ଆଇପିଏଲ୍‌: ଏମ୍‌.ଏସ୍‌. ଧୋନିଙ୍କ ଅର୍ଦ୍ଧଶତକ, ରାଜସ୍ଥାନ ରୋୟାଲସ୍‌କୁ ୧୭୬ ରନ୍‌ ଟାର୍ଗେଟ ଦେଲା ସୁପର କିଙ୍ଗସ୍‌

ଚେନ୍ନାଇ: ମହେନ୍ଦ୍ର ସିଂହ ଧୋନିଙ୍କ ଅପରାଜିତ ଅର୍ଦ୍ଧଶତକ (୭୫ ରନ୍‌, ୪୬ ବଲ, ୪ ଚୌକା ଓ ୪ ଛକା) ବଳରେ ରାଜସ୍ଥାନ ରୋୟାଲସ୍‌କୁ ରବିବାର ଆଇପିଏଲ୍‌ (ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌) ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗସ୍‌ ୧୭୬ ରନ୍‌ ଟାର୍ଗେଟ ଦେଇଛି। ଚେନ୍ନାଇସ୍ଥିତ ଏମ୍‌. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଟସ୍‌ ଜିଣି ରାଜସ୍ଥାନ ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ଚେନ୍ନାଇ ବ୍ୟାଟିଂ କରିଥିଲା। ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ଵିକେଟ୍‌ ହରାଇ ୧୭୫ ରନ୍‌ କରିବା ପରେ ରାଜସ୍ଥାନକୁ ୧୭୬ ରନ୍‌ ଟାର୍ଗେଟ ମିଳିଛି।

ରାଜସ୍ଥାନର ଜୋଫ୍ରା ଆର୍ଚ୍ଚର ୨ଟି ଓ୍ଵିକେଟ ନେଇଛନ୍ତି। ସେହିଭଳି ଧଓ୍ଵଲ କୁଲକର୍ଣ୍ଣି, ବେନ୍‌ ଷ୍ଟୋକ୍‌ ଓ ଜୟଦେବ ଉନାଦକଟ୍‌ ୧-୧ ଓ୍ଵିକେଟ୍‌ ନେଇଛନ୍ତି।

ଆଇପିଏଲ୍‌ର ଦ୍ୱାଦଶ ମ୍ୟାଚ୍‌ରେ ଚେନ୍ନାଇ ଆରମ୍ଭରୁ ଖରାପ ପ୍ରଦର୍ଶନ କରିଥିଲା। ଦଳ ୪.୫ ଓଭରରେ ଅମ୍ବାତି ରାୟଡୁ (୪ ରନ୍‌), ସେନ୍‌ ଓ୍ଵାଟ୍‌ସନ୍‌ (୧୩ ରନ୍‌) ଓ କେଦାର ଯାଦବ (୮ ରନ୍‌)ଙ୍କୁ ହରାଇ ସାରିଥିଲା। ସ୍କୋର ମାତ୍ର ଗୋଟିଏ ରନ୍‌ରେ ରାୟଡୁ, ୧୪ ରନ୍‌ରେ ଓ୍ଵାଟସନ୍‌ ଓ ୨୭ ରନ୍‌ରେ କେଦାର ଯାଦବ ପାଭଲିଅନ୍‌ ଫେରିଥିଲେ। ଚତୁର୍ଥ ଓ୍ଵିକେଟରେ ସୁରେଶ ରାଇନା (୩୬ ରନ୍‌)ଙ୍କ ସହିତ କ୍ୟାପ୍‌ଟେନ୍‌ ମହେନ୍ଦ୍ର ସିଂହ ଧୋନି ୬୧ ରନ୍‌ ଭାଗିଦାରୀ ହୋଇପାରିଥିଲେ।

ସମ୍ବନ୍ଧିତ ଖବର