ଯଦୁପୁର କପ୍‌: ସ୍ପାର୍ଟନ ଏକାଦଶ ବିଜୟୀ

ଭୁବନେଶ୍ୱର: ଯଦୁପୁର ଷ୍ଟାର୍‌ର୍ସ ଏବଂ ମିର୍‌ ମହଲର ମିଳିତ ଉଦ୍ୟମରେ ରବିବାରଠାରୁ ଆରମ୍ଭ ହୋଇଥିବା ଦ୍ୱିତୀୟ ଯଦୁପୁର କପ୍‌ ଆଇ କାର୍ଡ ରେଡ୍‌ ଟେନିସ୍‌ ବଲ୍‌ କ୍ରିକେଟ୍‌ ପ୍ରତିଯୋଗିତାର ପ୍ରଥମ ମ୍ୟାଚ୍‌ରେ ସ୍ପାର୍ଟନ ଏକାଦଶ ୩୦ ରନ୍‌ରେ ଘୋଡ଼ିଆ ଦଳକୁ ପରାସ୍ତ କରିଛି। ସ୍ପାର୍ଟନ ଏକାଦଶ ନିର୍ଧାରିତ ୧୫ ଓଭରରେ ୮ ଓ୍ଵିକେଟ୍‌ ହରାଇ ୧୭୫ ରନ୍‌ କରିଥିଲା। ଜବାବରେ ଘୋଡ଼ିଆ ଏକାଦଶ ୭ ଓ୍ଵିକେଟ୍‌ ହରାଇ ୧୪୫ ରନ୍‌ରେ ଅଟକି ଯାଇଥିଲା। ସାକିର ମହମ୍ମଦ ଓ ରିଆସତ ଖାନ୍‌ ମ୍ୟାଚ୍‌ ପରିଚାଳନା କରିଥିଲେ। ୬୪ ନମ୍ବର ଓ୍ଵାର୍ଡର କର୍ପୋରେଟର ମୁଜାହିଦ ହୁସେନ ଏବଂ ଏସ୍‌ କେ ଦାଉଦ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର