ଗାଭାସ୍କରଙ୍କ ଦଳରେ ରୋହିତ, ଜାଦେଜା

କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର ମଧ୍ୟ ନିଜସ୍ବ ବିଶ୍ବକପ୍ ଏକାଦଶ ବାଛିଛନ୍ତି। ଏଥିରେ ସେ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ୱିଲିୟମସନଙ୍କ ସହ ଭାରତୀୟ ଉପ ଅଧିନାୟକ ରୋହିତ ଶର୍ମା, ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା ଓ ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କୁ ସ୍ଥାନ ଦେଇଛନ୍ତି। ହେଲେ ବିରାଟ କୋହଲି ଓ ମହେନ୍ଦ୍ର ସିଂହ ଧୋନିଙ୍କୁ ନେଇ ନାହାନ୍ତି। ପୂର୍ବତନ ଭାରତୀୟ ଖେଳାଳି ମହମ୍ମଦ କୈଫ ବି ଏକ ବିଶ୍ବକପ୍ ଦଳ ବାଛିଛନ୍ତି। ଏଥିରେ ରବୀନ୍ଦ୍ର ଜାଦେଜା ଦ୍ବାଦଶ ଖେଳାଳି ଭାବେ ଅଛନ୍ତି। ଗାଭାସ୍କରଙ୍କ ବିଶ୍ବକପ୍ ଏକାଦଶ : ରୋହିତ ଶର୍ମା, ଡେଭିଡ୍ ୱାର୍ନର, ଜୋ ରୁଟ୍, କେନ୍ ୱିଲିୟମସନ୍, ସକିବ-ଅଲ୍-ହାସନ, ଆଲେକ୍ସ କାରେ, ବେନ୍ ଷ୍ଟୋକ୍ସ, ମିଚେଲ ଷ୍ଟାର୍କ, ରବୀନ୍ଦ୍ର ଜାଦେଜା, ‌ଜୋଫ୍ରା ଆର୍ଚର, ଯଶପ୍ରୀତ ବୁମରା। କୈଫଙ୍କ ବିଶ୍ବକପ୍ ଦଳ: କେନ୍ ୱିଲିୟମସନ୍ (ଅଧିନାୟକ), ଜାସନ ରୟ, ଡେଭିଡ୍ ୱାର୍ନର, ରୋହିତ ଶର୍ମା, ସକିବ-ଅଲ୍-ହାସନ, ବେନ୍ ଷ୍ଟୋକ୍ସ, ଆଲେକ୍ସ କାରେ, ମିଚେଲ ଷ୍ଟାର୍କ, ‌ଜୋଫ୍ରା ଆର୍ଚର, ଲୋକି ଫର୍ଗୁସନ୍, ଯଶପ୍ରୀତ ବୁମରା, ରବୀନ୍ଦ୍ର ଜାଦେଜା (ଦ୍ବାଦଶ ଖେଳାଳି)।

ସମ୍ବନ୍ଧିତ ଖବର