ଅଭିନୟରେ ପକ୍କା, ଖେଳରେ କଚ୍ଚା: ବାୟୋପିକ୍‌ ପାଇଁ ଶ୍ରଦ୍ଧାଙ୍କ ପ୍ରସ୍ତୁତିରେ ଖୁସି ନାହାନ୍ତି ସାଇନା

ନୂଆଦିଲ୍ଲୀ: ଏବେ ଯୁଗର ନିର୍ମାତାମାନଙ୍କର ପ୍ରଥମ ପସନ୍ଦ ହେଉଛି ବାୟୋପିକ୍‌। ଇତିମଧ୍ୟରେ ଅନେକ ବ୍ୟକ୍ତିଙ୍କର ଜୀବନୀକୁ ନେଇ ବଲିଉଡ୍‌ରେ ଚଳଚ୍ଚିତ୍ର ହୋଇସାରିଲାଣି। ନିକଟରେ ସଞ୍ଜୟ ଦତ୍ତଙ୍କ ଜୀବନୀ ଉପରେ ଆଧାରିତ୍‌ ଚଳଚ୍ଚିତ୍ର ‘ସଞ୍ଜୁ’ ସୁପରଡୁପର୍‌ ହିଟ୍‌ ହେବା ପରେ ଆହୁରି ଅନେକଙ୍କ ବାୟୋପିକ୍‌ ବଜାରରେ ଆସିବାକୁ ପ୍ରସ୍ତୁତ ହେଉଛି। ସେମାନଙ୍କ ମଧ୍ୟରୁ ଅନ୍ୟତମ ବ୍ୟକ୍ତିତ୍ୱ ହେଉଛନ୍ତି ବ୍ୟାଡମିଣ୍ଟନ୍‌ ଖେଳାଳି ସାଇନା ନେହେଓ୍ଵାଲ୍‌।

୨୦୧୭ ମସିହା ଏପ୍ରିଲ୍‌ରେ ଜାଣିବାକୁ ମିଳିଥିଲା ଯେ ସାଇନାଙ୍କ ଚରିତ୍ରକୁ ପରଦାରେ ଫୁଟାଇବେ ଚୁଲ୍‌ବୁଲି ଶ୍ରଦ୍ଧା କପୁର। ଏଥିପାଇଁ ଶ୍ରଦ୍ଧା ସୁଟିଂ କାର୍ଯ୍ୟ ବି ଆରମ୍ଭ କରି ଦେଇଥିବା ସୂଚନା ରହିଥିଲା। କେବଳ ସୁଟିଂ କାହିଁକି, ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ପ୍ରାୟ ବର୍ଷେ ହେବ ଶ୍ରଦ୍ଧା ବ୍ୟାଡ୍‌ମିଣ୍ଟନ୍‌ ଖେଳିବା ପ୍ରାକ୍ଟିସ୍‌ ବି ଜାରି ରଖିଛନ୍ତି, ଚରିତ୍ରକୁ ଜୀବନ୍ତ ଭାବେ ପ୍ରତିପାଦନ କରିବା ଦୃଷ୍ଟିରୁ ଦେଖିଲେ ଶ୍ରଦ୍ଧାଙ୍କର ଏ ନିଷ୍ପତ୍ତି ପ୍ରଶଂସନୀୟ।

ମାତ୍ର ଶୁଣିବାକୁ ଟିକେ ଅଡୁଆ ଲାଗୁଥିଲେ ବି କଥାଟି ସତ ଯେ ଶ୍ରଦ୍ଧାଙ୍କ ବ୍ୟାଡ୍‌ମିଣ୍ଟନ୍‌ ପ୍ରାକ୍ଟିସ୍‌ରେ ଖୁସି ନାହାନ୍ତି ସାଇନା। ସେ ଚାହାନ୍ତି ଶ୍ରଦ୍ଧା ଆହୁରି ଟିକେ ନିଜକୁ ଖେଳ ସହ ଯୋଡ଼ନ୍ତୁ। ସେହି କାରଣରୁ ହିଁ ଚଳଚ୍ଚିତ୍ରର ସୁଟିଂ କାର୍ଯ୍ୟ ଧିମେଇ ଧିମେଇ ଚାଲିଛି। ଶ୍ରଦ୍ଧାଙ୍କର ବ୍ୟାଡ୍‌ମିଣ୍ଟନ ଖେଳ ଉପରେ ଆଉ ଟିକେ ବେଶି ଦକ୍ଷତା ଆସିଗଲେ ପ୍ରକଳ୍ପ ଆଗେଇବ ବୋଲି ସାଇନା ଗଣମାଧ୍ୟମକୁ ଜଣାଇଛନ୍ତି।

ସମ୍ବନ୍ଧିତ ଖବର