ନିଜ ଟିମ୍‌ର ଖେଳାଳିଙ୍କୁ ୪ ଦିନିଆ ଛୁଟି ଦେଲା ମୁମ୍ବାଇ ଇଣ୍ଡିଆନସ୍‌, କହିଲା- ବ୍ୟାଟ୍‌-ବଲ୍‌ରୁ ଦୂରରେ ରହି ପରିବାରକୁ ଦିଅ ସମୟ

ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନସ୍‌ ନିଜର ସମସ୍ତ ଖେଳାଳିଙ୍କୁ ୪ ଦିନିଆ ବ୍ରେକ୍‌ ଦେଇଛି। ଟିମ୍‌ ପକ୍ଷରୁ କୁହାଯାଇଛି ଯେ, ଏହି ୪ ଦିନ ମଧ୍ୟରେ ଖେଳାଳିମାନେ ନିଜର ପରିବାରକୁ ସମୟ ଦେଇ ଅନ୍ତିମ ପର୍ଯ୍ୟାୟରେ ଖେଳାଯିବାକୁ ଥିବା ମ୍ୟାଚ୍‌ରେ ୧୦୦ ପ୍ରତିଶତ ଯୋଗଦାନ ଦିଅନ୍ତୁ। ଆଇପିଏଲ୍‌ ପରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ବିଶ୍ୱକପ୍‌ ଖେଳାଯିବ ଏବଂ ଏଥିପାଇଁ ବିରାଟ କୋହଲି ଖେଳାଳିଙ୍କୁ ପ୍ରସ୍ତୁତି ରହିବା ପାଇଁ ପୂର୍ବରୁ ପରାମର୍ଶ ଦେଇଛନ୍ତି।

ମୁମ୍ବାଇ ଟିମ୍‌ରେ ସାମିଲ ଥିବା ରୋହିତ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଯଶପ୍ରୀତ ବୁମରା ଆଗାମୀ ବିଶ୍ୱକପ୍‌ ଖେଳିବେ। ଟିମ୍‌ ସୂତ୍ରରୁ ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ, ଖେଳାଳିଙ୍କ ସ୍ୱାଧୀନତାକୁ ଆମେ ପ୍ରାଥମିକତା ଦେଉଛୁ ଏବଂ ତାଙ୍କୁ ଏକ ପରାମର୍ଶ ଦିଆଯାଇଛି ଯେ, ଯାହା ବି କରନ୍ତୁ ସେମାନେ ବ୍ୟାଟ୍‌ ଏବଂ ବଲ୍‌ ଠାରୁ ଦୂରରେ ରୁହନ୍ତୁ। ସେମାନେ ୪ ଦିନ ପାଇଁ ଶାନ୍ତିରେ ବିଶ୍ରାମ କରନ୍ତୁ। ମୁମ୍ବାଇର ଆଗାମୀ ମୁକାବିଲା ଏପ୍ରିଲ ୨୬ରେ ଚେନ୍ନାଇ ସୁପର କିଙ୍ଗସ୍‌ ସହିତ ହେବ। ଏଥି ପାଇଁ ଖେଳାଳିମାନଙ୍କୁ ଏପ୍ରିଲ ୪ ଦିନ ଛୁଟି ଦିଆଯାଇଛି ବୋଲି ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି।

ସମ୍ବନ୍ଧିତ ଖବର