ଆଇପିଏଲ୍‌ ୧୧: ମୁମ୍ବାଇକୁ ୩ ଓ୍ଵିକେଟ୍‌ରେ ହରାଇଲା ରାଜସ୍ଥାନ

ଜୟପୁର: ଶେଷ ୨ଟି ବଲ୍‌ ବାକି ଥାଇ ରାଜସ୍ଥାନ ରୟାଲସ୍‌ ୩ ଟି ଓ୍ଵିକେଟ୍‌ରେ ମୁମ୍ବାଇ ଇଣ୍ଡିଆନକୁ ରବିବାର ପରାସ୍ତ କରିଛି। ଜୟପୁର ସବାଇ ମାନସିଂହ ଷ୍ଟାଡିୟମରେ ରାଜସ୍ଥାନର ଖେଳାଳିମାନେ ଲଢୁଆ ବ୍ୟାଟିଂ କରି ୧୯.୪ ଓଭରରେ ୭ଟି ଓ୍ଵିକେଟ୍‌ ହରାଇ ୧୬୮ ରନ୍‌ ବିଜୟ ଲକ୍ଷ୍ୟକୁ ପୂରାକରିଛନ୍ତି। ଶେଷ ଓଭରରେ ୧୦ ରନ୍‌ ଦରକାର ଥିବା ବେଳେ ରାଜସ୍ଥାନ ଏହାକୁ ୪ଟି ବଲରୁ ହାସଲ କରିଥିଲା।

ଆଜିଙ୍କ୍ୟ ରାହାଣେ ୧୪ ରନ୍‌, ସଞ୍ଜୁ ସାମ୍‌ସନ୍‌ ୫୩ ରନ୍‌, ବେନ୍‌ ଷ୍ଟୋକ୍‌ ୪୦ ରନ୍‌, ଜୋସ ବଟଲର ୬ ରନ୍‌ ଲେଖାଏଁ ସଂଗ୍ରହ କରିଥିଲେ। ରାଜସ୍ଥାନ ୧୪ ରନ୍‌ରେ ପ୍ରଥମ ଓ୍ଵିକେଟ୍‌, ୩୮ ରନ୍‌ରେ ୨ୟ ଓ୍ଵିକେଟ୍‌ (ଆଜିଙ୍କ୍ୟ ରାହାଣେ), ୧୧୦ ରନ୍‌ରେ ତୃତୀୟ ଓ୍ଵିକେଟ୍‌, ୧୨୫ ରନ୍‌ରେ ୪ର୍ଥ, ୫ମ, ୬ଷ୍ଠ ଓ୍ଵିକେଟ୍‌ ଏବଂ ୧୫୮ ରନ୍‌ରେ ଯୋଫ୍ରା ଅର୍ଚ୍ଚର ଆଉଟ୍‌ ହୋଇଥିଲେ।

ପ୍ରଥମ ଇନିଂସରେ ସୂର୍ଯ୍ୟକାନ୍ତ ଯାଦବ(୭୨) ଓ ଈଷାନ କିଷାନ(୫୮)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନସ୍‌ ନିର୍ଦ୍ଧାରିତ ୨୦ ଓଭରରେ ୧୬୭ ରନ୍‌ ସଂଗ୍ରହ କରିବା ପରେ ରାଜସ୍ଥାନ ରୟାଲସ୍‌କୁ ୧୬୮ ରନ୍‌ ଟାର୍ଗେଟ ମିଳିଥିଲା। ଇଣ୍ଡିଆନ ପ୍ରିମିୟର ଲିଗ୍‌ ୧୧ତମ ସଂସ୍କରଣର ୨୧ତମ ମ୍ୟାଚ୍‌ରେ ରବିବାର ଟସ୍‌ ଜିଣି ମୁମ୍ବାଇ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ମାତ୍ର ଗୋଟିଏ ରନ୍‌ରେ ପ୍ରଥମ ଓ୍ଵିକେଟ୍‌ ହରାଇବା ପରେ ମୁମ୍ବାଇ ୨ୟ ଓ୍ଵିକେଟ୍‌ରେ ୧୨୯ ରନ୍‌ ଯୋଡ଼ିଥିଲା। ୧୩୫ ରନ୍‌ରେ ୩ୟ ଓ୍ଵକେଟ, ୧୩୬ ରନ୍‌ରେ ୪ର୍ଥ ଓ୍ଵିକେଟ୍‌, ୧୫୪ ରନ୍‌ରେ ୫ମ ଓ୍ଵିକେଟ୍‌, ୧୫୯ ରନ୍‌ରେ ୬ଷ୍ଠ ଓ ୭ମ ଓ୍ଵିକେଟ୍‌ ପଡ଼ିଥିଲା। ରାଜସ୍ଥାନ ଜୋଫ୍ରା ଆର୍ଚର ୩ଟି, ଧଓ୍ଵଲ କୁଲକର୍ଣ୍ଣି ୨ଟି ଓ ଜୟଦେବ ଉନାଦକଟ ଗୋଟିଏ ଓ୍ଵିକେଟ ନେଇଥିଲେ।

ସମ୍ବନ୍ଧିତ ଖବର