ଯଦୁପୁର କପ୍‌ ସେମିରେ ନୟାପଲ୍ଲୀ

ଭୁବନେଶ୍ୱର: ଯଦୁପୁର ଷ୍ଟାର୍ସ ଏବଂ ମିର୍‌ ମହଲର ମିଳିତ ଉଦ୍ୟମରେ ଆୟୋଜିତ ଦ୍ୱିତୀୟ ଯଦୁପୁର କପ୍‌ ଆଇ କାର୍ଡ ରେଡ୍‌ ଟେନିସ୍‌ ବଲ୍‌ କ୍ରିକେଟ୍‌ର ସେମିଫାଇନାଲ୍‌ରେ ଶେଷ ଦଳ ଭାବେ ନୟାପଲ୍ଲୀର ଆଇଆର୍‌ସି ଭିଲେଜ୍‌ ପ୍ରବେଶ କରିଛି। ମଙ୍ଗଳବାର ଶେଷ କ୍ୱାର୍ଟର୍‌ ଫାଇନାଲ୍‌ରେ ନୟାପଲ୍ଲୀ ୧୦ ଓ୍ଵିକେଟ୍‌ରେ ବାଲିଅନ୍ତା ସ୍ପର୍ତନ୍‌ ଏକାଦଶକୁ ପରାସ୍ତ କରିଥିଲା। ପ୍ରଥମେ ବ୍ୟାଟିଂ କରି ବାଲିଅନ୍ତା ଦଳ ନିର୍ଧାରିତ ୮ ଓଭରରେ ୬୬/୭ କରିଥିଲା। ଜବାବରେ ନୟାପଲ୍ଲୀ ୨.୪ ଓଭରେ ବିନା କ୍ଷତିରେ ମ୍ୟାଚ୍‌ ଜିତି ନେଇଥିଲା। ରଂଜନ ସେଠୀ (୪୯ ରନ୍‌, ୧୨ ବଲ୍‌)ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଅତିଥି ସେଖ୍‌ କୁନା ପ୍ରଦାନ କରିଥିଲେ। ମ୍ୟାଚ୍‌କୁ ସେଖ୍‌ ଅବ୍‌ଦୁଲ ଏବଂ ସେଖ୍‌ ଅଲ୍ଲାରଖା ପରିଚାଳନା କରିଥିଲେ। ଗୁରୁବାର ନୟାପଲ୍ଲୀ ଓ ଗୋଡ଼ାର ଲୋକନାଥ କ୍ରିକେଟ୍‌ କ୍ଲବ୍‌ ଏବଂ ଶନିବାର ଯଦୁପୁର ଏବଂ କାଶୀପୁର ମଧ୍ୟରେ ସେମିଫାଇନାଲ୍‌ ମ୍ୟାଚ୍‌ ଦ୍ୱୟ ଖେଳାଯିବ।

ସମ୍ବନ୍ଧିତ ଖବର