ଯଦୁପୁର କପ୍‌: ଜଟଣୀକୁ ହରାଇଲା କାଶୀପୁର

ଭୁବନେଶ୍ୱର: ଯଦୁପୁର ଷ୍ଟାର୍ସ ଏବଂ ମିର୍‌ ମହଲର ମିଳିତ ଉଦ୍ୟମରେ ଆୟୋଜିତ ହେଉଥିବା ଦ୍ୱିତୀୟ ଯଦୁପୁର କପ୍‌ ଆଇ କାର୍ଡ ରେଡ୍‌ ଟେନିସ୍‌ ବଲ୍‌ କ୍ରିକେଟ୍‌ର ନବମ ମ୍ୟାଚ୍‌ରେ କାଶୀପୁର ଦଳ ୫ ଓ୍ଵିକେଟ୍‌ରେ ଜଟଣୀ ଦଳକୁ ପରାସ୍ତ କରିଛି। ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଜଟଣୀ ଦଳ ୧୫ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୧୧୩ ରନ୍‌ କରିଥିଲା। ଏହାର ଜବାବରେ ୧୧୪ ରନ୍‌ର ବିଜୟ ଲକ୍ଷ୍ୟକୁ କାଶୀପୁର ଦଳ ୧୨.୨ ଓଭରରେ ୫ ଓ୍ଵିକେଟ୍‌ ବିନିମୟରେ ହାସଲ କରି ନେଇଥିଲା। ଅମିର ମହମ୍ମଦ ଓ ଅର୍ଜୁନ ଆଜିର ଅତିଥି ଥିଲେ। କୃଷ୍ଣ ଚନ୍ଦ୍ର ମାର୍ଥା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଭାବେ ତାଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ। ଏସ୍‌ କେ ଟୁଟୁ ଓ ଏସ୍‌ କେ ଜସିମ ଖେଳ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର