ରୁଷିଆ ପହଞ୍ଚିବାରେ ଇରାନ୍‌ ପ୍ରଥମ

0 158

ମସ୍କୋ: ଫିଫା ବିଶ୍ୱକପ୍‌ ଲାଗି ଇରାନ୍‌ ପ୍ରଥମ ଦଳ ଭାବେ ମଙ୍ଗଳବାର ରୁଷିଆରେ ପାଦ ଥାପିଛି। ଇରାନ୍‌ ପୂର୍ବତନ ବିଜେତା ସ୍ପେନ୍‌, ସଦ୍ୟ ୟୁରୋପୀୟ ବିଜେତା ପର୍ତୁଗାଲ୍‌ ଏବଂ ମରକ୍କୋ ସହ ଗ୍ରୁପ୍‌-ବିରେ ସ୍ଥାନ ପାଇଛି। ଲୋକୋମୋତିଭ ବାକୋଭକା ପ୍ରଶିକ୍ଷକ ସେଣ୍ଟର୍‌ରେ ଇରାନ୍‌ ଖେଳାଳିମାନେ ଅଭ୍ୟାସ କରିବେ। ଜୁନ୍‌ ୮ରେ ଲିଥୁଆନିଆ ସହ ଅଭ୍ୟାସ ମ୍ୟାଚ୍‌ ଖେଳିବା ପରେ ଜୁନ୍‌ ୧୫ରେ ସେଣ୍ଟ୍‌ ପିଟର୍ସବର୍ଗ ଷ୍ଟାଡିୟମରେ ମରକ୍କୋ ବିପକ୍ଷରୁ ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିବ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.