ବିଶ୍ୱକପ ଫାଇନାଲକୁ ନେଇ ବିବାଦ, କ’ଣ ଅମ୍ପାୟାରଙ୍କ ଭୁଲ ନିଷ୍ପତ୍ତି ଯୋଗୁଁ ନ୍ୟୁଜିଲାଣ୍ଡ ହାତରୁ ବିଶ୍ୱକପ ଖସିଗଲା ?

ନୂଆଦିଲ୍ଲୀ : ବିଶ୍ୱକପ କ୍ରିକେଟ ଫାଇନାଲର ରୋମାଞ୍ଚକର ମ୍ୟାଚ ପରେ ଗତ କାଲି ଇଂଲାଣ୍ଡକୁ ବିଜେତା ଘୋଷଣା କରାଯାଇଥିଲା । କିନ୍ତୁ ଏହାକୁ ନେଇ ବିବାଦ ବଢିବାରେ ଲାଗିଛି । ଏପରିକି କେତେକ ପୂର୍ବତନ ଅମ୍ପାୟାର ଓ ଖେଳାଳୀ ଆଇସିସିର ନିୟମ ଓ ଫାଇନାଲ ମ୍ୟାଚରେ ଥିବା ଅମ୍ପାୟାରଙ୍କ  ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଫାଇନାଲ ମ୍ୟାଚର ଶେଷ ୩ଟି ବଲରେ ଇଂଲାଣ୍ଡ ୯ ରନ ଆବଶ୍ୟକ କରୁଥିଲା ।

କିନ୍ତୁ ପରବର୍ତ୍ତି ବଲରେ ହୋଇଥିବା ଓଭର ଥ୍ରୋ ମ୍ୟାଚର ଗତି ବଦଳାଇଦେଇଥିଲା । ଏହି ବଲରେ ବେନ ଷ୍ଟ୍ରୋକ୍ସ ୨ୟ ରନ ନେବାକୁ  ଡେଇଁଥିବାବେଳେ ମାର୍ଟିନ ଗପ୍ଟିଲଙ୍କ ଏକ ଥ୍ରୋ ତାଙ୍କ ବ୍ୟାଟରେ ବାଜି ବାଉଣ୍ଡରୀ ପାର ହୋଇଯାଇଥିଲା । ଏଥିପାଇଁ  ଇଂଲାଣ୍ଡ ମୋଟ ୬ ରନ ( ୨ ରନ + ୪ ରନ) ପାଇଥିଲା । କିନ୍ତୁ ଏଠାରେ ଇଂଲାଣ୍ଡକୁ ୫ ରନ ଦେବାର ଥିଲା ବୋଲି ପୂର୍ବତନ ଅମ୍ପାୟାର ସାଇମଣ୍ଡ ଟଫେଲ କହିଛନ୍ତି । ସେ କହିଛନ୍ତି ଯେ ଆଇସିସିର ନିୟମ ଅନୁସାରେ ଷ୍ଟୋକ୍ସ ୨ୟ ରନ ପୂରଣ କରିବା ପୂର୍ବରୁ ହିଁ ବଲ ତାଙ୍କ ବ୍ୟାଟରେ ବାଜିଥିଲା । ଏଣୁ ଇଂଲାଣ୍ଡକୁ ୧ ରନ ଓ ଓଭର ଥ୍ରୋ ବାବଦରେ ୪ ରନ ମିଶାଇ ମୋଟ ୫ ରନ ଦେବାର ଥିଲା । କିନ୍ତୁ ଅମ୍ପାୟାର ୬ ରନ ଦେବାରୁ ବିଶ୍ୱକପ ନ୍ୟୁଜିଲାଣ୍ଡ ହାତକୁ ଚାଲିଯାଇଥିଲା ।

ସମ୍ବନ୍ଧିତ ଖବର