ଆଇପିଏଲ୍‌ ୧୧: ରୋମାଞ୍ଚକ ମୁକାବିଲାରେ ୟୁସୁଫଙ୍କ ବିସ୍ଫୋରକ ବ୍ୟାଟିଂ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇଲା ହାଇଦ୍ରାବାଦ

ହାଇଦ୍ରାବାଦ୍‌: ରୋମାଞ୍ଚକର ମୁକାବିଲାରେ ୟୁସୁଫ ପଠାନଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଛି। ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ସନରାଇଜର୍ସ ହାଇଦ୍ରାବାଦ ପରାସ୍ତ କରିଛି। ୧୬୪ ରନ୍‌ ଟାର୍ଗେଟ ନେଇ ୨ୟ ଇନିଂସ ଖେଳିଥିବା ହାଇଦ୍ରାବାଦ୍‌ ୧୯.୫ ଓଭରରେ ଏହି ଲକ୍ଷ୍ୟ ପୁରା କରିଛି। ଅଧିନାୟକ ଓ୍ଵିଲିୟମସନ୍‌ ଓ ପଠାନ ଶନିବାର ନିଜର ଶ୍ରେଷ୍ଠତାର ପରିଚୟ ଦେଇଛନ୍ତି।

ଆଲେକ୍ସ ହେଲସ୍‌ ୪୫ ରନ୍‌, ଶିଖର ଧାଓ୍ଵନ୍‌ ୩୩ ରନ୍‌, ଅଧିନାୟକ କେନ୍‌ ଓ୍ଵିଲିୟମସନ୍‌ ଅପରାଜିତ ୩୨ ରନ୍‌, ମନୀଷ ପାଣ୍ଡେ ୨୧ ରନ୍‌ ଓ ୟୁସୁଫ ପଠାନଙ୍କ ଅପରାଜିତ ୨୭ ରନ୍‌ ଯୋଡ଼ିଥିଲେ। ଦିଲ୍ଲୀର ବୋଲର ମାନେ ଦମଦାର ବୋଲିଂ କରିଥିବାରୁ ରନ୍‌ ଯୋଗାଡ଼ ପାଇଁ ହାଇଦ୍ରାବାଦର ଖେଳାଳିମାନେ ବହୁ ସଙ୍ଘର୍ଷ କରିଥିଲେ। ଦିଲ୍ଲୀର ଅମିତ ମିଶ୍ରାଙ୍କୁ ୨ଟି ଓ୍ଵିକେଟ୍‌ ମିଳିଥିବା ବେଳେ ଲିଆମ ପ୍ଲକେଟଙ୍କୁ ଗୋଟିଏ ଓ୍ଵିକେଟ୍‌ ମିଳିଥିଲା।

ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ଡେୟାରଡେଭିଲସ୍‌ ଟିମ୍‌ ୨୦ ଓଭରରେ ୫ଟି ଓ୍ଵିକେଟ୍‌ ହରାଇ ୧୬୩ ରନ୍‌ କରିଥିଲା ଓ ସନରାଇଜର୍ସ ହାଇଦ୍ରାବାଦକୁ ବିଜୟ ପାଇଁ ୧୬୪ ରନ୍‌ ଟାର୍ଗେଟ ଦେଇଥିଲା। ପୃଥ୍ଵୀ ସ ଭଲ ପ୍ରଦର୍ଶନ କରିଥିଲେ। ସ ୩୬ଟି ବଲ ଖେଳି ୬୫ ରନ୍‌ ସଂଗ୍ରହ କରିଥିଲେ କିନ୍ତୁ ୧୦ ଓଭରରେ ୯୫ ରନ୍‌ ସଂଗ୍ରହ କରିବା ପରେ ଦିଲ୍ଲୀ ଟିମ୍‌ ପରବର୍ତ୍ତୀ ୧୦ ଓଭରରେ ୬୭ ରନ୍‌ ଯୋଡ଼ି ପାରିଥିଲା। ହାଇଦ୍ରାବାଦ୍‌ ପାଇଁ ସ୍ପିନର ରସିଦ ଖାଁ ୪ ଓଭରରେ ୨୩ ରନ ଦେଇ ୨ଟି ଓ୍ଵିକେଟ୍‌ ନେଇଥିଲେ। ଦିଲ୍ଲୀ ନିଜର ଓପନିଂ ଯୋଡ଼ିରେ ପରିବର୍ତ୍ତନ କରିଛି ଓ କୋଲିନ ମୁନରୋଙ୍କ ସ୍ଥାନରେ ଗ୍ଲେନ ମ୍ୟାକ୍ସେଓ୍ଵଲ୍‌ (୨)ଙ୍କୁ ପୃଥ୍ଵୀଙ୍କ ସହିତ ଆରମ୍ଭ କରିବାକୁ ପଠାଇଥିଲୋ। ମ୍ୟାକ୍ସେଓ୍ଵଲ ସଫଳ ହେଲେ ନାହିଁ।

ସମ୍ବନ୍ଧିତ ଖବର