ଆଇପିଏଲ୍‌ ୧୨: ଆଜି ବେଙ୍ଗାଲୁରୁକୁ ଭେଟିବ ରାଜସ୍ଥାନ ରୋୟାଲସ୍‌

ଜୟପୁର: ରାଜସ୍ଥାନ ରୋୟାଲସ୍‌ ଟିମ ମଙ୍ଗଳବାର ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ଦ୍ୱାଦଶ ସଂସ୍କରଣର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ରୋୟାଲ ଚ୍ୟାଲେଞ୍ଜର୍ସକୁ ଭେଟିବ। ଉଭୟ ଟିମ୍‌ ଆରମ୍ଭରୁ ୩-୩ ମ୍ୟାଚ୍‌ ହାରି ସାରିଛନ୍ତି ଏବଂ ଟେବୁଲ ତାଲିକାରେ ନିମ୍ନରେ ଅଛନ୍ତି। ରାଜସ୍ଥାନର ରନ୍‌ ହାର ବେଙ୍ଗାଲୁରୁ ତୁଳନାରେ ଟିକିଏ ଅଧିକ।

ଜୟପୁରସ୍ଥିତ ସଓ୍ଵାଇ ମାନସିଂ ଷ୍ଟାଡିୟମରେ ରାତି ୮ଟାରେ ଏହି ମ୍ୟାଚ ଖେଳାଯିବ। ବିରାଟ କୋହଲିଙ୍କ ନେତୃତ୍ୱରେ ଖେଳୁଥିବା ରୋୟାଲ ଚ୍ୟାଲେଞ୍ଜର୍ସକୁ ରବିବାର ସନରାଇଜର୍ସ ହାଇଦ୍ରାବାଦ ୧୧୮ ରନ୍‌ରେ ପରାସ୍ତ କରିଥିଲା। ସେହିପରି ଚେନ୍ନାଇ ସୁପର କିଙ୍ଗସ୍‌ ମଧ୍ୟ ରାଜସ୍ଥାନକୁ ହରାଇଥିଲା।

ମହେନ୍ଦ୍ରେ ସିଂହ ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ଟିମ ରାଜସ୍ଥାନକୁ ୧୭୬ ରନ୍‌ ବିଜୟ ଲକ୍ଷ୍ୟ ଦେଇଥିଲା। ରାଜସ୍ଥାନ ଆରମ୍ଭରୁ ଭଲ ଖେଳିଥିଲା କିନ୍ତୁ ୮ ରନ୍‌ରେ ମ୍ୟାଚ୍‌ ହାରି ଯାଇଥିଲା। ମାଙ୍କଡିଂ ପରେ ରାଜସ୍ଥାନର ଜୋସ୍‌ ବଟ୍‌ଲର ନିଜର ଫର୍ମ ଜାରି ରଖି ପାରି ନଥିଲେ। ଆଜିଙ୍କ୍ୟ ରାହାଣେଙ୍କ ପ୍ରଦର୍ଶନ ମଧ୍ୟ ନୈରାଶ୍ୟଜନକ ଥିଲା।

ସମ୍ବନ୍ଧିତ ଖବର