ଇରାନୀୟ ମହିଳା ମୁଷ୍ଟିଯୋଦ୍ଧାଙ୍କ ବିରୋଧରେ ଗିରଫ ପରୱାନା

ତେହେରାନ: ଫ୍ରାନ୍ସର ଏକ ପେସାଦାର ମୁଷ୍ଟିଯୁଦ୍ଧ ଲଢ଼େଇରେ ଅବତୀର୍ଣ୍ଣ ହେବା ଇରାନୀୟ ମହିଳା ମୁଷ୍ଟିଯୋଦ୍ଧା ସଦଫ ଖାଦିମଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଇରାନ ସରକାର ତାଙ୍କ ବିରୋଧରେ ଏଥିନେଇ ଗିରଫ ପରୱାନା ଜାରି କରିଛନ୍ତି। ଏକଥା ଜାଣିବା ପରେ ଖାଦିମ ତାଙ୍କ ସ୍ବଦେଶ ପ୍ରତ୍ୟା‌ବର୍ତନକୁ ସ୍ଥଗିତ ରଖିଛନ୍ତି। ଇରାନ ଅଧିକାରୀମାନେ କିନ୍ତୁ ଏହି ଖବରକୁ ଖଣ୍ଡନ କରିଛନ୍ତି। ତେବେ ଖାଦମଙ୍କ ସହ ଲଢ଼େଇ ଆୟୋଜକ ତଥା ଇରାନର ପୂର୍ବତନ ମୁଷ୍ଟିଯୋଦ୍ଧା ମହୟାର ମୋନସିପୁରଙ୍କ ବିରୋଧରେ ମଧ୍ୟ ଗିରଫ ପରୱାନା ଜାରି ହୋଇଥିବା ଜଣାପଡ଼ିଛି। ଇରାନରେ ଜନ୍ମଗ୍ରହଣ କରିଥିବା ମୋନସିପୁର ସଂପ୍ରତି ଫ୍ରାନ୍ସ ନାଗରିକତା ଗ୍ରହଣ କରିନେଇଛନ୍ତି। ମୌଳବାଦୀ ଇସ୍‌ଲାମୀୟ ରାଷ୍ଟ୍ର ଇରାନରେ କ୍ରୀଡ଼ା କ୍ଷେତ୍ରକୁ ମହିଳାଙ୍କ ପ୍ରବେଶ ଉପରେ ଯଥେଷ୍ଟ ଅଙ୍କୁଶ ରହିଛି। ନିକଟ ଅତୀତରେ ଅବଶ୍ୟ ଏହି ନିୟମକୁ କିଛିଟା କୋହଳ କରାଯାଇଛି।

ସମ୍ବନ୍ଧିତ ଖବର