇ ଓପନର ସୂର୍ଯ୍ୟକାନ୍ତ ଯାଦବ ଓ ଈଶାନ କିଷାନଙ୍କୁ ହରାଇବା ପରେ ଧୈର୍ଯ୍ୟତାର ସହିତ ଲୁଇସ ଓ ରୋହିତ ବ୍ୟାଟିଂ କରିଥିଲେ।

ମୁମ୍ବାଇ ୩ୟ ଓ୍ଵିକେଟରେ ୧୦୮ ରନ୍‌ ସଂଗ୍ରହ କରିବା ପରେ ଲୁଇସଙ୍କୁ ହରାଇ ଥିଲା। ବେଙ୍ଗାଲୁରୁର ୪ର୍ଥ ଶିକାର ହୋଇଥିଲେ କୃଣାଳ ପାଣ୍ଡ୍ୟା। ସେତେବେଳକୁ ଦଳର ସ୍କୋର ୧୪୮ ରନ୍‌ ଥିଲା। ୧୭୮ ରନ୍‌ରେ ମୁମ୍ବାଇ କିରଣ ପୋଲର୍ଡଙ୍କୁ ହରାଇଥିଲା। ୨୦୭ ରନ୍‌ରେ ରୋହିତ ଶର୍ମା ଆଉଟ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.