ଆଇପିଏଲ୍: ମୁମ୍ବାଇ ବିପକ୍ଷରେ ରାଜସ୍ଥାନ ୪ ଓ୍ଵିକେଟରେ ବିଜୟୀ
ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୧୯ର ୨୭ତମ ମ୍ୟାଚରେ ଶନିବାର ରାଜସ୍ଥାନ ରୟାଲସ୍ ୪ ଓ୍ଵିକେଟରେ ମୁମ୍ବାଇକୁ ପରାସ୍ତ କରିଛି। ରାଜସ୍ଥାନ ୧୯.୩ ଓଭରରେ ୬ ଓ୍ଵିକେଟ ହରାଇ ୧୮୮ ରନ ବିଜୟ ଲକ୍ଷ୍ୟକୁ ହାସଲ କରିଛି। ମୁମ୍ବାଇ ଭଳି ରାଜସ୍ଥାନ ମଧ୍ୟ ପ୍ରଥମ ଓ ଦ୍ୱିତୀୟ ଓ୍ଵିକେଟରେ ଭଲ ବ୍ୟାଟିଂ କରିଥିଲା। ଦଳର ସ୍କୋର ୬୦ ରନ୍ରେ ଅଧିନାୟକ ଆଜିଙ୍କ୍ୟ ରାହାଣେ ଓ ୧୪୭ ରନରେ ଜୋସ୍ ବଟଲର ଆଉଟ୍ ହୋଇଥିଲେ। ମୁମ୍ବାଇ ୩ୟ ଓ୍ଵିକେଟରେ ସଂଜୁ ସାମସନ୍ଙ୍କୁ ଆଉଟ୍ କରିଥିଲା। ସେତେବେଳକୁ ରାଜସ୍ଥାନ ସ୍କୋର ୧୭୦ ରନ୍ରେ ପହଂଚି ସାରିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ରାଜସ୍ଥାନ ପାଇଁ ବଟଲର ସର୍ବାଧିକ ୮୯ ରନ, ରାହାଣେ ୩୭ ରନ, ସଂଜୁ ସାମସନ୍ ୩୧ ରନ ଓ ଷ୍ଟିଭେନ ସ୍ମିଥ ୧୨ ରନ କରିଥିଲେ। ସେହିପରି ଶ୍ରେୟସ ଗୋପାଳ ଅପରାଜିତ ୧୩ ରନ କରି ପାଭଲିଅନ ଫେରିଥିଲେ। କ୍ରୁଣାଳ ପାଣ୍ଡ୍ୟାଙ୍କୁ ୩ଟି, ଯଶପ୍ରୀତ ବୁମରାଙ୍କୁ ୨ଟି ଓ ରାହୁଲ ଚହରଙ୍କୁ ଗୋଟିଏ ଓ୍ଵିକେଟ ମିଳିଥିଲା।
ପ୍ରଥମ ଇନିଂସରେ ମୁମ୍ବାଇ ଇଣ୍ଡିଆନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ଟି ଓ୍ଵିକେଟ ହରାଇ ୧୮୭ ରନ୍ କରିଥିଲା। ଫଳରେ ରାଜସ୍ଥାନ ରୟାଲସକୁ ୧୮୮ ରନ୍ ଟାର୍ଗେଟ ମିଳିଥିଲା। ଓପନର କ୍ୱିଣ୍ଟନ ଡି କକ ୫୨ଟି ବଲ ଖେଳି ୮୧ ରନ କରିଥିଲେ। ଏଥିରେ ୬ଟି ଚୌକା ଓ ୪ଟି ଛକା ସାମିଲ ଥିଲା।
ମୁମ୍ବାଇର ଓ୍ଵାଙ୍ଖେଡେ ଷ୍ଟାଡିୟମରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଘରୋଇ ଟିମ୍ ଆରମ୍ଭରୁ ହିଁ ଭଲ ବ୍ୟାଟିଂ କରିଥିଲା। ଅଧିନାୟକ ରୋହିତ ଶର୍ମା ଆଉଟ ହେବା ପୂର୍ବରୁ ଦଳୀୟ ସ୍କୋର ୯୬ ରନ୍ରେ ପହଂଚି ଥିଲା। ମୁମ୍ବାଇ ୧୧୭ ରନ୍ରେ ଦ୍ୱିତୀୟ ଓ୍ଵିକେଟ ଭାବରେ ସୂର୍ଯ୍ୟ କୁମାର ଯାଦବ ଆଉଟ ହୋଇଥିବା ବେଳେ ରୟାଲସର ୩ୟ ଶିକାର ହୋଇଥିଲେ କିରଣ ପୋଲାର୍ଡ। ସେହିପରି ସ୍କୋର ୧୬୩ ରନରେ ଡିକକ୍ ଓ ୧୭୫ ରନ୍ରେ ଈଶାନ କିଷାନ ଆଉଟ ହୋଇଥିଲେ।
ରୋହିତ ଶର୍ମା ୪୭ ରନ କରି ଜୋଫ୍ରା ଆର୍ଚ୍ଚରଙ୍କ ଦ୍ୱାରା ଆଉଟ ହୋଇଥିଲେ। ସେହିଭଳି ଜୋଫ୍ରାଙ୍କ ଦ୍ୱିତୀୟ ଓ ତୃତୀୟ ଶିକାର ହୋଇଥିଲେ କିରଣ ପୋଲାର୍ଡ ଓ ଡି କକ୍। ସୂର୍ଯ୍ୟ କୁମାର ଯାଦବ ୧୬ ରନ୍ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅପରାଜିତ ୨୮ ରନ ବଳରେ ମୁମ୍ବାଇ ଏକ ମଜବୁତ ସ୍କୋରରେ କରିଥିଲେ।