ଆଇପିଏଲ୍‌ ୧୨: ପ୍ରଥମ ବିଜୟ ଅନ୍ମେଷଣରେ ରୟାଲ ଚ୍ୟାଲେଞ୍ଜର୍ସ, ଟସ୍‌ ଜିଣି ବୋଲିଂ କରୁଛି କୋଲକାତା

ବେଙ୍ଗାଲୁରୁ: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନିଜର ପ୍ରଥମ ବିଜୟର ଅନ୍ମେଷଣରେ ଶୁକ୍ରବାର କୋଲକାତା ନାଇଟ୍‌ ରାଇଡର୍ସ ବିପକ୍ଷରେ ଖେଳୁଛି। ଟିମ୍‌ର ଖେଳାଳିମାନେ ସ୍ଥାନୀୟ ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ଆଜି ଶକ୍ତି ପ୍ରଦର୍ଶନ କରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି। ଟସ୍‌ ଜିଣି କୋଲକାତା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ବେଙ୍ଗାଲୁରୁ ବ୍ୟାଟିଂ କରୁଛି।

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଚଳିତ ସଂସ୍କରଣରେ ବେଙ୍ଗାଲୁରୁ ଅଙ୍କ ତାଲିକାର ନିମ୍ନରେ ଥିବା ବେଳେ କୋଲକାତା ଚତୁର୍ଥ ସ୍ଥାନରେ ଥାଇ ହାଇଦ୍ରାବାଦ୍‌, ପଂଜାବ ଓ ଚେନ୍ନାଇ ସହିତ ସମକକ୍ଷ ହେବାକୁ ଉଦ୍ୟମ କରୁଛି। ଏଯାଏଁ କୋଲକାତା ୬ ଓ୍ଵିକେଟ୍‌ରେ ମାର୍ଚ୍ଚ ୨୪ରେ ସନରାଇଜର୍ସ ହାଇଦ୍ରାବାଦ ଓ ୨୮ ରନ୍‌ରେ ମାର୍ଚ୍ଚ ୨୭ରେ ପଂଜାବକୁ ପରାସ୍ତ କରିଛି। ମାର୍ଚ୍ଚ ୩୦ରେ କୋଲକାତା-ଦିଲ୍ଲୀ ମ୍ୟାଚ୍‌ ଟାଇ ହେବା ପରେ ସୁପର ଓଭରରେ ଫଳାଫଳ ବାହାରିଥିଲା। ଏଥିରେ ଦିଲ୍ଲୀ ବିଜୟୀ ହୋଇଥିଲା।

Zee News

ଦ୍ୱାଦଶ ସଂସ୍କରଣର ଆଇପିଏଲ୍‌ରେ ବେଙ୍ଗାଲୁରୁର ପ୍ରଦର୍ଶନ ଏଯାଏଁ ନୈରାଶ୍ୟଜନକ ରହିଛି। ଟିମ୍‌ ୪ଟି ମ୍ୟାଚ ହାରି ସାରିଛି। ବେଙ୍ଗାଲୁରୁ ଉଦ୍‌ଘାଟନୀ ମ୍ୟାଚରେ ମାର୍ଚ୍ଚ ୨୩ରେ ଚେନ୍ନାଇ ସୁପର କିଙ୍ଗସ୍‌ ଠାରୁ ୭ ଓ୍ଵିକେଟ୍‌ରେ, ମାର୍ଚ୍ଚ ୨୮ରେ ମୁମ୍ବାଇଠାରୁ ୬ ରନ୍‌ରେ, ମାର୍ଚ୍ଚ ୩୧ରେ ହାଇଦ୍ରାବାଦ୍‌ ଠାରୁ ୧୧୮ ରନ୍‌ରେ ଓ ଏପ୍ରିଲ ୨ରେ ରାଜସ୍ଥାନ ରୟାଲସ୍‌ ଠାରୁ ୭ ଓ୍ଵିକେଟ୍‌ରେ ପରାସ୍ତ ହୋଇଛି।

ସମ୍ବନ୍ଧିତ ଖବର