ଶେଷ ଆଇପିଏଲ୍‌ ଖେଳୁଥିବା ପାଞ୍ଚ ଜଣ ଭାରତୀୟ ଖେଳାଳି କିଏ? ଜାଣନ୍ତୁ

ଗତ ଏପ୍ରିଲ ୪ରୁ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୧୧ ତମ ସଂସ୍କରଣ ପ୍ରଗତି ପଥରେ ଆଗେଇ ଚାଲିଛି। ଆଗାମୀ ମେ ମାସ ୨୩ ପର୍ଯ୍ୟନ୍ତ ଏହା ଚାଲିବ। ଏହାରି ଭିତରେ ଆଇପିଏଲ୍‌ ୧୧ ଅନେକ ସ୍ମ୍‌ୃତି ସାଉଁଟିବ। ଏଥିରେ କ୍ରିକେଟର ୟୁସୁଫ ପଠାନ, ହରଭଜନ ସିଂହ, ଯୁବରାଜ ସିଂହ, ଗୌତମ ଗମ୍ଭୀର ସ୍ମରଣୀୟ ହୋଇ ରହିଯିବେ। ଅର୍ଥାତ ଏମାନଙ୍କୁ ଆଗାମୀ ଆଇପିଏଲରେ ଦେଖିବାକୁ ମିଳିବ ନାହିଁ।

ୟୁସୁଫ୍‌ ପଠାନ୍‌

ବର୍ଷ ୨୦୧୯ରେ ୩୫ ବର୍ଷରେ ପାଦ ଥାପିବାକୁ ଯାଉଥିବା କୋଲକାତା ନାଇଟ୍‌ ରାଇଡର୍ସର ଅଲରାଉଣ୍ଡର ତଥା ଅଫ୍‌ ସ୍ପନିର, ମଧ୍ୟକ୍ରମର ବ୍ୟାଟ୍ସମ୍ୟାନ୍‌ ଏବଂ ବିଶ୍ୱ କପ୍‌ ବିଜେତା ଦଳର ଅନ୍ୟତମ ସଦସ୍ୟ ୟୁସୁଫ୍‌ ପଠାନ୍‌ଙ୍କୁ ୨୦୧୯ ଆଇପିଏଲ୍‌ ମ୍ୟାଚରେ ଦେଖିବାକୁ ମିଳିବନି। ତାଙ୍କ ଭାଇ ଇର୍ଫାନ୍‌ ପଠାନ୍‌ ଅବସର ନେଇସାରିଛନ୍ତି। ବର୍ତ୍ତମାନ ୟୁସୁଫ୍‌ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ଦଳରେ ଖେଳୁଛନ୍ତି।

ହରଭଜନ ସିଂହ

ୟୁସୁଫ୍‌ ପଠାନ୍‌ ପରି ହରଭଜନ୍‌ ସିଂହ ଆଗପରି ଛକା ଚୌକା ମାରିପାରୁ ନଥିବାରୁ କିମ୍ବା ଉଇକେଟ୍‌ ନେଇପାରୁନଥିବାରୁ ମୁମ୍ବାଇ ଏକାଦଶରୁ ସେ ବାହାରି ଚେନ୍ନାଇ ସୁପର କିଙ୍ଗସ୍‌ରେ ଖେଳୁଛନ୍ତି। ମୁମ୍ବାଇ ତରଫରୁ ସେ ୨୦୦୮ରୁ ୨୦୧୭ ପଯ୍ୟର୍ନ୍ତ ଖେଳୁଥିଲେ। ତାଙ୍କର ଆଗପରି ମାପଚୁପ ବୋଲିଙ୍ଗ ହୋଇପାରୁ ନାହିଁ। ୩୭ ବର୍ଷ ବୟସ୍କ ଭଜିଙ୍କୁ ଆଗାମୀ ବର୍ଷରେ ଦେଖିବାକୁ ମିଳିବ ନାହିଁ।

ଯୁବରାଜ ସିଂ

ଏକଦା ଭାରତୀୟ କ୍ରିକେଟ ଜଗତରେ ହିରୋ ସାଜିଥିବା ଅଲରାଉଣ୍ଡର ତଥା ବାମହାତି ବ୍ୟାଟ୍ସମ୍ୟାନ ଯୁବରାଜ ସିଂହ ଦୀର୍ଘ ସମୟଧରି ଖେଳି ପାରୁନାହାନ୍ତି। ଅପରେସନ୍‌ ପରଠାରୁ ସେ ଆକ୍ରମଣାତ୍ମକ ସଟ୍‌ ଖେଳି ପାରୁନାହାନ୍ତି। ବର୍ତ୍ତମାନ ସେ କିଙ୍ଗସ୍‌ ଏକାଦଶ ପଞ୍ଜାବରେ ଖେଳୁଛନ୍ତି। ସେ ବେଙ୍ଗାଲୁରୁ ଓ ମୁମ୍ବାଇ ଦଳରେ ମଧ୍ୟ ସାମିଲ ଥିଲେ। ୩୬ ବର୍ଷ ବୟସ୍କ ଯୁବରାଜ ୪ ଟି ମ୍ୟାଚ୍‌ ଖେଳି ମାତ୍ର ୪୬ ରନ୍‌ ସଂଗ୍ରହ କରିଛନ୍ତି।

ଗୌତମ ଗମ୍ଭୀର

ଅତୀତରେ କୋଲକାତା ନାଇଟ୍‌ ରାଇଡର୍ସ ଦଳରେ କଧିନାୟକ ଦାୟିତ୍ୱ ତୁଲାଇତିବା ବହୁବର୍ଷ ତୁଲାଇଥିବା ଗୌତମ ଗମ୍ଭୀର ଭଲ ଓପନିଙ୍ଗ କରିପାରୁ ନାହାନ୍ତି। ଦିଲ୍ଲୀ ଡେୟାରଡେଭିସ୍‌ରୁ ସେ ଅଧିନାୟକ ଭାବରେ ଓହରଛନ୍ତି। ଦାୟିତ୍ୱ ତୁଲାଇ ନପାରିବାରୁ ଶ୍ରେୟସ୍‌ ଆୟାରଙ୍କୁ ଅଧିନାୟକ ଦାୟିତ୍ୱ ମିଳିଛି। ଗମ୍ଭୀର ମାତ୍ର ଛଅଟି ମ୍ୟାଚ୍‌ ଖେଳି ୫୦ ରନ୍‌ ସଂଗ୍ରହ କରିଛନ୍ତି।

ବିନୟ କୁମାର

ଭାରତୀୟ ଦଳରେ ଦ୍ରୁତ ବୋଲର ଭାବେ ପରିଚୟ ସୃଷ୍ଟି କରିଥିବା ବିନୟ କୁମାର ଆସନ୍ତା ବର୍ଷରେ ୩୫ ବର୍ଷ ବୟସରେ ପାଦ ଥାପିବେ। ତାଙ୍କୁ ୨୦୧୯ ଆଇପିଏଲରେ ଦେଖିବାକୁ ମିଳିବ ନାହିଁ। ବିନୟ କୋଲକାତା ନାଇଟ୍‌ ରାଇଡସ୍‌ର୍ ଦଳରେ ବର୍ତ୍ତମାନ ଖେଳୁଥିଲେ ମଧ୍ୟ ଚେନ୍ନାଇ ସୁପର କିଙ୍ଗସ୍‌ ବିରୁଦ୍ଧରେ ଶେଷ ଓଭରରେ ୧୭ ରନ୍‌ ଦେଇ ବିବାଦୀୟ ପରିସ୍ଥିତି ସୃଷ୍ଟି କାରିଛନ୍ତି। କୋଲକାତା ତରପରୁ ତାଙ୍କର ଦୁଇଟି ଖେଳରେ ବୋଲିଙ୍ଗ୍‌ ହାରାହାରି ୧୬.୯୫।

ସମ୍ବନ୍ଧିତ ଖବର