ଯଦୁପୁର କପ୍‌ କ୍ୱାର୍ଟରରେ କାଶୀପୁର

ଭୁବନେଶ୍ୱର: ଯଦୁପୁର ଷ୍ଟାର୍ସ ଏବଂ  ମିର୍‌ ମହଲର ମିଳିତ ଉଦ୍ୟମରେ ଆୟୋଜିତ ହେଉଥିବା ଦ୍ୱିତୀୟ ଯଦୁପୁର କପ୍‌ ଆଇ କାର୍ଡ ରେଡ୍‌ ଟେନିସ୍‌ ବଲ୍‌ କ୍ରିକେଟ୍‌ର ସୋମବାର ଅନୁଷ୍ଠିତ ପ୍ରି-କ୍ୱାର୍ଟର ଫାଇନାଲରେ ବିଜୟୀ ହୋଇ କାଶୀପୁର ଦଳ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ନଖରା ଏବଂ କାଶୀପୁର ମଧ୍ୟରେ ଆଜି ଖେଳା ଯାଇଥିବା ପ୍ରି-କ୍ୱାର୍ଟର ମୁକାବିଲାରେ ନଖରା ପ୍ରଥମେ ବ୍ୟାଟିଂ କରି ୧୫ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୧୧୫ ରନ୍‌ କରିଥିଲା। ଜବାବରେ କାଶୀପୁର ଦଳ  ୧୨.୪ ଓଭରରେ ୬ ଓ୍ଵିକେଟ୍‌ ହରାଇ ୧୨୨ ରନ୍‌ର ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ୨୪ ବଲ୍‌ରୁ ୫୪ ରନ୍‌ କରିଥିବା ପ୍ରୀତମ ଜେନା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଏସ୍‌ କେ ଅନଓ୍ଵାର ଅତିଥି ଭାବେ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ। ପ୍ରିନ୍ସ ଅଲ୍ଲୀ ଏବଂ ଏସ୍‌ କେ ଜସିମ ମ୍ୟାଚ୍‌ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର