ଗୌତମ ଗମ୍ଭୀରଙ୍କ ପରେ ସକ୍ରିୟ ରାଜନୀତିରେ ଯୋଗ ଦେଇ ପାରନ୍ତି କ୍ରିକେଟର ଇର୍‌ଫାନ୍‌ ପଠାନ

ନୂଆଦିଲ୍ଲୀ : କିଛି ଦିନ ତଳେ କ୍ରିକେଟର ଗୌତମ ଗମ୍ଭୀର ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ରାଜନୀତିରେ ପାଦ ଦେଇ ସେ ଏବେ ପୂର୍ବ ଦିଲ୍ଲୀରୁ ବିଜେପି ପାଇଁ ଲୋକସଭା ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି । ହଠାତ୍‌ ଜଣେ କ୍ରିକେଟରଙ୍କ ରାଜନୀତିରେ ଯୋଗ ଦେବା ଖବରକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଏବେ ଆଉ ଜଣେ କ୍ରିକେଟର ରାଜନୀତିରେ ଯୋଗ ଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି । କ୍ରିକେଟର ଇର୍‌ଫାନ୍‌ ପଠାନ୍‌ ଖୁବ୍‌ ଶୀଘ୍ର ରାଜନୀତିରେ ପାଦ ଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଥିବା ବେଳେ ଏହି ଚର୍ଚ୍ଚା ତାଙ୍କର ଏକ ସାକ୍ଷାତକାରକୁ ଆଧାର କରି କରାଯାଉଛି ।

 

View this post on Instagram

 

Work ✅. Travel ✅. VOTING ✅

A post shared by Irfan Pathan (@irfanpathan_official) on

 

ସୂଚନା ମୁତାବକ, ବୁଧବାର ଗୁଜୁରାଟର ବଡ଼ୋଦରାକୁ ଯାଇ ନିଜର ମତଦାନ କରିଥିଲେ ଇର୍‌ଫାନ୍‌ ପଠାନ । ମତଦାନ ପରେ ସେ ବାହାରେ ଥିବା ସାମ୍ବାଦିକମାନଙ୍କ ସହ କଥା ହୋଇ କିଛି ବିଷୟ ଉପରେ ନିଜର ମତ ରଖିଥିଲେ । ରାଜନୀତିରେ ଯୋଗ ଦେବା ପାଇଁ ତାଙ୍କୁ ପ୍ରଶ୍ନ କରାଯିବା ପରେ, ମୁଁ ଦେଶର ଜନତାଙ୍କ ପାଇଁ କ୍ରିକେଟ ଖେଳି ଆସିଛି । ଭାବିଷ୍ୟତରେ ସୁଯୋଗ ମିଳିଲେ ଦେଶର ସେବା କରିବି ବୋଲି କହିଥିଲେ ଇର୍‌ଫାନ। ତାଙ୍କର ଏଭଳି ବୟାନ ପରେ ସେ ମଧ୍ୟ କୌଣସି ଦଳରେ ଯୋଗ ଦେଇ ରାଜନୀତିରେ ପ୍ରବେଶ କରି ପାରନ୍ତି ବୋଲି ଆଶଙ୍କା କରାଯାଉଛି ।

ସମ୍ବନ୍ଧିତ ଖବର