ଏପ୍ରିଲ ୭ରୁ ଆଇପିଏଲ୍‌

ନୂଆଦିଲ୍ଲୀ: ଚଳିତ ବର୍ଷର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଆସନ୍ତା ଏପ୍ରିଲ ମାସ ୭ରୁ ମଇ ମାସ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ । ମୁମ୍ବଇଠାରେ ଉଦଘାଟନୀ ମ୍ୟାଚ ଓ ଫାଇନାଲ ମ୍ୟାଚ୍‌ ଖେଳାଯିବ । ଉଦଘାଟନୀ ଉତ୍ସବ ଏପ୍ରିଲ ୬ ତାରିଖରେ ମୁମ୍ବାଇଠାରେ ଆୟୋଜନ ହେବ ବୋଲି ଆଇପିଏଲ୍‌ ଗଭର୍ଣ୍ଣିଂ କାଉନସିଲ ତରଫରୁ କୁହାଯାଇଛି ।

ଅନ୍ୟପକ୍ଷରେ ମ୍ୟାଚ ସମୟରେ ପରିବର୍ତ୍ତନ ପାଇଁ ପ୍ରସାରକ ଷ୍ଟାର ସ୍ପୋର୍ଟସର ଅନୁରୋଧକୁ ଗ୍ରହଣ କରିଛି କାଉନସିଲ । ରାତି ୮ଟା ସମୟରେ ଆରମ୍ଭ ହେଉଥିବା ମ୍ୟାଚ୍‌ ୭ଟାରେ ଓ ୪ଟାରେ ଆରମ୍ଭ ହେଉଥିବା ମ୍ୟାଚ ୫ଟା ୩୦ରେ ଆରମ୍ଭହେବ ବୋଲି କହିଛନ୍ତି ଆଇପିଏଲ ଅଧ୍ୟକ୍ଷ ରାଜୀବ ଶୁକ୍ଳା ।

କିଙ୍ଗସ ଇଲେଭେନ ପଂଜାବ ନିଜର ୪ଟି ହୋମ୍‌ ମ୍ୟାଚ୍‌ ମୋହାଲିରେ ଓ ୩ଟି ଇନ୍ଦୋରରେ ଖେଳିବ । ଦୁଇବର୍ଷ ପରେ ଆଇପିଏଲକୁ ଫେରୁଥିବା ରାଜସ୍ତାନ ରୟାଲ୍ସର କାର୍ଯ୍ୟକ୍ରମ ଆସନ୍ତା ୨୪ ତାରିଖ ପରେ ଚୂଡ଼ାନ୍ତ କରାଯିବ ।

ଆସନ୍ତା ୨୭ ଓ ୨୮ ତାରିଖରେ ଆଇପିଏଲ ପାଇଁ ଖେଳାଳି ନିଲାମ ହେବ ।

ସମ୍ବନ୍ଧିତ ଖବର