ଭୁଲ ଶୈଳୀରେ ଉତ୍ସାହ ମନାଇବା ମହଙ୍ଗା ପଡ଼ିଲା, ଆଇସିସି ଲଗାଇଲା ଜରିମାନା, ଈଶାନ୍ତ ହରାଇଲେ ୧୫% ଫି

ବର୍ମିଂହାମ: ଭାରତର ଦ୍ରୁତ ବୋଲର ଈଶାନ୍ତ ଶର୍ମା ଇଂଲଣ୍ଡ ବ୍ୟାଟସ୍‌ମ୍ୟାନ୍‌ ଡେଭିଡ ମଲାନଙ୍କ ଓ୍ଵକେଟ୍‌ର ଭିନ୍ନ ଶୈଳୀରେ ଉତ୍ସାହିତ ହୋଇଥିବାରୁ ଶନିବାର ମ୍ୟାଚ୍‌ ଶୁଲ୍କର ୧୫ ପ୍ରତିଶତ ଜରିମାନା ଦେବେ ବୋଲି ଆଇସିସି କହିଛି। ଈଶାନ୍ତ ପ୍ରଥମ ଟେଷ୍ଟ ମ୍ୟାଚ୍‌ର ୩ୟ ଦିନରେ ମଲାନ ଆଉଟ୍‌ ହେବା ପରେ ଭୁଲ ଶୈଳୀରେ ଉତ୍ସାହ ମନାଇଥିଲେ। ଏଥି ସହିତ ଈଶାନ୍ତଙ୍କ ନାମରେ ଏକ କଳା ସଂଖ୍ୟା ମଧ୍ୟ ଯୋଡ଼ାଯିବ ବୋଲି ଆଇସିସି କହିଛି।

ବର୍ମିଂହାମରେ ଭାରତର ଜିତିବା ସ୍ୱପ୍ନ ତୁଟିଲା 

ବର୍ମିଂହାମ: ଭାରତ ୧୯୪ ରନ୍‌ ଲକ୍ଷ୍ୟ ନେଇ ୨ୟ ଇନିଂସ ବ୍ୟାଟିଂ କରିଥିବା ବେଳେ ସମସ୍ତ ଓ୍ଵିକେଟ୍‌ ହରାଇ ୧୬୨ ରନ୍‌ରେ ଅଲ ଆଉଟ୍‌ ହୋଇଯାଇଛି। ଫଳରେ ପ୍ରଥମ ଟେଷ୍ଟକୁ ଇଂଲଣ୍ଡ ୩୧ ରନ୍‌ରେ ଜିତିବା ସହିତ ଶୃଙ୍ଖଳାର ୧-୦ ଅଗ୍ରଣୀ ଲାଭ କରିଛି। ଚତୁର୍ଥ ଦିନରେ ଭାରତ ୫/୧୧୦ ରନ୍‌ରୁ ବ୍ୟାଟିଂ କରିଥିବା ବେଳେ ମାତ୍ର ୫୨ ରନ୍‌ରେ ଶେଷ ୫ଟି ଓ୍ଵିକେଟ୍‌କୁ ହରାଇଥିଲା।

ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଶନିବାର ୮ ରନ୍‌ ଓ ଦିନେଶ କାର୍ତ୍ତିକ ୨ ରନ୍‌ କରି ଆଉଟ୍‌ ହେବା ପରେ ଭାରତ ଏକ ପ୍ରକାର ପରାଜିତ ହେବ ବୋଲି ସ୍ପଷ୍ଟ ହୋଇଯାଇଥିଲା। ହାର୍ଦ୍ଦିକ ପାଣ୍ଡ୍ୟା ୪ଟି ଚୌକା ସହାୟତାରେ ୩୧ ରନ୍‌ ଯୋଡ଼ି ଦଳକୁ ବିଜୟ ଦେବାର ଆଶା ରଖିଥିଲେ ମଧ୍ୟ ତାଙ୍କ ସ୍ୱପ୍ନ ପୂରା ହୋଇ ପାରି ନାହିଁ। ମହମ୍ମଦ ସାମି କୌଣସି ରନ୍‌ ନକରି ଫେରିଥିବା ବେଳେ ଈଶାନ୍ତ ଶର୍ମା ୧୧ ରନ୍‌ ସଂଗ୍ରହ କରିଥିଲେ। ଶେଷ ବ୍ୟାଟସ୍‌ମ୍ୟାନ ଉମେଶ ଯାଦବ ୮ଟି ବଲ ସମ୍ମୁଖୀନ ହୋଇ କୌଣସି ରନ୍‌ କରି ନଥିଲେ।

ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ଏକ ବୟାନ ଜାରି କରି କହିଛି, ଆଇସିସିର ଖେଳାଳିଙ୍କ ଆଚରଣ ବିଧି ଉଲଂଘନ କରିବା ଯୋଗୁଁ ଈଶାନ୍ତଙ୍କ ଉପରେ ମ୍ୟାଚର ୧୫ ପ୍ରତିଶତ ଜରିମାନା ଲାଗିଛି। ଈଶାନ୍ତ ଆଚରଣ ବିଧିର ଅନୁଚ୍ଛେଦ ୨.୧.୭ ଉଲଂଘନ କରିଛନ୍ତି, ଯେଉଁଥିରେ ବିରୋଧୀ ଖେଳାଳିଙ୍କ ବିରୋଧରେ ଭୁଲ ଶବ୍ଦ ବ୍ୟବହାର କଲେ ଦଣ୍ଡ ଦିଆଯିବା ବ୍ୟବସ୍ଥା ଅଛି। ବୟାନରେ କୁହାଯାଇଛି ଯେ, ଏହି ଘଟଣା ଶୁକ୍ରବାର ପ୍ରଥମ ସେସନ୍‌ରେ ଦେଖିବାକୁ ମିଳିଥିଲା।

 

ସମ୍ବନ୍ଧିତ ଖବର