ଆଇପିଏଲ୍‌ ୧୧: ପଞ୍ଜାବ ବିପକ୍ଷରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ୧୩ ରନ୍‌ରେ ବିଜୟୀ

ହାଇଦ୍ରାବାଦ୍‌: କିଙ୍ଗସ୍‌ ଇଲେଭେନ୍‌ ପଞ୍ଜାବ ବିରୋଧରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ୧୩ ରନ୍‌ରେ ବିଜୟୀ ହୋଇଛି। ଏଠାରେ ଖେଳା ଯାଇଥିବା ଆଇପିଏଲ୍‌ ୧୧ ତମ ସଂସ୍କରଣ ୨୫ତମ ମ୍ୟାଚ୍‌ରେ ଗୁରୁବାର ୧୩୩ ରନ୍‌ ବିଜୟ ଲକ୍ଷ୍ୟ ନେଇ ପଞ୍ଜାବ ୨ୟ ଇନିଂସରେ ବ୍ୟାଟିଂ କରିଥିଲା। ଟିମ୍‌ ୧୯.୨ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୧୧୯ ରନ୍‌ ସଂଗ୍ରହ କରିଥିଲା।

ଲୋକେଶ ରାହୁଲ ୩୨ ରନ୍‌, କ୍ରିସ ଗେଲ୍‌ ୨୩ ରନ୍‌, ମୟଙ୍କ ଅଗ୍ରଓ୍ଵାଲ ୧୨ ରନ୍‌, କରୁଣ ନାୟାର ୧୩ ରନ୍‌, ଅରୁଣ ଫିଞ୍ଚ ୮ ରନ୍‌, ରବିଚନ୍ଦ୍ରନ ଅଶ୍ୱିନ ୪ ରନ୍‌, ଆଣ୍ଡ୍ରୁ ଟେ ୪ ରନ୍‌ ଓ ବରିନ୍ଦ୍ର ସରଣ ୨ ରନ୍‌ ସଂଗ୍ରହ କରିଥିଲେ।

ପ୍ରଥମ ଇନିଂସରେ ପଞ୍ଜାବର ଅଙ୍କିତ ରାଜପୁତ ୫ଟି ଓ୍ଵିକେଟ୍‌ ନେଇଥିଲେ। ସେ ୪ ଓଭର ବୋଲିଂ କରି ୧୪ ରନ ବ୍ୟୟ କରିଥିଲେ। ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୧୧ ତମ ସଂସ୍କରଣ ୨୫ତମ ମ୍ୟାଚ୍‌ରେ ଗୁରୁବାର ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ନିର୍ଦ୍ଧାରିତ ୨୦ଓଭରରେ ୬ ଟି ଓ୍ଵିକେଟ୍‌ ହରାଇ ୧୩୨ ରନ୍‌ ସଂଗ୍ରହ କରିବା ପରେ କିଙ୍ଗସ୍‌ ଇଲେଭେନ୍‌ ପଞ୍ଜାବକୁ ୧୩୩ ରନ୍‌ ବିଜୟ ଲକ୍ଷ୍ୟ ମିଳିଥିଲା। ହାଇଦ୍ରାବାଦ୍‌ର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପଞ୍ଜାବର ବୋଲରମାନେ ଘାତକ ବୋଲିଂ କରି ହାଇଦ୍ରାବାଦକୁ ବଡ଼ ସ୍କୋର କରିବାକୁ ଦେଇ ନ ଥିଲେ।

ହାଇଦ୍ରାବାଦ୍‌ ଆରମ୍ଭରୁ ବିପର୍ଯ୍ୟୟର ଶିକାର ହୋଇଥିଲା। ମାତ୍ର ଗୋଟିଏ ରନ୍‌ରେ ପ୍ରଥମ ଓ୍ଵିକେଟ୍‌ ଭାବରେ ଅଧିନାୟକ କେନ୍‌ ଓ୍ଵିଲିୟମସନ୍‌ଙ୍କୁ ହରାଇଥିଲା। ପଞ୍ଜାବର ୨ୟ ଶିକାର ହୋଇଥିଲେ ବିସ୍ଫୋରକ ବ୍ୟାଟସ୍‌ମ୍ୟାନ ଶିଖର ଧାଓ୍ଵନ(୧୧)। ସ୍କୋର ୧୬ ରନ୍‌ ଥିବା ବେଳେ ଧାଓ୍ଵନ ଆଉଟ ହୋଇଥିଲେ। ସେହିପରି ୨୭ ରନ୍‌ରେ ୩ୟ ଓ୍ଵିକେଟ୍‌, ୭୯ ରନ୍‌ରେ ୪ର୍ଥ ଓ୍ଵିକେଟ୍‌, ୧୨୮ ରନ୍‌ରେ ୫ମ ଓ୍ଵିକେଟ୍‌ ଓ ୧୩୨ ରନ୍‌ରେ ୬ଷ୍ଠ ଓ୍ଵିକେଟ୍‌ ପଡ଼ିଥିଲା। ଟିମ୍‌ର ଏକମାତ୍ର ଖେଳାଳି ମନୀଷ ପାଣ୍ଡେ ୫୧ଟି ବଳ ଖେଳି ୫୪ ରନ୍‌ ସଂଗ୍ରହ କରି ପାରିଥିଲେ। ସେହିଭଳି ସାକିବୁଲ ହାସନ ୨୮ ରନ୍‌ ଯୋଡ଼ିଥିଲେ।

ସମ୍ବନ୍ଧିତ ଖବର