ଆଇପିଏଲ୍‌: ଟସ ଜିଣି ମୁମ୍ବାଇର ବୋଲିଂ ନିଷ୍ପତ୍ତି, ବେଙ୍ଗାଲୁରୁ କରୁଛି ବ୍ୟାଟିଂ

ମୁମ୍ବାଇ: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ମୁମ୍ବାଇ ଇଣ୍ଡିଆନସ ମଧ୍ୟରେ ସୋମବାର ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ୩୧ତମ ମୁକାବିଲା ହେଉଛି। ସ୍ଥାନୀୟ ଓ୍ଵାଙ୍ଖେଡେ ଷ୍ଟାଡିୟମ୍‌ରେ ଟସ୍‌ ଜିଣି ମୁମ୍ବାଇ ବୋଲିଂ ନିଷ୍ପତ୍ତି ନେବା ପରେ ବେଙ୍ଗାଲୁରୁ ବ୍ୟାଟିଂ କରୁଛି।

ମୁମ୍ବାଇ ଚଳିତ ଆଇପିଏଲ୍‌ରେ ୭ଟି ମ୍ୟାଚ ଖେଳିଥିବା ବେଳେ ୪ଟିରେ ବିଜୟ ହାସଲ କରିଛି। ଅଙ୍କ ତାଲିକାରେ ଏବେ ୮ ପଏଣ୍ଟ ହାସଲ କରି ୪ର୍ଥ ସ୍ଥାନରେ ରହିଛି। ଅପରପକ୍ଷେ ରୟାଲ ଚ୍ୟାଲେଞ୍ଜସ ବେଙ୍ଗାଲୁରୁ ଅଙ୍କ ତାଲିକାର ନିମ୍ନରେ ଅଛି। ବେଙ୍ଗାଲୁର ୭ଟି ମ୍ୟାଚ ଖେଳିଥିବା ବେଳେ କେବଳ ଗୋଟିଏ ମ୍ୟାଚ ଜିତି ୨ ପଏଣ୍ଟ ପାଇଛି।

ଗତ ମାର୍ଚ୍ଚ ୨୮ରେ ଉଭୟ ମୁମ୍ବାଇ ଓ ବେଙ୍ଗାଲୁରୁ ମଧ୍ୟରେ ଏକ ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚର ପ୍ରଥମ ଇନିଂସରେ ମୁମ୍ବାଇ ବ୍ୟାଟିଂ କରି ୧୮୭ ରନ କରିବା ପରେ ବେଙ୍ଗାଲୁରୁକୁ ୧୮୮ ରନ ଟାର୍ଗେଟ ମିଳିଥିଲା। ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ବେଙ୍ଗାଲୁରୁ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ଵିକେଟ ହରାଇ ୧୮୧ ରନ କରିଥିଲା। ଫଳରେ ଏହି ମ୍ୟାଚକୁ ମୁମ୍ବାଇ ୬ ରନରେ ଜିତିଥିଲା।

ସମ୍ବନ୍ଧିତ ଖବର