ଈଶାନ୍ତ-ଜାଦେଜା ଝଗଡ଼ା

ପର୍ଥ: ବିଗତ ଦୁଇ ଦିନ ଧରି ଲାଗି ରହିଥିବା ଟିମ୍ ପେନ୍-ବିରାଟ କୋହଲି ବାକ୍ୟ ବିନିମୟ ବିବାଦ ପଞ୍ଚମ ଦିନରେ ଥଣ୍ଡା ପଡ଼ିଯାଇଛି। କିନ୍ତୁ ଚତୁର୍ଥ ଦିନର ଏକ ଘଟଣା ପଞ୍ଚମ ଦିନରେ ପଦାକୁ ଆସିଥିଲା। ଭାରତୀୟ ଦଳର ଦ୍ରୁତ ବୋଲର ଈଶାନ୍ତ ଶର୍ମା ଏବଂ ବଦଳ ଖେଳାଳି ରବୀନ୍ଦ୍ର ଜାଦେଜାଙ୍କ ମଧ୍ୟରେ ବାକ୍ୟ ବିନିମୟ ଏବେ ନୂଆ ଚର୍ଚା ଆଣିଛି। ପଡ଼ିଆ ସଜାଇବାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ଏଭଳି ବାକ୍ୟ ବିନିମୟ ହୋଇଥିବା ଜଣାପଡ଼ିଛି। ଉଭୟ ମୁହାଁମୁହିଁ ସ୍ଥିତିକୁ ଆସିଥିଲେ ମଧ୍ୟ କୁଲଦୀପ୍‌ ଯାଦବ ଏବଂ ମହମ୍ମଦ ସାମି ସେମାନଙ୍କୁ ଅଲଗା କରିଥିଲେ।

ସମ୍ବନ୍ଧିତ ଖବର