ଓଭାଲ ଟେଷ୍ଟ: ଇଂଲଣ୍ଡ ବିରୋଧରେ ବିଶ୍ୱକପ୍‌ ବିଜୟୀ ଅଧିନାୟକ କପିଳ ଦେବଙ୍କ ସମକକ୍ଷ ହେଲେ ଈଶାନ୍ତ ଶର୍ମା

ଲଣ୍ଡନ: ଇଂଲଣ୍ଡ ବିରୋଧରେ ୫ମ ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ଦ୍ରୁତ ବୋଲର ଈଶାନ୍ତ ଶର୍ମା ବିଶ୍ୱକପ୍‌ ବିଜୟୀ ଅଧିନାୟକ କପିଳ ଦେବଙ୍କ ସମକକ୍ଷ ହୋଇଛନ୍ତି। ବର୍ତ୍ତମାନ ଈଶାନ୍ତଙ୍କ ପାଖରେ ରେକର୍ଡ ଅତିକ୍ରମ କରିବାର ସୁଯୋଗ ଆସିଛି। ପ୍ରଥମ ଦିନରେ ୩ଟି ଓ୍ଵିକେଟ୍‌ ନେଇଥିବା ଈଶାନ୍ତ ଶର୍ମା ଓଭାଲ ଟେଷ୍ଟ ମାଧ୍ୟମରେ କପିଳ ଦେବଙ୍କ ରେକର୍ଡ ଭଙ୍ଗ କରିବାରେ ସୁଯୋଗ ପାଇଛନ୍ତି। କାରଣ କପିଳ ଦେବ ଇଂଲଣ୍ଡରେ ୧୩ଟି ଟେଷ୍ଟ ମ୍ୟାଚ୍‌ରେ ୪୩ଟି ଓ୍ଵିକେଟ୍‌ ନେଇଥିଲେ। ଈଶାନ୍ତ ଶର୍ମା ୧୨ଟି ଟେଷ୍ଟ ମ୍ୟାଚ୍‌ରେ ୪୩ଟିି ଓ୍ଵିକେଟ୍‌ ନେଇଛନ୍ତି।

ଏହା ପୂର୍ବରୁ ଈଶାନ୍ତ ଶର୍ମା ୪ର୍ଥ ଟେଷ୍ଟ ମ୍ୟାଚ୍‌ରେ ଭାରତ ପକ୍ଷରୁ ୨୫୦ ଓ୍ଵିକେଟ ନେବାରେ ୩ୟ ବୋଲର ହୋଇପାରିଛନ୍ତି। ଇଂଲଣ୍ଡରେ ସର୍ବାଧିକ ଓ୍ଵିକେଟ ନେଇଥିବା ଭାରତୀୟ ବୋଲର କପିଳ ଦେବଙ୍କୁ ପଛରେ ପକାଇବାକୁ ସୁଯୋଗ ଆସିଛି। ଏହି ମ୍ୟାଚରେ ୧୯ ବର୍ଷ ପରେ ଆନ୍ଧ୍ର ପ୍ରଦେଶର କୌଣସି ଖେଳାଳିକୁ ଟେଷ୍ଟ ଡେବ୍ୟୁ କରିବାରେ ସୁଯୋଗ ମିଳିଛି। ହନୁମାଙ୍କ ପୂର୍ବରୁ ଆନ୍ଧ୍ରପ୍ରଦେଶର ଏମ୍‌ଏସ୍‌କେ ପ୍ରସାଦ ଭାରତୀୟ ଟିମ୍‌ରେ ଡେବ୍ୟୁ କରିଥିଲେ। ପ୍ରସାଦ ବର୍ତ୍ତମାନ ରାଷ୍ଟ୍ରୀୟ ଚୟନକର୍ତ୍ତା ମୁଖ୍ୟ ପଦରେ ଅଛନ୍ତି।

ଚଳିତ ଶୃଙ୍ଖଳାରେ ଭାରତୀୟ ବୋଲରମାନେ ଏପର୍ଯ୍ୟନ୍ତ ୫୮ଟି ଓ୍ଵକେଟ୍‌ ନେଇଛନ୍ତି। ଏଥିରେ ଈଶାନ୍ତ ଶର୍ମାଙ୍କୁ ୧୮, ମହମ୍ମଦ ସାମିଙ୍କୁ ୧୪, ଜସପ୍ରୀତ ବୁବରାଙ୍କୁ ୧୩, ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୧୦ ଓ ଉମେଶ ଯାଦବଙ୍କୁ ୩ଟି ଓ୍ଵିକେଟ୍‌ ମିଳିଛି। ଏହା ପୂର୍ବରୁ ୧୯୭୯-୮୦ରେ ଭାରତୀୟ ବୋଲର ମାନେ ପାକିସ୍ତାନ ବିରୋଧରେ ଏକ ଶୃଙ୍ଖଳାରେ ୫୮ଟି ଓ୍ଵିକେଟ ନେଇଥିଲେ।

ସମ୍ବନ୍ଧିତ ଖବର