ଆଇପିଏଲ ୧୧: ମୁମ୍ବାଇକୁ ୧୪ ରନ୍‌ରେ ହରାଇଲା ବେଙ୍ଗାଲୁର

ବେଙ୍ଗାଲୁରୁ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ମଙ୍ଗଳବାର ମୁମ୍ବାଇ ଇଣ୍ଡିଆନସ୍‌ ୧୪ ରନ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଠାରୁ ପରାସ୍ତ ହୋଇଛି। ବେଙ୍ଗାଲୁରୁ ୨୦ ଓଭରରେ ୭ଟି ଓ୍ଵିକେଟ୍‌ ହରାଇ ୧୫୪ ରନ୍‌ ସଂଗ୍ରହ କରିଛି। ୧୬୮ ରନ୍‌ ବିଜୟ ଲକ୍ଷ୍ୟ ନେଇ ମୁମ୍ବାଇ ୨ୟ ଇନିଂସରେ ବ୍ୟାଟିଂ କରିଥିଲା।

ସୂର୍ଯ୍ୟକୁମାର ଯାଦବ ୯ ରନ୍‌, ଜେ.ପି. ଡୁମିନି ୨୩ ରନ୍‌, କିରନ ପୋଲାର୍ଡ ୧୩ ରନ୍‌, କୃଣାଲ ପାଣ୍ଡ୍ୟା ୨୩ ରନ୍‌ ଓ ବେନ୍‌ କଟିଂଗ୍‌ ୧୨ ରନ୍‌ ସଂଗ୍ରହ କରିଥିଲେ। ଟିମ୍‌ ସାଉଥୀ, ଉମେଶ ଯାଦବ ଓ ମହମ୍ମଦ ସିରାଜ ୨-୨ଟି ଓ୍ଵିକେଟ୍‌ ନେଇଥିଲେ।

ପୂର୍ବରୁ ଆଇପିଏଲ୍‌ର ମଙ୍ଗଳବାର ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୨୦ ଓଭରରେ ୭ଟି ଓ୍ଵିକେଟ୍‌ ହରାଇ ୧୬୭ ରନ୍‌ ସଂଗ୍ରହ କରିଥିଲା। ମନନ ଭୋରାଙ୍କ ୪୫ ରନ୍‌, ବ୍ରେଣ୍ଡନ ମ୍ୟାକ୍‌କୁଲମଙ୍କ ୩୭ ରନ୍‌, ବିରାଟ କୋହଲିଙ୍କ ୩୨ ରନ୍‌ ବଳରେ ବେଙ୍ଗାଲୁରୁ ୧୬୭ ରନ୍‌ କରିବା ପରେ ମୁମ୍ବାଇ ଇଣ୍ଡିଆନସ୍‌କୁ ୧୬୭ ରନ୍‌ ଟାର୍ଗେଟ ମିଳିଥିଲା। ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ବେଙ୍ଗାଲୁରୁକୁ ବ୍ୟାଟିଂ କରିବାକୁ ପଡ଼ିଥିଲା।

ଆରମ୍ଭରୁ ବେଙ୍ଗାଲୁରୁ ଭଲ ବ୍ୟାଟିଂ କରିଥିଲା। ୩୮ ରନ୍‌ରେ କ୍ୱିଣ୍ଟନ ଡି କକ୍‌ଙ୍କୁ ହରାଇଥିଲା। ୬୧ ରନ୍‌ରେ ମୁମ୍ବାଇର ୨ୟ ଶିକାର ହୋଇଥିଲେ ମନନ ଭୋରା। ୧୨୧ ରନ୍‌ରେ ୩ୟ ଓ୍ଵିକେଟ୍‌, ୧୩୯ ରନ୍‌ରେ ୪ର୍ଥ ଓ ୫ମ ଓ୍ଵିକେଟ୍‌, ୧୪୧ ରନ୍‌ରେ ୬ଷ୍ଠ ଓ୍ଵିକେଟ୍‌ ଓ ୧୪୩ ରନ୍‌ରେ ୭ମ ଓ୍ଵିକେଟ୍‌ ପଡ଼ିଥିଲା। ହାର୍ଦ୍ଦିକ ପାଣ୍ଡ୍ୟା ୩ ଓଭର ବୋଲିଂ କରି ୩ଟି ଓ୍ଵିକେଟ୍‌ ନେଇ ୨୮ ରନ୍‌ ଦେଇଛନ୍ତି। ମିଚେଲ ମ୍ୟାକଲଙ୍ଘନ, ଯଶପ୍ରୀତ ବୁମରା ଓ ମୟଙ୍କ ମାର୍କଣ୍ଡେଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ମିଳିଛି।

ସମ୍ବନ୍ଧିତ ଖବର