ଯଦୁପୁର କପ୍‌ ସେମିରେ ଗୋଡ଼ା, କାଶିପୁର

ଭୁବନେଶ୍ୱର: ଯଦୁପୁର ଷ୍ଟାର୍ସ ଏବଂ ମିର୍‌ ମହଲର ମିଳିତ ଉଦ୍ୟମରେ ଆୟୋଜିତ ଦ୍ୱିତୀୟ ଯଦୁପୁର କପ୍‌ ଆଇ କାର୍ଡ ରେଡ୍‌ ଟେନିସ୍‌ ବଲ୍‌ କ୍ରିକେଟ୍‌ର ସେମିଫାଇନାଲ୍‌ରେ ଗୋଡ଼ାର ବାବା ଲୋକନାଥ କ୍ରିକେଟ୍‌ କ୍ଲବ୍‌ ଏବଂ କାଶିପୁର ସ୍ଥାନ ପକ୍କା କରିଛନ୍ତି। ରବିବାର ଦ୍ୱିତୀୟ କ୍ୱାର୍ଟର୍‌ ଫାଇନାଲ୍‌ରେ ଗୋଡ଼ା ଦଳ ୬ ଓ୍ଵିକେଟ୍‌ରେ ବାଲିଅନ୍ତାର ସ୍ପର୍ଟନ୍‌ ଏକାଦଶକୁ ଏବଂ ସୋମବାର ତୃତୀୟ କ୍ୱାର୍ଟର୍‌ ଫାଇନାଲ୍‌ରେ କାଶିପୁର ୩ ଓ୍ଵିକେଟ୍‌ରେ ଆଇଆର୍‌ସି ନୟାପଲ୍ଲୀକୁ ପରାସ୍ତ କରିଥିଲା। ସ୍ପର୍ତନ୍‌ ଏକାଦଶ ନିର୍ଧାରିତ ୧୫ ଓଭରରେ ୧୩୧/୯ କରିଥିଲା। ଜବାବରେ ଗୋଡ଼ା ୧୨.୫ ଓଭରରେ ୪ ଓ୍ଵିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ତୃତୀୟ କ୍ୱାର୍ଟର୍‌ରେ ନୟାପଲ୍ଲୀ ପ୍ରଥମେ ବ୍ୟାଟିଂ କରି ୧୫ ଓଭରରେ ୧୧୫/୯ କରିଥିଲା ବେଳେ କାଶିପୁର ଦଳ ୧୩.୫ ଓଭରରେ ୭ ଓ୍ଵିକେଟ୍‌ ହରାଇ ବିଜୟୀ ହୋଇଥିଲା। ବାଳ କୃଷ୍ଣ ଦ୍ୱିତୀୟ କ୍ୱାର୍ଟର୍‌ ଫାଇନାଲ୍‌ର ଏବଂ ପ୍ରୀତମ ଜେନା ତୃତୀୟ କ୍ୱାର୍ଟର୍‌ ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଅତିଥି ଭାବେ ହବିବ ଖାନ୍‌ ଏବଂ ସେଖ୍‌ ତାହିର ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ମ୍ୟାଚ୍‌ଗୁଡ଼ିକୁ ଅର୍ମାନ୍‌ ଅଲ୍ଲୀ, ରିୟାସତ୍‌ ଅଲ୍ଲୀ ଏବଂ ସୟଦ୍‌ ରିଆଜତ ଅଲ୍ଲୀ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର