ଆଇଏସ୍‌ଏସ୍‌ଏଫ୍‌ ବିଶ୍ବକପ୍‌: ମନୁ, ହୀନା ବିଫଳ

ବେଜିଂ: ଏଠାରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍‌ ବିଶ୍ବକପ୍‌ରେ ମଙ୍ଗଳବାର ଫାଇନାଲ୍‌ ପ୍ରବେଶ କରିବା ସତ୍ତ୍ବେ ଦୁଇ ଭାରତୀୟ ବନ୍ଧୁକଚାଳକ ଅପୂର୍ବୀ ଚାନ୍ଦିଲା ଓ ଅଞ୍ଜୁମ୍‌ ମୁଦ୍‌ଗିଲ୍‌ ପଦକରୁ ବଞ୍ଚିତ ହୋଇଥିଲେ। ବୁଧବାର ମଧ୍ୟ ଭାରତକୁ ପୁଣି ନିରାଶ ହେବାକୁ ପଡ଼ିଛି। ୧୦ ମିଟର ଏୟାର ପିସ୍ତଲ ବର୍ଗରେ ମନୁ ଭାକେର୍‌ ଓ ହୀନା ସିଧୁ ଫାଇନାଲ୍‌ ପ୍ରବେଶ କରିବାରେ ବିଫଳ ହୋଇଥିଲେ। ଯୋଗ୍ୟତା ପର୍ଯ୍ୟାୟରେ ମନୁ ୫୭୫ ଏବଂ ହୀନା ୫୭୨ ସଟ୍‌ ସହ ଯଥାକ୍ରମେ ସପ୍ତଦଶ ଓ ୨୬ତମ ସ୍ଥାନ ପାଇ ଭାରତକୁ ନିରାଶ କରିଥିଲେ। ସେହିପରି ପୁରୁଷରେ ଚୈନ୍‌ ସିଂହ (୧୧୬୫) ଯୋଗ୍ୟତା ପର୍ଯ୍ୟାୟରେ ୨୭ତମ, ପରୁଲ କୁମାର (୧୧୬୪) ୩୩ତମ ଏବଂ ସଞ୍ଜୀବ ରାଜ୍‌ପୁତ୍ (୧୧୪୫) ୫୮ତମ ସ୍ଥାନରେ ରହି ଫାଇନାଲ୍‌ ଆଶା ହରାଇଥିଲେ। ତେବେ ପଦକ ପର୍ଯ୍ୟାୟରେ ପହଞ୍ଚିଥିବା ଯଶସ୍ବିନୀ ସିଂହ ଦେଶୱାଲ୍‌ ମହିଳା ୧୦ ମିଟର ଏୟାର ପିସ୍ତଲ ବର୍ଗରେ ଦଶମ ସ୍ଥାନ ପାଇବା ଭାରତୀୟଙ୍କ ମଧ୍ୟରେ ଶ୍ରେଷ୍ଠ ପ୍ରଦର୍ଶନ ଥିଲା। ଯୋଗ୍ୟତା ସ୍କୋ‌ର୍‌ ୫୭୮ ଥିଲା ବେଳେ ଯଶସ୍ବିନୀ ୫୭୭ ସ୍କୋର୍‌ କରିପାରିଥିଲେ।

ସମ୍ବନ୍ଧିତ ଖବର