ଆଇପିଏଲ୍‌: ଚେନ୍ନାଇକୁ ୧୫୬ ରନ୍‌ ଟାର୍ଗେଟ ଦେଲା ମୁମ୍ବାଇ ଇଣ୍ଡିଆନସ୍‌

ଚେନ୍ନାଇ: ଇଣ୍ଡିଆନ ପ୍ରମିୟର ଲିଗ୍‌ (ଆଇପିଏଲ) ଦ୍ୱାଦଶ ସଂସ୍କରଣର ୪୪ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନସ୍‌ ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗସ୍‌କୁ ୧୫୬ ରନ ଟାର୍ଗେଟ ଦେଇଛି। ଏମଏ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଟସ୍‌ ଜିଣି ଆୟୋଜକ ଚେନ୍ନାଇ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ମୁମ୍ବାଇ ଇଣ୍ଡିଆସନସ୍‌ ବ୍ୟାଟିଂ କରିଥିଲା। ଟିମ ନିର୍ଦ୍ଧାରିତ ୨୦ ଓଭରରେ ୪ଟି ଓ୍ଵିକେଟ ହରାଇ ୧୫୫ ରନ କରିବା ପରେ ଚେନ୍ନାଇକୁ ୧୫୬ ରନ୍‌ ଟାର୍ଗେଟ ମିଳିଛି।

Cricbuzz

ଅଧିନାୟକ ରୋହିତ ଶର୍ମା ୬୭ ରନ କରିଥିଲେ। ୪୮ଟି ବଲ ଖେଳି ସେ ୬ଟି ଚୌକା ଓ ୩ଟି ଛକା ମାରିଥିଲେ। ମିଚେଲ ସଣ୍ଟନରଙ୍କ ବଲ ମୁରଲି ବିଜୟଙ୍କୁ କ୍ୟାଚ ଦେଇ ରୋହିତ ପାଭଲିଅନ ଫେରିିଥିଲେ। ଦ୍ୱିତୀୟ ଓପନର କ୍ୱିଣ୍ଟନ ଡି କକ୍‌ ୯ଟି ବଲ ଖେଳି ୧୫ ରନ କରିଥିଲେ। ସେ ମୁମ୍ବାଇର ସ୍କୋର ୨୪ ରନ ଥିବା ବେଳେ ଟିମର ପ୍ରଥମ ଓ୍ଵିକେଟ ଭାବେ ଆଉଟ ହୋଇଥିଲେ। ସ୍କୋର ୯୯ ରନରେ ମୁମ୍ବାଇ ୩ୟ ଓ୍ଵିକେଟ ଭାବେ ଇଭିନ ଲୁଇସ (୩୨ ରନ, ୩୦ ବଲ)କୁ ହରାଇଥିଲା। ସଣ୍ଟନରଙ୍କ ବ୍ରାଭୋଙ୍କୁ କ୍ୟାଚ ଦେଇ ଲୁଇସ ଆଉଟ ହୋଇଥିଲେ।

କ୍ରୁଣାଳ ପାଣ୍ଡ୍ୟା ମାତ୍ର ୧ ରନ କରି ପାଭଲିଅନ ଫେରିଥିବା ବେଳେ ଭାଇ ହାର୍ଦ୍ଦିକ ପାଣ୍ଡ୍ୟା ଅପରାଜିତ ୨୩ ରନ ଓ କିରନ ପୋଲାର୍ଡ ଅପରାଜିତ ୧୩ ରନ କରିଥିଲେ। ମୁମ୍ବାଇର ୪ର୍ଥ ଓ୍ଵିକେଟ ୧୨୨ ରନରେ ପଡ଼ିଥିଲା।

ସମ୍ବନ୍ଧିତ ଖବର